February 12, 2026
Home » ବେଆଇନ୍ ଗୋଚାଲାଣ ବେଳେ ୮୦ ଗୋରୁ ଉଦ୍ଧାର ସହ ଟ୍ରକ୍ ଚାଳକ ଗିରଫ l

ବେଆଇନ୍ ଗୋଚାଲାଣ ବେଳେ ୮୦ ଗୋରୁ ଉଦ୍ଧାର ସହ ଟ୍ରକ୍ ଚାଳକ ଗିରଫ l

0
WhatsApp Image 2024-12-04 at 12.16.41 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ରେ ବେଆଇନ ଗୋଚାଲାଣ ବୃଦ୍ଧି ପାଇବାରେ ଲାଗିଛି l କେତେକ ଘଟଣା ଲୋକ ଲୋଚନ କୁ ଆସୁଛି ତ କେତେକ ଆସିପାରୁନାହିଁ l ଗୋ ଚାଲାଣ କରୁଥିବା ମାଫିଆ ମାନେ ପୋଲିସ ସହ ସଲାସୁତୁରା କରି ଏଠାରୁ ସମ୍ବଲପୁର ଦେଇ ପଶ୍ଚିମବଙ୍ଗ କୁ ଚାଲାଣ କରୁଥିବା ଜଣାପଡେ l କେବଳ ଲୋକ ଦେଖାଣିଆ ଭାବରେ ପୋଲିସ ଚଢ଼ାଉ କରିଥାଏ l ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଂଚଳ ରେ l ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ବ୍ରିଜ ପଟରୁ ସମ୍ବଲପୁର ଦେଇ ପଶ୍ଚିମବଙ୍ଗକୁ ଦୁଇଟି 16 ଚକିଆ ଟ୍ରକ ଯୋଗେ ଚାଲାଣ ହେଉଥିବା ବେଳେ ଧରିଛି ପୋଲିସ l ବେଆଇନ୍ ଗୋଚାଲାଣ ବେଳେ ୮୦ ଗୋରୁ ଉଦ୍ଧାର ହୋଇଥିବା ବେଳେ ଟ୍ରକ୍ ଚାଳକକୁ ଧରିଛି ବିନିକା ପୋଲିସ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୋଲିସକୁ ମିଳିଛି ବଡ଼ ସଫଳତା I ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ବ୍ରିଜ ଦେଇ ସମ୍ବଲପୁର ପଟରୁ ପଶ୍ଚିମବଙ୍ଗକୁ ଦୁଇଟି 16 ଚକିଆ ଟ୍ରକରେ 80 ଗୋରୁ ଚାଲାଣ ହେଉଥିଲା I ଗୋରୁ ଚାଲାଣ ହେଉଥିବା ଖବର ପାଇ ମହାନଦୀ ବ୍ରିଜରୁ ଏଇ ଦୁଇଟି ଟ୍ରକକୁ ବିନିକା ପୋଲିସ ପିଛାକରି ଉଲୁଣ୍ଡା ଥାନା ସିଣ୍ଡୋଲରେ ଟ୍ରକକୁ ଅଟକାଇଥିବା ବେଳେ ଗାଡ଼ି ଛାଡ଼ି ଜଣେ ଟ୍ରକ ଡ୍ରାଇଭର ଫେରାର ମାରିଥିବା ବେଳେ ଜଣେ ଟ୍ରକ ଡ଼୍ରାଇଭରକୁ ପୋଲିସ ଗିରଫ କରିଛିIଏପଟେ ଗୋରୁମାନଙ୍କୁ ବିନିକା ଥାନା ପିତେଇପାଲି ଗଜବନ୍ଧ କାମଧେନୁ ଗୋ ସେବାଶ୍ରମରେ ଉଦ୍ଧାର କରି ଛାଡ଼ିଛି ପୁଲିସ I

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *