April 22, 2025
Home » ଆଜି ଠାରୁ ଜୟପୁର ବିମାନ ବନ୍ଦରକୁ ପ୍ରତିଦିନ ୨ ଫ୍ଲାଇଟ୍‌ ଚାଲିବ

ଆଜି ଠାରୁ ଜୟପୁର ବିମାନ ବନ୍ଦରକୁ ପ୍ରତିଦିନ ୨ ଫ୍ଲାଇଟ୍‌ ଚାଲିବ

0

ଆଜି ଠାରୁ ଜୟପୁର ବିମାନ ବନ୍ଦରକୁ ଭୁବନେଶ୍ୱରରୁ ଜୟପୁର ପ୍ରତିଦିନ ୨ ଫ୍ଲାଇଟ୍‌ ଚାଲିବା । ଏ ନେଇ ସେବାପ୍ରଦାନକାରୀ ସଂସ୍ଥା ଇଣ୍ଡିଆୱାନ୍‌ ଏୟାର  ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ ମାଧ୍ୟମରେ ବାର୍ତ୍ତା ପ୍ରକାଶ କରିବା ସହ ସମୟ ସାରଣୀ ଉଲ୍ଲେଖ କରିଛି। ସମୟ ସାରଣୀ ଅନୁଯାୟୀ ଆଜି ଡିସେମ୍ବର ୧ ତାରିଖରୁ ପ୍ରତିଦିନ ୯ ଆସନ ବିଶିଷ୍ଟ ପ୍ରଥମ  ଫ୍ଲାଇଟ୍‌(୧୭୧୦୯)  ସକାଳ ୬.୫୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ  ବିମାନ ବନ୍ଦରରୁ ବାହାରି ଜୟପୁର ଏୟାରପୋର୍ଟରେ ୮ଟା  ୩୫ରେ ପହଞ୍ଚିବ । ପୂର୍ବାହ୍ଣ ୮.୫୫ରେ ଜୟପୁରରୁ ଫ୍ଲାଇଟ୍‌-୧୭୨୦୯ ବାହାରି ପୂର୍ବାହ୍ଣ ୧୦.୩୦ରେ ବିଜୁ ପଟ୍ଟନାୟକ  ବିମାନବନ୍ଦରରେ ଲ୍ୟାଣ୍ଡ କରିବ ।  ଦ୍ୱିତୀୟ ବିମାନସେବା(ଭୁବନେଶ୍ୱର-ଜୟପୁର-ବିଶାଖାପାଟଣା-ଜୟପୁର-ଭୁବନେଶ୍ୱର ମଧ୍ୟରେ ) ଦ୍ୱିତୀୟ ଫ୍ଲାଇଟ୍‌(୧୭୧୦୩)  ପୂର୍ବାହ୍ଣ ୧୦.୫୫ରେ ଭୁବନେଶ୍ୱରରୁ ବାହାରି ମଧ୍ୟାହ୍ଣ  ୧୨.୩୦ରେ ଜୟପୁର ଏୟାରପୋର୍ଟରେ ପହଞ୍ଚିବ । ଜୟପୁର ଠାରେ  ୨୦ ମିନିଟ୍‌ ରହଣି ପରେ ଫ୍ଲାଇଟ୍‌(୧୭୧୦୪) ବିଶାଖାପାଟଣା ଅଭିମୁଖେ ୧୨.୫୦ରେ ବାହାରି ଅପରାହ୍ଣ ୧.୪୦ରେ ବିଶାଖାପାଟଣା  ଏୟାରପୋର୍ଟରେ ପହଞ୍ଚିବ । ବିଶାଖାପାଟଣା ରୁ ଅପରାହ୍ଣ ୨ଟା ସମୟରେ ବାହାରି  ୨.୫୫ରେ ଜୟପୁରରେ ପହଞ୍ଚିବ ।  ଫ୍ଲାଇଟ୍‌(୧୭୨୦୩) ଜୟପୁର ଠାରୁ ୩ଟା ୧୫ରେ ବାହାରି ୪.୫୦ରେ  ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ।  ଡିସେମ୍ବର ମାସର କୌଣସି ମଙ୍ଗଳବାର ଜୟପୁର-ବିଶାଖାପାଟଣା-ଜୟପୁର  ମଧ୍ୟରେ  ବିମାନ ଚଳାଚଳ କରିବନି ବୋଲି ଜଣାପଡ଼ିଛି ।   
ପ୍ରକାଶ ଥାଉ କି ଯେ ଭୁବନେଶ୍ୱର-ଜୟପୁର ମଧ୍ୟରେ ପ୍ରଥମ  ବିମାନସେବା ୩୧/୧୦/୨୦୨୨ରେ ଗୋଟିଏ ୯ ଆସନ ବିଶିଷ୍ଟ  ଫ୍ଲାଇଟ୍‌ ଆରମ୍ଭ ସପ୍ତାହରେ ସୋମବର୍ ଏବଂ  ଶୁକ୍ରବାର ଚାଲିବା ପରେ ୦୪/୦୯/୨୩ ରୁ ବୁଧବାର ଦିନ ମଧ୍ୟ ଚାଲିଲା । ପରେ ବିଶାଖାପାଟଣାକୁ ସଂପ୍ରସାରିତ ହୋଇଥିଲା। ଦ୍ୱିତୀୟ ବିମାନସେବା ୦୬/୧୧/୨୦୨୩ ରେ ଆରମ୍ଭ ହୋଇଥିଲା ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *