December 21, 2025
Home » ସମିଳିତ ପୂରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ର 59ତମ ସାଧାରଣ ଅଧିବେଶନ

ସମିଳିତ ପୂରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ର 59ତମ ସାଧାରଣ ଅଧିବେଶନ

0
WhatsApp Image 2024-12-10 at 4.06.41 PM

ପୁରୀ ନିମାପଡା ସମିଳିତ କେନ୍ଦ୍ର ସମବାୟ ବ୍ୟାଙ୍କର 59ତମ ସାଧାରଣ ଅଧିବେଶନ ଗତକାଲି ପୂର୍ବାହ୍ନ ରେ ପୌର ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି, ଉକ୍ତ ଅଧିବେଶନରେ ବ୍ୟାଙ୍କର ପରିଚାଳନା କମିଟି ସଦସ୍ୟ ବୃନ୍ଦ ବିଭିର୍ଣ୍ଣ ସୋସାଇଟିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ, ଉକ୍ତ ଅଧିବେଶନରେ DRCS, ARCS ଓ ଅନ୍ୟାନ୍ୟ ସରକାରୀ ଅଧିକାରୀ ମାନେ ଅତିଥି ଭାବେ ଯୋଗଦେଇ ବ୍ୟାଙ୍କର ବିଭିର୍ଣ୍ଣ ଉନୟନ ମୂଳକ କାର୍ଯ୍ୟ ସହ କିପରି ଚାଷୀମାନେ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି କରିପାରିବେ ସେଦିଗରେ ସଚେତନ କରାଇଥିଲେ, ଉକ୍ତ ଅଧିବେଶନରେ ପରିଚାଳନା କମିଟିର ସଦସ୍ୟ କିଶୋର କୁମାର ଛୋଟରାଏ ଅଧକ୍ଷତା କରି କହିଲେଯେ ସମବାୟ ସମିତି ଗୁଡିକ ବ୍ୟାଙ୍କର ଅର୍ଥନୈତିକ ଅବିବୃଦ୍ଧି ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି, ବ୍ୟାଙ୍କ ସମବାୟ ସମିତି ଗୁଡିକ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରିଥାଏ, ଅନ୍ୟାନ୍ୟ ଜାତିଅକାରଣ ବ୍ୟାଙ୍କ ଯେପରି ବିଭିର୍ଣ୍ଣ ପ୍ରକାରର ଋଣ ପ୍ରଦାନ କରୁଛନ୍ତି

ନିମାପଡା ବ୍ୟାଙ୍କରେ ମଧ୍ୟ ସମସ୍ତପ୍ରକାର ଋଣ ଦେବାର ବ୍ୟବସ୍ଥା ରହିଛି, ଏଦିଗରେ ସମସ୍ତେ ସଚେତନ ହେବା ଆବଶ୍ୟକତା ବୋଲି କହିଥିଲେ, ବ୍ୟାଙ୍କର ଏଗାରଟି ବ୍ଲାକ ରେ ଏଗାରଟି ଶାଖା ଚାଲୁଥିବାବେଳେ 206ଟି ସମବାୟ ସମିତି ଚାଲୁଥିବା ପ୍ରକାଶ କରିଥିଲେ,ଚଳିତ ବର୍ଷ ସଫଳତା ପାଇଁ ସର୍ବଶ୍ରେଷ୍ଠ ବ୍ୟାଙ୍କ ଭାବେ ରାଜ୍ୟସ୍ତରୀଅ ଉତ୍ସବ ରେ ପୁରସ୍କୃତ ହୋଇ ଆମ ଜିଲ୍ଲା ପାଇଁ ଏକ ଗୌରବ ମୟ ଅଧ୍ୟାୟ ସୃଷ୍ଟି କରିଛି l

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *