February 24, 2026
Home » ଚେରିତୋଳ ବାଲିଯାତ୍ରା ର ୪ର୍ଥ ସନ୍ଦ୍ୟା ରେ କମ୍ପାଇଲେ ମହିଳା ନେତ୍ରୀ

ଚେରିତୋଳ ବାଲିଯାତ୍ରା ର ୪ର୍ଥ ସନ୍ଦ୍ୟା ରେ କମ୍ପାଇଲେ ମହିଳା ନେତ୍ରୀ

0
WhatsApp Image 2024-11-20 at 7.35.17 AM

ତିର୍ତୋଲ ମହାନଦୀ ପଠା ଗୋପିଆ କୁଦ ଠାରେ ଚେରିତୋଳ ବାଲିଯାତ୍ରା ର ୪ର୍ଥ ସନ୍ଦ୍ୟା ବଡ଼ ରୋଚକ ଥିଲା ମହିଳା ନେତ୍ରୀମାନେ ଓଡିଶା ପୁଅ ଙ୍କ ସାହସ ଓ କର୍ତ୍ତବ୍ୟ ନିଷ୍ଠା କୁ ଇତିହାସ ପୃଷ୍ଠା ରୁ ସାଉଁଟି ନିଜ ଜୀବନରେ ଉପଯୋଗ କରି ବାକୁ ଆହ୍ୱାନ ଦେଇଥିଲେ,Iଏହି ଚତୃର୍ଥ ସନ୍ଦ୍ୟା ମଞ୍ଚରେ ସ୍ୱତନ୍ତ୍ର ଅତିଥି ବିଜେଡି ର ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଙ୍କ ସାର ଗର୍ଭକ ଭାଷଣ ସଭାସ୍ଥଳୀ କୁ ସ୍ତବ୍ଧ କରି ଦେଇଥିଲା l

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜଗତସିଂହପୁର ପୂର୍ବତନ ସାଂସଦ ଡ. ରାଜଶ୍ରୀ ମଲ୍ଲିକ, ମୁଖ୍ୟ ଵକ୍ତା ପୂର୍ବତନ ମହିଳା କମିସନ ଅଧକ୍ଷା ମିନତୀ ବେହେରା,ଜଗତସିଂହପୁର ପୂବର୍ତନ ଜିଲ୍ଲାପରିଷ ସଭାପତି ପ୍ରିୟ ଦର୍ଶିନୀ ବିଶ୍ୱାଳ, ତିର୍ତୋଲ ବ୍ଲକ ଉପାଧକ୍ଷା ସନ୍ଧ୍ୟା ରାଣୀ ମହାନ୍ତି ପ୍ରମୁଖ ବହୁ ମହିଳା ନେତ୍ରୀ ଯୋଗ ଦେଇ ଚେରିତୋଳ ବାଲିଯାତ୍ରା ର ଇତିହାସ କୁ ରୋମନ୍ଥନ କରିଥିଲେ, ଏହି ଚତୃର୍ଥ ସନ୍ଧ୍ୟା ରେ ବାଲିଯାତ୍ରା କମିଟିର ସଭାପତି ତଥା ତିର୍ତୋଲ ବିଧାୟକ ଡ. ରମାକାନ୍ତ ଭୋଇ ସଭାପତିତ୍ୱ କରିଥିବା ବେଳେ, ପୂର୍ବତନ ଜିଲ୍ଲା ପରିଷଦ ଲିପାଲୀ ରାଉଳ ଅତିଥି ପରିଚୟ କରାଇ ଥିଲେ,ବାଲିଯାତ୍ରା ର ଗୁରୁ ଦେଇତ୍ୱ ବହନ କରିଥିବା କର୍ମ କର୍ତ୍ତା ବିମଳ ମହାପତ୍ର, ଅମର ଜ୍ୟୋତି ସାହୁ, ଦେବେନ୍ଦ୍ର ମହନ୍ତି, ସୁନୀଲ ବେହେରା, ଅଶ୍ୱିନୀ ଦାସ ପ୍ରମୁଖ ସମସ୍ତ ସଭ୍ୟ ସୁଚାର ରୂପେ ପରିଚାଳନା କରିଥିଲେ, ଶେଷରେ ସମିତି ସଭ୍ୟ ସୁଭଦ୍ରା ଦାସ ଧନ୍ୟବାଦ ଅର୍ପଣ କରିଥିଲେ,

ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ, ଇପିଏ ନିୟୁଜୁ

Leave a Reply

Your email address will not be published. Required fields are marked *