ଜିଲ୍ଲା ସ୍ତରୀୟ ସାର୍ବଜନୀନ ସ୍ଵାସ୍ଥ୍ୟ ସେବା ଦିବସ ପାଳିତ l
ସୁବର୍ଣ୍ଣପୁର– ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ସରକାରୀ ଏ ନ ଏମ ତାଲିମ ସଭା ଗୃହ ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସାର୍ବଜନୀନ ସ୍ଵାସ୍ଥ୍ୟ ସେବା ଦିବସ -୨୦୨୪ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ଗୋପାଳ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ଟି ବି ) ଡ଼ା ପଦ୍ମହଂସ୍ ଦୋରା, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ)ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ, ଆସିଷ୍ଟାଣ୍ଟ ପ୍ରଫେସର ସଞ୍ଜୟ କୁମାର ପ୍ରଧାନ, ସ୍ମିତାସ୍ରୀ ନାୟକ ଟୁଇଟର,ସାହେଲି ହଲ୍ଦାର ଟୁଇଟର ଓ ଜିଲ୍ଲା କାର୍ଯ୍ୟ ସଂଯୋଜକ ବିଶ୍ବମ୍ବର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମସ୍ତେ ସାର୍ବଜନୀନ ପ୍ରାଥମିକ ସ୍ଵାସ୍ଥ୍ୟ ସେବା ସହଜ ରେ , ସୁବିଧାରେ , ସବୁଠାରେ ଓ ବିନା ଖର୍ଚ୍ଚ ରେ ଉପଲବ୍ଧ କରିବା ପାଇଁ ଜନ ସଚେତନତା ସୃଷ୍ଟି କରି ସୁସ୍ଥ ସୁନ୍ଦର ସମାଜ ଗଠନ ଦିଗରେ ସହାୟକ ହୋଇ ପାରିବ। ଉପରେ ଜାଣିବା, ବୁଝିବା ଓ ଅନ୍ୟ ମାନଙ୍କୁ ବୁଝାଇବା ଉପରେ ଗୁରୁତ୍ୱା ରୋପ କରିଥିଲେ l ଉକ୍ତ ସଭାରେ ଆଶା,ଏ ଏନ ଏମ ଛାତ୍ର ଛାତ୍ରୀ , ନର୍ସିଂ ଅଫିସର ସମସ୍ତ କଂସଲ୍ଟାଣ୍ଟ,,ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ଅଧିକାରୀ ବୃନ୍ଦ ଏବଂ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ ।ଏକ ଡ୍ରଇଂ ଓ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ୨୦ ଜଣ କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥି ବୃନ୍ଦ ସାର୍ଟିଫିକେଟ ସହିତ ଟ୍ରଫି ପୁରସ୍କୃତ କରିଥିଲେ। ଉକ୍ତ କାର୍ଯକ୍ରମ କୁ ଏ ଏମ ସିପି ତରଣୀ ସେନ ପ୍ରଧାନ ଓ ଏଏମ ଏନସିଡ଼ି ଗୀତାଞ୍ଜଳି ମେହେର ସହଯୋଗ କରିଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଭା ପରିଚାଳନା କରିଥିବାବେଳେ ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର