July 1, 2025
Home » ଦୋକାନୀ ପାଖରୁ ବ୍ୟାଗ ରେ ଥିବା ସୁନା ଓ ରୂପା ଚୋରୀ କରି ଦୃର୍ବୁତ୍ତ ଫେରାର

ଦୋକାନୀ ପାଖରୁ ବ୍ୟାଗ ରେ ଥିବା ସୁନା ଓ ରୂପା ଚୋରୀ କରି ଦୃର୍ବୁତ୍ତ ଫେରାର

0
WhatsApp Image 2024-08-02 at 11.06.02 AM

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ବାଳକ ହାଇସ୍କୁଲ ସମ୍ମୁଖରେ ଥିବା ପ୍ରିନ୍ସି ସୁନା ଦୋକାନ ରୁ ସୁନା ଓ ରୂପା ଚୋରୀ ହୋଇଥିବା ନେଇ ବିନିକା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୁଚନା ଅନୁସାରେ ଗତକାଲି ରାତି ପ୍ରାୟ ସାଢେ ଆଠଟା ସମୟରେ ପ୍ରିନ୍ସି ଜୁଏଲେରୀ ର ଦୋକାନ ମାଲିକ ସଞ୍ଜୟ ସାହୁ ବ୍ୟାଗ ରେ 3 କେଜି ରୂପା ଏବଂ 70 ଗ୍ରାମ ସୁନା ଅଳଙ୍କାର ବ୍ୟାଗ ରେ ଭର୍ତ୍ତି କରି ବାହାରକୁ ଆସି ବ୍ୟାଗ ରଖି ଦୋକାନ ରେ ତାଲା ମାରୁଥିବା ସମୟରେ ଠିକ ସେତିକି ବେଳେ ଦୁଇଜଣ ଯୁବକ ବାଇକ ରେ ଆସି ଉକ୍ତ ବ୍ୟାଗ କୁ ନେଇ ଫେରାର ମାରିଥିଲେ । ସଞ୍ଜୟ ସେମାନଙ୍କୁ ଧରିବା ପାଇଁ ଦୌଡୁଥିଲେ ହେଁ ଧରି ପାରିନଥିଲେ । ଏନେଇ ଦୋକାନ ମାଲିକ ସଞ୍ଜୟ ସାହୁ ବିନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣା ର ତଦନ୍ତ ଜାରି ରଖିଛି ।

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *