December 11, 2024
Home » ୪୨ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ପାଳନ ମହୋତ୍ସବ ରେ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ନାଟକ ପାଇଁ ପୁରସ୍କୃତ

୪୨ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ପାଳନ ମହୋତ୍ସବ ରେ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ନାଟକ ପାଇଁ ପୁରସ୍କୃତ

0

୪୨ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ପାଳନ ମହୋତ୍ସବ ଅବସରରେ ଛତ୍ରପୁର ଠାରେ ଅବସ୍ଥାପିତ ପ୍ରତିଷ୍ଠାନ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ନାଟକ ପାଇଁ ପ୍ରଥମ ସ୍ଥାନ ଅଧିକାର କରି ମାନପତ୍ର ସହ ପୁରସ୍କୃତ ହୋଇଛି । ଜାତୀୟ ଖଣି ସୁରକ୍ଷା ସପ୍ତାହ ପାଳନ ସମାରୋହ ଅବସରରେ ଏକ ରାଜ୍ଯସ୍ତରୀୟ ଖଣି ବିଭାଗ ତରଫରୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଡିଜିଏମ୍ଏସ୍ ଭୁବନେଶ୍ୱରର ଏଜିସ୍ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ଡ୍ରାମା ଅବା ନାଟକ ମଞ୍ଚସ୍ଥରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସାଜସଜ୍ଜାରେ, ଷ୍ଟଲ୍ ପ୍ରଦର୍ଶନୀରେ ,ପରିଷ୍କାର ପରିଚ୍ଛନ୍ନତା, ସ୍ୱଚ୍ଛତାରେ, ସୌନ୍ଦର୍ଯ୍ୟକରଣରେ ନିରୀକ୍ଷଣତା ଭିତ୍ତିରେ ମଧ୍ୟ ପ୍ରତିଷ୍ଠାନ ଏ- ୨ ଗ୍ରୁପ୍ ଯୋଡ଼ା ଟାଟା ଷ୍ଟିଲ୍ ସୌଜନ୍ୟରେ ମାନପତ୍ର ସହ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ।
ଆଇ.ଆର୍.ଇ.ଏଲ୍. ଖଣି ବିଭାଗ ମୁଖ୍ୟ ଅଜିତ୍ କୁମାର୍ ମହନ୍ତ, ଡିଜିଏମ ଏ. କେ. ତ୍ରିପାଠୀ ମଞ୍ଚରେ ସମ୍ମାନୀତ ହୋଇଥିଲେ । ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ପ୍ରଶାସନିକ ମୁଖ୍ୟ ଶ୍ରୀ ସି.ଭି.ଆର. ମୂର୍ତ୍ତୀ, ଜି.କେ. ନାୟକ ଙ୍କ ଭଳି ଉକ୍ତ ପ୍ରତିଷ୍ଠାନ ପ୍ରଶଂସା ର ପାତ୍ର ହୋଇଛନ୍ତି ।
ସୂଚନା ଯୋଗ୍ୟ ଯେ’ ଦୈତାରୀ ସେଠୀ ଙ୍କ ଲିଖିତ ଏବଂ ତାଙ୍କରି ଉଦ୍ୟମରେ ସଫଳ ରୂପାୟନ ସହ ଏକ ଅନନ୍ୟ ସମ୍ଭବ ହୋଇପାରିଥିବା ନାଟକ ଟି ର ଯାହା ତାଙ୍କରି ନିର୍ଦ୍ଦେଶନାରେ ମଞ୍ଚସ୍ଥ “ଟିକେ ଭୁଲ୍ ପାଇଁ” ନାଟକ ଟି ରାଜ୍ୟସ୍ତରରେ ଆୟୋଜିତ ସମାରୋହରେ ପୁରସ୍କୃତ ହୋଇପାରିଛି । ଏଥିପାଇଁ ଛତ୍ରପୁର ଠାରେ ଅବସ୍ଥିତ ଭାରତୀୟ ବିରଳ ମୃତ୍ତିକା ପ୍ରତିଷ୍ଠାନ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ପ୍ରଶାସନିକ ଭବନରେ ଏବେ ଆନନ୍ଦ ର ଲହରୀ ଖେଳିଯାଇଛି । କର୍ମଚାରୀ ଓ ଅଫିସର୍, ଯନ୍ତ୍ରୀ ଙ୍କ ମୁହଁରେ ହସ ଫୁଟିଛି । ନାଟକ ଟି ପାଇଁ ଯାହାର ଶ୍ରେୟତା ମିଳିଛି, ଶ୍ରୀମାନ୍ ଦୈତାରୀ ସେଠୀ ଙ୍କୁ,,,। ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି । ଶ୍ରୀମାନ୍ ଦୈତାରୀ ସେଠୀ ନିଜେ କହିଛନ୍ତି ଯେ’ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ପ୍ରଶାସନିକ ଭବନ ର ଏହି ଉଦ୍ୟମ, ସୌଜନ୍ୟତା ଏବଂ ସୁଯୋଗ ପ୍ରଦାନ ହେତୁ ତାଙ୍କୁ ଏବଂ ବିଭାଗୀୟ ମୁଖ୍ୟ ଶ୍ରୀ ସିଭିଆର ମୂର୍ତ୍ତି ତଥା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *