December 20, 2025
Home » ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ

0
WhatsApp Image 2024-12-03 at 3.56.24 PM

ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ରାମନାଗୁଡା ବ୍ଲକ ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ରାମନାଗୁଡା ପଞ୍ଚାୟତ ସମିତି ସଭାଗୃହ ଠାରେ ଅନୁଷ୍ଠିତ ହୋଇଅଛି । ଉକ୍ତ ଦିବସରେ ରାମନାଗୁଡା ପଞ୍ଚାୟତ ସମିତିର ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ଉପାଧ୍ୟକ୍ଷା ଶ୍ରୀମତୀ ଜାନକୀ ନିମାଲା, ଜିଲ୍ଲା ପରିଷଦ ସଭ୍ଯ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ମଣ୍ଡଳ, ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ସଭ୍ୟା , ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ, ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ର, ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ଥାମସ କୁମାର ତ।ଣ୍ଡାସି, ପ୍ରୋଗ୍ରାମ ସହାୟକ, ଶ୍ରୀ ଦିବ୍ୟଜିତ ଉଲାକା, ଶ୍ରୀ ସନ୍ତୋଷ କୁମାର ରତ୍ନାଲୁ,ଗୋଷ୍ଠୀ ସଂଯୋଜକ, ଗ୍ରାମୀଣ ଗୃହ , ଏବଂ ବ୍ଲକ କର୍ମଚାରୀ ରାମନାଗୁଡା ପଞ୍ଚାୟତ ସମିତି, ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ରେ ଯୋଗ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ରାମନାଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୧୦୦ ଜଣ ଭିନ୍ନକ୍ଷମ ଭାଇ ଭଉଣୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମେ ପଞ୍ଚାୟତ ସମିତି କର୍ମଚାରୀ ବୃନ୍ଦ ଓ ଶିକ୍ଷକ ମାନଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଭିନ୍ନକ୍ଷମ ବ୍ୟକ୍ତି ଏବଂ ତାମ୍ପରଗୁଡା ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପଞ୍ଚାୟତ ସମିତି କାର୍ଯ୍ୟ।ଳୟ ଠାରୁ ରାମନାଗୁଡା ଥାନା ପର୍ଯ୍ୟନ୍ତ ଶୋଭାଯାତ୍ରା କରଯାଇଥିଲା । ପରେ ପଞ୍ଚାୟତ ସମିତି କାର୍ଯ୍ୟ।ଳୟ ରେ ଭିନ୍ନକ୍ଷମମାନଙ୍କୁ ନୂତନ ଭତ୍ତା, ଟ୍ରାଇ ସାଇକେଲ, ହୁଇଲ ଚେୟାର ପ୍ରଦାନ କରଯାଇଥିଲା । ସଭା ସାଙ୍ଗ ସମୟରେ ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ଥାମସ କୁମାର ତ।ଣ୍ଡାସି ଧନ୍ୟବାଦ ଅର୍ପଣ କରିଥିଲେ ଓ ମଧ୍ୟାହ୍ନ ଭୋଜନ ପରେ କାର୍ଯ୍ୟକ୍ରମ ପରିସମାପ୍ତି ଘଟିଥିଲା ।

ରାମନାଗୁଡାରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।

Leave a Reply

Your email address will not be published. Required fields are marked *