March 14, 2025
Home » ଓଡିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଘ ର ଦୁଇ ଦିନିଆ ରାଜ୍ୟ ସମ୍ମିଳନୀ ଉଦଯାପିତ

ଓଡିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଘ ର ଦୁଇ ଦିନିଆ ରାଜ୍ୟ ସମ୍ମିଳନୀ ଉଦଯାପିତ

0

ବାଲେଶ୍ଵର-ତା ୮/୧୨- ଓଡିଶାରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ସମ୍ପାଦକ, ପ୍ରକାଶକ, ସ୍ୱତ୍ତାଧିକାରୀ ମାନଙ୍କୁ ନେଇ ବାଲେଶ୍ଵର ଉଦ୍ୟଗ ଭବନ ଠାରେ ୭ ଓ ୮ ଶନିବାର ଓ ରବିବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଦ୍ଵିତୀୟ ଦିବସରେ ମୁଖ୍ୟତଃ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ର ସମ୍ପାଦକ ମାନେ ପ୍ରକାଶନ କ୍ଷେତ୍ରରେ ଦେଖା ଦେଉଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ। କେନ୍ଦ୍ର ଏବଂ ରାଜ୍ୟ ସରକାର କ୍ରମାଗତ ଭାବେ ଏହି ସମ୍ବାଦପତ୍ର ଗୁଡିକ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବାରୁ ସଦସ୍ୟମାନେ ସରକାରଙ୍କ ଦୃଷ୍ଟି ଭଙ୍ଗୀ ପରିବର୍ତ୍ତନ କରିବା ପାଇଁ ଦାବୀ କରାଯାଇଥିଲା । କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ଗୁଡିକ ପାଇଁ ଏକ ସ୍ଵତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରିବାପାଇଁ ଦାବୀ କରାଯାଇଥିଲା।

ବର୍ଷ ବର୍ଷ ଧରି ସରକାରୀ ଅନୁମୋଦନ ପାଇଁ ଆବେଦନ କରାଯାଇଥିବା ସମ୍ବାଦପତ୍ର ଗୁଡିକ ପ୍ରତି କୋହଳ ମନଭାବ ପ୍ରଦର୍ଶନ କରି ସରକାରୀ ଅନୁମୋଦନ କରାଯାଉ । ଆରଏନଆଇ ପଞ୍ଜିକୃତ ଖବର କାଗଜ ଗୁଡିକୁ ସରକାରୀ ସ୍ୱୀକୃତପ୍ରାପ୍ତ ସମ୍ବାଦପତ୍ର ଭଳି ମାନ୍ୟତା ପ୍ରଦାନ କରାଯାଉ । ସମସ୍ତ ଖବରକାଗଜର ସମ୍ପାଦକ ମାନଙ୍କୁ ବରିଷ୍ଠତା ଭିତ୍ତିରେ ରାଜ୍ୟ ରାଜଧାନୀରେ ସରକାରୀ ଗୃହ ଯୋଗାଇ ଦିଆଯାଉ। ଏହିଭଳି ସାତ ଦଫା ଦାବୀ ସରକାରଙ୍କ ଠାରେ ରଖିବା ପାଇଁ ପ୍ରସ୍ତାବ ଗୃହତ ହୋଇଥିଲା।ଏହି ଅବସରରେ ଆଗାମୀ ଦୁଇ ବର୍ଷ ପାଇଁ ସାଂଗଠନିକ ନିର୍ବାଚନ କରାଯାଇ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ରାଜ୍ୟ କମିଟିର ଅଧ୍ୟକ୍ଷ ଭାବେ ରବି ରଥ,ସଭାପତି -ବଂଶୀଧର ଜେନା,କାର୍ଯ୍ୟକାରୀ ସଭାପତି-ଡା. ଜୀବନ କୁମାର ଦିକ୍ଷୀତ,ଉପସଭାପତି ଭାବେ ଅକ୍ଷୟ କୁମାର ନାୟକ,ରମାକାନ୍ତ ପରିଜା, ସ୍ଵଦେଶ ଚନ୍ଦ୍ର ଦାସ,ସାଧାରଣ ସମ୍ପାଦକ-ଜ୍ୟୋତି ରଞ୍ଜନ ମହାପାତ୍ର,ସଂଗଠନ ସମ୍ପାଦକ-ଇଂ ଜଗଦୀଶ ମିଶ୍ର,ସମ୍ପାଦକ ଭାବେ ଶୁକଦେବ ପରିଡା,ସୁଶାନ୍ତ କୁମାର ସାହୁ,ନିରଞ୍ଜନ ପଟ୍ଟନାୟକ,କୋଷାଧ୍ୟକ୍ଷ ଭାବେ ତପନ କୁମାର ପତି,କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ମନୋଜ ବେହେରା,ଗଣେଷ ବିଶୋଇ,ଭାଗିରଥି ସ୍ୱାଇଁ,ବାବୁଲି ବେହେରା, ଅମର ପଣ୍ଡା, ଆତ୍ରତ୍ରାଣ ପତି,ଅତନୁ ନାଏକ ଙ୍କୁ ସର୍ବ ସମ୍ମତୀ କ୍ରମେ ନିର୍ବାଚିତ ହୋଇଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୬ଜଣ ବିଶିଷ୍ଟ ପ୍ରତିଭା ଶିକ୍ଷାବିତ ଡକ୍ଟର ଘନଶ୍ୟାମ ବିଶ୍ଵାଳ, ସାମ୍ବାଦିକ ଡକ୍ଟର ଅକ୍ଷୟ ଅଗ୍ରୱାଲ, ସ୍ତମ୍ଭକାର ପଞ୍ଚାନନ ବେହେରା, ସମାଜସେବୀ ସଞ୍ଜୀବ କୁମାର ପାଢ଼ି ଓ ଯୁବ ସମାଜ ସେବୀ ସତେନ୍ଦ୍ର ଦାସ ଙ୍କୁ ସଂଗଠନର ଅଧ୍ୟକ୍ଷ ରବି ରଥଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ପରିବର୍ତ୍ତନର ସମ୍ପାଦକ ରମାକାନ୍ତ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *