March 14, 2025
Home » ପାରାଦୀପ ବନ୍ଦର ତରଫରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

ପାରାଦୀପ ବନ୍ଦର ତରଫରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

0

ପ୍ରତି ବର୍ଷ ପରି ପାରାଦୀପ ବନ୍ଦର ଓ ପାରାଦୀପ ଲେଡିଜ୍ କ୍ଲବ ସହଯୋଗରେ ପରିଚାଳିତ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟ ଜାଗୃତି ପରିସରରେ ପାରାଦୀପ ବନ୍ଦର ତରଫରୁ ଡିସେମ୍ବର ୩ ତାରିଖ ଦିନ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ବନ୍ଦର ଅଧ୍ୟକ୍ଷ ପି ଏଲ ହରନାଧ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବନ୍ଦର ଅଧ୍ୟକ୍ଷ ନିଜ ଭାଷଣରେ କହିଥିଲେ କି ମୁଁ ପିଲା ମାନଙ୍କର ନିଷ୍ଠାକୁ ସାଲୁଟ କରୁଛି ଓ ପାରାଦୀପ ବନ୍ଦର ଜାଗୃତି ସ୍କୁଲର ସର୍ବାଙ୍ଗୀନ ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ । ସେ ପ୍ରତିଶ୍ରୁତି ଦେଇଥିଲେ କି ସ୍ୱଳ୍ପ ସମୟ ମଧ୍ୟରେ ସ୍କୁଲର ପିଲାମାନଙ୍କ ପାଇଁ ବୃତ୍ତିଗତ, ବକ୍ତବ୍ୟ ଓ ଅଡିଓ ଥେରାପିଷ୍ଟ ବ୍ୟବସ୍ଥା କରାଯାଇ ନିୟମିତ କ୍ଲାସ କରାଯିବ ଯାହାକି ଆଗାମୀ ଦିନରେ ପିଲା ମାନଙ୍କ ମୁହଁରେ ହସ ଫୁଟାଇବ। ଏହି ଅବସରରେ ମୁଖ୍ୟ ଅତିଥି ବନ୍ଦରର ଭିନ୍ନକ୍ଷମ ଅଧିକାରୀ ଓ କର୍ମଚାରୀ ତଥା ଜାଗୃତି ସ୍କୁଲର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ମାନଙ୍କୁ ଉପହାର ପ୍ରଦାନ କରିଥିଲେ । ପାରାଦୀପ ଲେଡିଜ କ୍ଲବ ତରଫରୁ ଜାଗୃତି ସ୍କୁଲକୁ ୨୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ବନ୍ଦରର ପ୍ରଭାରୀ ସଚିବ ଜି ଏଡିସନ ମଞ୍ଚଷିନ ଥିଲେ । ବନ୍ଦରର ବରିଷ୍ଠ କଲ୍ୟାଣ ଅଧିକାରୀ ନିରୋଜ ପଟ୍ଟନାୟକ ଅତିଥି ମାନଙ୍କୁ ସ୍ଵାଗତ କରିବା ସଙ୍ଗେ ସଙ୍ଗେ ମଞ୍ଚ ପରିଚାଳନା କରିଥିଲେ । ଜାଗୃତିର ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ଶେଷରେ କଲ୍ୟାଣ ଅଧିକାରୀ ରାମ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ବନ୍ଦରର ବିଭାଗ ମୁଖ୍ୟ, ବରିଷ୍ଠ ଅଧିକାରୀ ଓ କର୍ମଚାରି ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *