ଅନୁପଯୁକ୍ତ ସମ୍ପତ୍ତି ଜମା କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଜୟପୁର ବ୍ଲକର ଆସିଷ୍ଟାଣ୍ଟ ଏଜୁକ୍ୟୁଟିଭ୍ ଇ°ଜିନିୟରଙ୍କୁ ଚଢ଼ାଉ
ଏକ କାଳୀନ ୦୬ଟି ସ୍ଥାନରେ ଚଢାଉ ତତନ୍ତ ପ୍ରକ୍ରିୟା ଜାରୀ
ଜୟପୁର ବ୍ଲକର ଆସିଷ୍ଟାଣ୍ଟ ଏଜୁକ୍ୟୁଟିଭ୍ ଇ°ଜିନିୟର ଓ ଜୟପୁର ମ୍ୟୁନିସିପାଲିଟିର ଦାୟିତ୍ୱରେ ଥିବା ମ୍ୟୁନିସିପାଲିଟି ଇ°ଜିନିୟର ବିଶ୍ୱାନଥ ପାତ୍ର ଜଣାଶୁଣା ଆୟ ଉତ୍ସ ସହ ଅନୁପଯୁକ୍ତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମଙ୍ଗଳବାର ଦିନ ଓଡ଼ିଶା ଭିଜିଲାନ୍ସ ବିଭାଗ ଏକ କାଳୀନ ୦୬ଟି ସ୍ଥାନରେ ଚଢ଼ାଉ କରିଛି ।
ଏହା ମାନ୍ୟବର ସ୍ପେଶାଲ୍ ଜଜ୍ ଭିଜିଲାନ୍ସ, ଜୟପୁର ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟର ଶକ୍ତ ଆଧାରରେ ଜଣେ ଅତିରିକ୍ତ ଏସପି, ୦୨ ଜଣ ଡିଏସପି, ୦୮ ଜନ ଇନ୍ସପେକ୍ଟର, ୦୬ ଜଣ ଏଏସଆଇ ଏବଂ ଅନ୍ୟ ସପୋର୍ଟ ଷ୍ଟାଫ୍ ମାନଙ୍କ ଦ୍ଵାରା ଏଈଈ ବିଶ୍ୱାନଥ ପାତ୍ରଙ୍କଜୟପୁରରେ ଅବସ୍ଥିତ ତାଙ୍କର ତିନି ମହଲା କୋଠା,ଖଲିସାହି ବେଲଗୁନ୍ଥା (ଗଞ୍ଜାମ)ରେ ଅବସ୍ଥିତ ଦୁଇଟି ମହଲା କୋଠା ବିଶିଷ୍ଟ ପୌତୃକ ଘର,ଜୟପୁର ବ୍ଲକରେ ଶ୍ରୀ ବିଶ୍ୱନାଥ ପାତ୍ରଙ୍କ ଅଫିସ୍ ରୁମ୍, ଜୟପୁର ପୌରପାଳିକା ତାଙ୍କ ଅଫିସ ରୁମ୍ , ଡିଆଇଈଟି ଜୟପୁର ରେ ତାଙ୍କ ପତ୍ନୀଙ୍କ ଅଫିସ୍ ରୁମ୍,ଭୁବନେଶ୍ୱରର ନୀଲାଦ୍ରି ବିହାର (ପଟିଆ) ରେ ତାଙ୍କ ସମ୍ପର୍କୀୟଙ୍କ ଘରେ ଏକକାଳୀନ ଛଅ ଟି ସ୍ଥାନରେ ସନ୍ଧାନ ଜାରି ରହିଛି।
ପରବର୍ତ୍ତୀ ରିପୋର୍ଟଗୁଡିକ ଅନୁସରଣ ପରେ ଜଣାପଡ଼ିବ ଭିଜିଲାନ୍ସ ବିଭାଗ କହିଛି।
ସୂଚନା ଯୋଗ୍ୟ ଯେ ,ଦୁର୍ନୀତି ନିବାରଣ ବିଭାଗୀୟ ଅଧିକାରୀମାନେ ପାତ୍ର ଙ୍କ ବିରୋଧରେ ବେଆଇନ ଉପାୟରେ ଧନ ଅର୍ଜନ କରିଥିବା ଅଭିଯୋଗ ପାଇବା ପରେ ଚଢ଼ାଉ ସମୟରେ ସେ କିପରି ଏତେ ବଡ ଧନ ହାସଲ କଲେ ସେ ବିଷୟରେ ଏଇଇ ବିଶ୍ଵନାଥ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିବା ପରେ ରାଜ୍ୟର ଛଅଟି ସ୍ଥାନରେ ଏକକାଳୀନ ଚଢ଼ଉ କରି ସନ୍ଧାନ ଜରି ରଖିଛି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ