December 21, 2025
Home » ସୋଆରେ ନବମ ସ୍ୱାମୀନାଥନ ବକ୍ତୃତାମାଳା ଆୟୋଜିତ

ସୋଆରେ ନବମ ସ୍ୱାମୀନାଥନ ବକ୍ତୃତାମାଳା ଆୟୋଜିତ

0
LECTURE - 9

ଭୁବନେଶ୍ୱର, ଡିସେମ୍ବର ୧୨ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍‌)ରେ ନବମ ସ୍ୱାମୀନାଥନ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଆନ୍ତର୍ଜାତିକ କୃଷି ପାଣିପାଗ ପରିଷଦର ସଭାପତି ଡକ୍ଟର ନବାଂଶୁ ଚଟ୍ଟୋପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆନ୍ତର୍ଜାତିକ ସ୍ତରରେ ବିଶେଷ କରି ଦକ୍ଷିଣ ଏସୀୟ ଦେଶମାନଙ୍କରେ ପାଣିପାଗ ଓ ଜଳବାୟୁ କିଭଳି କୃଷି କ୍ଷେତ୍ରକୁ ପ୍ରଭାବିତ କରିଛି ଓ ଜଳବାୟୁ ଭିତିରେ ଫସଲ ଚାଷ ଏବଂ ଆବଶ୍ୟକୀୟ ପଦକ୍ଷେପ ବିଷୟରେ ଡକ୍ଟର ଚଟ୍ଟୋପାଧ୍ୟାୟ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇଏଏସ୍‌ର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ ବକ୍ତବ୍ୟ ରଖିଥିଲେ। ଏହି ବକ୍ତୃତାମାଳାର ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଫେସର ଅକ୍ଷୟ କୁମାର ବେଉରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଡକ୍ଟର ପ୍ରକାଶ ରଂଜନ ବେହେରା ପରିଚାଳନା କରିଥିବା ବେଳେ ଡକ୍ଟର ଆର୍‌. କେ ପଣ୍ଡା, ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ, ଅଧ୍ୟାପକ ଓ ଗବେଷଣାରତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *