December 20, 2025
Home » ବ୍ଲକ ସ୍ତରୀୟ ଚଇତି ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବ୍ଲକ ସ୍ତରୀୟ ଚଇତି ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
WhatsApp Image 2024-12-01 at 7.33.20 AM

ରାମନାଗୁଡା:ରାୟଗଡା ଜିଲ୍ଲା ରାମନାଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଦ୍ଭାବନା ଗୃହ ଠାରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ତଥା ଚଇତି ସଭାପତି ପ୍ରଦ୍ୟୁମ୍ନ ମଣ୍ଡଳଙ୍କ  ତତ୍ତ୍ଵାବଧାନରେ ଏହି ବୈଠକରେ ପଞ୍ଚାୟତ ସମିତି  ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ , ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ପଂଚାୟତ ସମିତି ଉପାଧକ୍ଷା ଜାନକୀ ନିମାଲା, ସହକାରୀ ନିର୍ବାହୀ ଯନ୍ତ୍ରୀ ଏ ସାନମୁଖା କୁମାର ପାତ୍ର, ରାମନାଗୁଡା ବ୍ଲକ କଳାକାର ଉପ ସଭାପତି ରମେଶ ଶବର ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ  ବିଭିନ୍ନ ପଂଚାୟତ ଲୋକ ପ୍ରତିନିଧି ଯୋଗ ଦେଇଥିଲେ । ସେହିପରି ପ୍ରଶାସନିକ ସ୍ତରରେ ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର, ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର, ରାମନାଗୁଡା ଥାନା ଏଏସଆଇ ,ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ପଦାଧିକାରୀ , ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀ ,ସମାଜସେବୀ  ଉପସ୍ଥିତି ରହି ବ୍ଲକ ଚଇତି ମହୋତ୍ସବକୁ ସୁଚାରୁ ରୂପେ ପାଳନ କରିବା ସହିତ ଚଳିତ ବର୍ଷ ଚଇତି କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ କିଛି ମାତ୍ରାରେ ବ୍ୟତିକ୍ରମ ଦେଖା ନଯାଏ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମଣ୍ଡଳ କହିଥିଲେ।

କିନ୍ତୁ ଚଳିତ ବର୍ଷ କାର୍ଯ୍ୟକ୍ରମ କୁ ସଫଳ ସୁପାୟନ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ଦିନ‌ ସକାଳ ୮.୩୦ ରେ ପେଣେକମ ପଞ୍ଚାୟତ ର ତାମିଙ୍ଗି ଗ୍ରାମ ନିକଟରେ ବୋହି ଯାଉଥିବା ଗଦଗଦା ନୀଳକଣ୍ଠେଶ୍ୱର ଶୈବପୀଠ ରୁ ପବିତ୍ର ଜଳ ଆଣି ରାମନାଗୁଡା ନିକଟ ଗଣପତିଗୁଡ଼ା ମା ମଙ୍ଗଳା ମନ୍ଦିର ଠାରୁ ଆଜ୍ଞାମାଳ ନେଇ ବିରାଟ ପଟୁଆରରେ ଶୋଭାଯାତ୍ରା ଆରମ୍ଭ ହୋଇ ରାମନାଗୁଡା ମିନି ଷ୍ଟାଡିୟମ ରେ ଅପରାହ୍ନ ୧.୩୦ ସୁଦ୍ଧା ପହଞ୍ଚିବା ସହ,ଚଇତି ମହୋତ୍ସବ ରାମନାଗୁଡା ମିନି ଷ୍ଟାଡିୟମରେ ଠାରେ ଅପରାହ୍ନ ୨.୦ ଘ: ରୁ ଆରମ୍ଭ ହେବା ନେଇ ସ୍ଥିର କରାଯାଇଥିଲା।ଏହି ଅବସର ରେ ରଙ୍ଗୋଲି , ମ୍ଯୁଜିକ୍ ଚେୟାର,ରାମନାଗୁଡା ପୋଲିସ ସହାୟତାରେ ରକ୍ତଦାନ ଶିବିର ଡିସେମ୍ବର ୩ ତାରିଖ ରାମନାଗୁଡା ଥାନାରେ ଆୟୋଜିତ ହେବ ଏବଂ , ସାହିତ୍ୟ ସଭା ଡିସେମ୍ବର ମାସ ୯ ତାରିଖ ଦିନ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବା ପାଇଁ ସ୍ଥିରୀକୃତ ହୋଇଥିଲା।ସବୁ ବର୍ଷ ପରି‌ ଏଥର ମଧ୍ଯ ଶାନ୍ତି ସୃଙ୍ଖଳା ରେ ଚଇତି ପାଳନ କରିବାକୁ ସମସ୍ତ ଲୋକ ପ୍ରତିନିଧି,ବିଭାଗୀୟ , କର୍ମଚାରୀ ସାଧାରଣ ମତ ବ୍ଯକ୍ତ କରିଥିଲେ । କାର୍ଯ୍ୟକ୍ରମ କୁ ନିମନ୍ତ୍ରିତ ଅତିଥି ,ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଆଲୋଚନା ହୋଇଥିଲା । ବୈଠକ ପରିଶେଷରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

ରାମନାଗୁଡା ବ୍ଳକ ରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।

Leave a Reply

Your email address will not be published. Required fields are marked *