July 7, 2025
Home » ତୁଲୁଣ୍ଡୁପାଲି ରାସ୍ତାକଡ଼ ମାଟି ତଳୁ ଗୁରୁତର ଅବସ୍ଥାରେ ନବଜାତ ଶିଶୁକନ୍ୟା ଉଦ୍ଧାର

ତୁଲୁଣ୍ଡୁପାଲି ରାସ୍ତାକଡ଼ ମାଟି ତଳୁ ଗୁରୁତର ଅବସ୍ଥାରେ ନବଜାତ ଶିଶୁକନ୍ୟା ଉଦ୍ଧାର

0
WhatsApp Image 2024-12-15 at 7.53.36 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ତୁଲୁଣ୍ଡୁପାଲି ଗାଁ ନିକଟ ରାସ୍ତାକଡ଼ରେ ଶିଶୁକନ୍ୟାକୁ କେହି ଜନ୍ମ ଦେଇ ମାଟିରେ ପୋତି ଚାଲି ଯାଇଥିଲେ । ଭୋର ସମୟରେ ତୁଲୁଣ୍ଡୁପାଲି ଗାଁର କେତେକ ଲୋକ ଏହା ଦେଖି ସନ୍ତୋଷ କୁ ଖବର ଦେବାରୁ ଘଟଣାସ୍ତଳକୁ ପହଞ୍ଚି ନବଜାତ ଶିଶୁକନ୍ୟାକୁ ମାଟି ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସନ୍ତୋଷ ଓ ତାଙ୍କ ସ୍ତ୍ରୀ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I ପରେ ଅଧିକ ଚିକିତ୍ସା ପାଇଁ ତାକୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି । ସୋନପୁର ସିଡ଼ବ୍ଳୁସି ସଭ୍ୟ ହେମନ୍ତ କୁମାର ସା ଓ ଶାନ୍ତନୁ କର୍ଣ୍ଣ ଖବରପାଇ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ପହଞ୍ଚି ଶିଶୁକନ୍ୟାର ଚିକିତ୍ସା ବ୍ୟବସ୍ଥା କରିଥିଲେ ଶିଶୁ କନ୍ୟା ଟି ବର୍ତ୍ତମାନ ଶିଶୁ ବିଭାଗରେ ଚିକିତ୍ସାଧିନ ରହିଥିଲା ବେଳେ ତାହାର ସ୍ବାସ୍ଥ୍ୟବସ୍ତା ଠିକ ରହିଥିବା ସିଡ଼ବ୍ଳୁ ସି ସଭ୍ୟ ଶ୍ରୀ ସା ପ୍ରକାଶ କରିଛନ୍ତି l ସୁଚନା ଯୋଗ୍ୟ ତେବେ ସନ୍ତୋଷ ନଇ ଓ ତାଙ୍କ ପତ୍ନୀଙ୍କର ଦୀର୍ଘ ୧୫ ବର୍ଷହେଲା ସେମାନଙ୍କ ଔରସରୁ ପିଲା ଜନ୍ମ ହେଉନଥିବାରୁ ସ୍ୱାମୀ-ସ୍ତ୍ରୀ ଦୁହେଁ ଏଇ ଅଲୋଡ଼ା ଶିଶୁକନ୍ୟାକୁ କୋଳେଇ ନେବେ ବୋଲି କହିଛନ୍ତି I ଏଣୁ ଜିଲ୍ଳା ପ୍ରଶାସନ ଅଲୋଡ଼ା ଶିଶୁକନ୍ୟାକୁ ଲାଳନପାଳନ ଲାଗି ହସ୍ତାନ୍ତର କରିବାକୁ ତାଙ୍କ ପରିବାରକୁ ଦାୟିତ୍ୱ ଦେବାକୁ ଜିଲ୍ଳା ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି ସନ୍ତୋଷ l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *