ରୌପ୍ୟ ଜୟନ୍ତୀ ସମାରୋହ : ବିନିକା ବ୍ଲକ ରେ ପଏଁରୀ ତିହାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀର ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ସମାରୋହ ଧୁମଧାମରେ ପାଳନ କରିବାପାଇଁ କାର୍ଯ୍ୟକ୍ରମ ଗୁଡିକ ଆରମ୍ଭ ହୋଇଯାଇଛି ବ୍ଲକ ମାନଙ୍କରେ । ବିନିକା ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ଶ୍ରୀ ନିରାକାର ଦେହୁରୀଙ୍କ ସଭାପତିତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଭା ଅନୁଷ୍ଠିତ ହୋଇଥିଲା କଳାଗ୍ରାମ କର୍ତ୍ତଙ୍ଗରେ । ଅନୁଷ୍ଠାନର ସଂପାଦକ ତଥା ଲୋକକଳା ଗବେଷକ, ନୃତ୍ୟ ନିର୍ଦ୍ଦେଶକ ଶ୍ରୀ ଚୌଧୁରୀ ବିଭାର ପଏଁରୀ ତିହାର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ପ୍ରଦାନ କରି କହିଥିଲେ ଯେ ଗାଁ ଗାଁ ରେ ଲୁକି ଯାଉଥିବା ଲୋକକଳା ଓ କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କୁ ପଏଁରୀ ତିହାର (ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ) ମଂଚରେ ସ୍ଥାନ ଦେଇ ତାଙ୍କର କଳା ପରିବେଷଣ କରି ଉତ୍ସାହିତ କରିବା । ଏହି ସଭାରେ ମୁଖ୍ୟ ନାଏବ ସରପଂଚ ଗୋବର୍ଦ୍ଧନ ନେଗୀ, ମହାଦେବପାଲି , ସମ୍ମାନିତ ଅତିଥି ଶ୍ରୀ ବାସୁଦେବ ନାଏକ, ବିଶିଷ୍ଟ କଳାକାର, ଶ୍ରୀ ସନତ ବସ୍ତିଆ, ସଭାପତି ଲୋକ କଳlଗ୍ରାମ, କର୍ତ୍ତଙ୍ଗ, ଶ୍ରୀ ତାରାକାନ୍ତ ବଗର୍ତ୍ତି , ବିଶିଷ୍ଟ କଳାକାର, ଶ୍ରୀ ସୁଦର୍ଶନ ନାଗ, ସଭାପତି ଜିଲ୍ଲା କୀର୍ତ୍ତନ ସଂଘ, ଦଣ୍ଡ ସମ୍ରାଟ ରସିକ ସାହୁ, ସଭାପତି ଶ୍ରୀ ଲଡୁକିଶୋର ମଲ୍ଲିକ, ଉପ ସଭାପତି ଶ୍ରୀ ପ୍ରଫୁଲ୍ଲ ନାଏକ, ସହ-ସଂପାଦକ ପୃଥିରାଜ ବାଗ, ବରିଷ୍ଟ ସଦସ୍ୟ ଗୋପାଳ ମେହେର ଉପସ୍ଥିତ ଥିଲେ । ଅନୁଷ୍ଠାନ ତରଫରୁ ଶ୍ରୀ ନିରାକାର ଦେହୁରୀଙ୍କୁ “ପଏଁରୀ କଳା ସମ୍ମାନ” ରେ ସମ୍ମାନିତ କରାଯାଇଥିଲା । ଏହି ତିହାରରେ ବ୍ଲକ ର ଶତାଧିକ କଳାକାର ସାମିଲ ହେlଇ ଲୁକି ଯାଇଥିବା କଳା ଡଁଡ, ସଂଚାର, ସଂପ୍ରଦା,କରମସାନି, କୃଷ୍ଣ ଗୁରୁ, ନଚନିଆଁ ଆଦି ସୁନ୍ଦର ଭାବରେ ପରିବେଷଣ କରିଥିଲେ । ପ୍ରଥମେ ଉପ-ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ନାଏକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ସଂପାଦକ ପୃଥିରାଜ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହାକୁ ମନଭରି ଉପଭୋଗ କରିଥିଲେ ଶତାଧିକ ଦର୍ଶକ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର