କନ୍ଧମାଳ ଜିଲ୍ଲା ରେ ବଡ଼ ଦିନ ଓ ନବ ବର୍ଷ ପାଳନ ପାଇଁ ବୋଠକ ଅନୁଷ୍ଠିତ
କନ୍ଧମାଳ ଜିଲ୍ଲା ରେ ଶାନ୍ତି ଓ ସଦଭାବନା ସହିତ ଡିସେମ୍ବର ୨୫ ଖ୍ରୀଷ୍ଟମାସ ( ବଡ଼ ଦିନ ) ୨୦୨୪- ଓ ନୂତନ ବର୍ଷ -୨୦୨୫ କୁ ପାଳନ ନିମନ୍ତେ ମଙ୍ଗଳବାର -୧୭ ତାରିଖ ଦିନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅତ୍ମିତ ଋତୁରାଜ୍ ଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୋଠକ ଅନୁଷ୍ଠିତ ହୋଇଯାଇଛି। ଏହି ବଡ଼ ଦିନ ଓ ନବ ବର୍ଷ ୨୦୨୫ କୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିବାକୁ ଜିଲ୍ଲାପାଳ ମହୋଦୟ ସମସ୍ତଙ୍କୁ ନିବେଦନ କରିବା ସହିତ ବଡ଼ ଦିନ ଓ ନବ ବର୍ଷ ପାଳନ ନିମନ୍ତେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ବେକ ମେସେଜ ବା ଖବର ଉପରେ ନଜର ରଖି ତା’ର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଆବଶ୍ୟକ ପଡିଲେ ଚର୍ଚ୍ଚ ର ମୂଖ୍ୟ, ଥାନା ଅଧିକାରୀ, ତହସିଲଦାର ଓ ବିଡ଼ିଓ ମାନଙ୍କୁ ନେଇ ଏକ ହ୍ମାଟସ ଆପ ଗୃପ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ସେହିପରି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ହରୀଶ ବିସି ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖିବାପାଇଁ ସମସ୍ତ ଆଇ . ଆଇ. ସି ଓ ଏସ. ଡି. ପି. ଓ. ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ।ଗ୍ରୃପରେ ସେଭଳି କିଛି ଖବର ଆସିଲେ ପୋଲିସ ବିଭାଗ ତରଫ ରୁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବିସି କହିବା ସହିତ ଆନନ୍ଦର ସହିତ ବଡଦିନ ଓ ନବବର୍ଷ ପାଳନ ନିମନ୍ତେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ସଭାପତି ଖ୍ରୀଷ୍ଟିଆନ ଜନଖଲ୍ୟାଣ ସମିତି, କନ୍ଧମାଳ ଶ୍ରୀ ସୁରଞନ ନାୟକ କନ୍ଧମାଳ ଏକ ଶାନ୍ତି ପ୍ରିୟ ଜିଲ୍ଲା। ଏହାର ଅଧିବାସୀମାନେ ଭାଇଚାରାରେ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ ସହାନୁଭୂତି ପ୍ରଦାନ କରିଥାନ୍ତି। କେବଳ ପର୍ବ ପାଳନ ସମୟରେ ବିଦ୍ୟୁତ୍ କାଟ ନ କରିବା ପାଇଁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ନିବେଦନ ରଖିଥିଲେ। ସେହି ଜନକଲ୍ୟାଣ ସମିତିର ଉପ- ସଭାପତି ଶ୍ରୀ ମୋଜେସ ଦିଗପାଳ ନିଶା ଦ୍ରବ୍ୟ ବିକ୍ରି ଉପରେ କଟକଣା ଲାଗୁ କରିବାକୁ ନିବେଦନ କରିଥିଲେ। ବିଭିନ୍ନ ସମ୍ପ୍ରଦାୟ ରୁ ଆସିଥିବା ମୂଖ୍ୟ ମାନେ କହିଥିଲେ ଯେ, ହିନ୍ଦୁ ଭାଇମାନେ ଦୁର୍ଗା ପୂଜା କଲେ ଆମ୍ଭେମାନେ ସେମାନଙ୍କୁ ସହଯୋଗ କରୁ ଏବଂ ସେମାନେ ମଧ୍ୟ ଆମ୍ଭମାନଙ୍କୁ ଆମ ପର୍ବରେ ସହଯୋଗ କରନ୍ତି। ୨୦୦୭ ଓ ୨୦୦୮ ର ଦଙ୍ଗା ପରେ ଦିର୍ଘ ୧୫ ବର୍ଷ ହେଲାଣି ଏହି ପରି ଭାବେ ପ୍ରତିବର୍ଷ ଖ୍ରୀଷ୍ଟ ମାସ,ବଡଦିନ ଓ ନବ ବର୍ଷ ପାଳନ ପାଇଁ ଶାନ୍ତି ବୋଠକ, ଜିଲ୍ଲାପାଳ ମୋହଦୟ ଡାକିଥାନ୍ତି,ହେଲେ ସୂଚନା ଯୋଗ୍ୟ ଯେ ଯେଉଁ ମାନେ କନ୍ଧମାଳ ଜିଲ୍ଲା ରେ ମୂଖ୍ୟ ଭାବରେ ଆମନ୍ତ୍ରିତ କରାଯାଉଛି ,ସେମାନଙ୍କ କିଛି ଆକ୍ଷେପ ମୂଳକ ଭାବରେ ନିଜ ନିଜ ମନ୍ତବ୍ୟ ଜିଲ୍ଲା ରେ ଭାଇ ଚାରା ବଢ଼ାଇବା ବଦଳରେ ବୋଠକ ବାହାରେ ଚର୍ଚ୍ଚା ହିଁ, ଅନିଷ୍ଟ ର କାରଣ ବୋଲି ଚା ଦୋକାନରେ ଆଲୋଚନା ରାଜନୀତି ର ଭାଷା ଆସିଲା କେଉଁଠି ସାଧାରଣ ରେ ଶୁଣିଲେ ଯଦି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି,ତେବେ ସମ୍ମାନିତ ଜିଲ୍ଲାପାଳ ଶ୍ରୀ ଅତ୍ମିତ ଋତୁରାଜ୍ ଉପସ୍ଥିତ ସମସ୍ତ ଜାତି , ଧର୍ମ ଓ ବର୍ଣ୍ଣରେ ମୂଖ୍ୟାମାନେ,ରାଜନିତୀ ନେତା ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ,ପୂର୍ବକଥା ଆଲୋଚନା କଲେ,ଆଜିବି ଲୋକଙ୍କ ମନରେ ଭୟଭିତ ହେଉଛି, ଜିଲ୍ଲା ରେ ସେହି ହୃଦୟ କ୍ରନ୍ଦନ ଦୃଶ୍ୟ ଅଙ୍ଗେ ନିଭାଇଛନ୍ତି ସେମାନଙ୍କୁ କହିଲେ ଭୟରେ ଆତ୍ମାଥରିଉଠେ,ଏ କଥାଚିତ୍ରରେ ମଧ୍ୟ ସନ୍ଦେହ ନାହଁ। ସେଯା଼ହାହୋଇଯାଇଛି,ତାହା ପଛରେ ପକେଇ ଜିଲ୍ଲାପାଳ ଓ ଏସ.ପି ଙ୍କ ଅନୁରୋଧ ରକ୍ଷା ପାଇଁ ସମସ୍ତେ ଆନନ୍ଦ ଉଲ୍ଲାସର ସହିତ ପାଳନ କରିବାକୁ ସମସ୍ତେ ମତ ଦେଇଥିଲେ। ଆମ୍ଭେମାନେ ଶାନ୍ତି ପ୍ରେମର ରାଜା ପ୍ରଭୁ ଯୀଶୁ ଙ୍କର ପର୍ବ ଆନନ୍ଦ ର ସହ ପାଳନ କରିବୁ।ସେହିପରି ଅନ୍ୟ ସମ୍ପ୍ରଦାୟର ମୂଖ୍ୟ ମାନେ କହିଥିଲେ ଯେ, ବିଜୁଳି କାଟ ସମୟରେ ବହୁତ ଅସୁବିଧା ହୁଏ।ଏଥିପ୍ରତି ନଜର ଦେଵାକୁ ସେମାନେ ଅନୁରୋଧ କରିଥିଲେ।-୨୩ ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ ନିଶାକୁ ନିଷେଧ କଲେ ଭଲ ,ହୁଅନ୍ତା ବୋଲି କହିଥିଲେ।ବଡଦିନ କୁ ଖ୍ରୀଷ୍ଟୀଆନ ଭାଇଭଉଣୀ ମାନେ ଆନନ୍ଧ ଉଲ୍ଲାସରେ ପାଳନ କରିବାକୁ ହିନ୍ଦୁ ସମ୍ପ୍ରଦାୟର ମୂଖ୍ୟ ମାନେ ପ୍ରତିଶ୍ରୁତି ଦେଇଥିଲେ। ବୈଠକକୁ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ଭୋଇ ପରିଚାଳନା କରିଥିବାବେଳେ ଉପ- ଜିଲ୍ଲାପାଳ ଖଣ୍ଡମାଳ ଶ୍ରୀ ଚିତ୍ତରଞ୍ଜନ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ। ଦେବଜାନୀ ଭୂୟାଁ, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା ଶ୍ରୀ କୃପାସିନ୍ଧୁ ବେହେରା, ସମସ୍ତ ବ୍ଲକ୍ ବିଡ଼ିଓ, ସମସ୍ତ ଥାନା ଆଇ.ଆଇ.ସି, ତହସିଲଦାର, ପଦାଧିକାରୀ , ବିଭିନ୍ନ ସମ୍ପ୍ରଦାୟ ର ଜିଲ୍ଲା ତଥା ବ୍ଲକ ମୂଖ୍ୟ, ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ପ୍ରମୋଦ କୁମାର ନାୟକ ଫୁଲବାଣୀ