December 21, 2025
Home » ସୁର୍ଲୁକୋଣ୍ଡା ବ୍ୟାରେଜ ଠାରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ସୁର୍ଲୁକୋଣ୍ଡା ବ୍ୟାରେଜ ଠାରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

0
WhatsApp Image 2024-12-22 at 8.33.46 PM

ମାଲକାନଗିରି,ସୁର୍ଲୁକୋଣ୍ଡା ବ୍ୟାରେଜ ଠାରେ ପୋଟେରୁ ଜଳ ସେଚନ ବିଭାଜନ ଦ୍ଵାରା ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇ ଯାଇଛି। ପୋଟେରୁ ଜଳ ସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ.ପୀତବାସ ସେଠୀ ଏହି ସଭାରେ ସଭାପତିତ୍ଵ କରିଥିଲେ। ଏହି ଅବସରରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୃଷକ ବନ୍ଧୁଙ୍କୁ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ଏବଂ ପୋଟେରୁ ଜଳ ସେଚନ ପ୍ରକଳ୍ପର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।ଏହି ଅବସର ରେ ଇଂ.ସ୍ବରୂପ ମାଝୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, କାଡା ଡିଭିଜନ, ମାଲକାନଗିରି ପାଣି ପଞ୍ଚାୟତର ଉଦ୍ଦେଶ୍ୟ,ଆଭିମୁଖ୍ୟ ଓ ଏହାକୁ ସୁଦୃଢ କରିବା ପାଇଁ କୃଷକ ମାନଙ୍କ ଭୂମିକା ବିଷୟରେ କୃଷକ ଭାଇ ମାନଙ୍କୁ ଅବଗତ କରାଇଥିଲେ। ଏହି ସଭାରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ , ମାଲକାନଗିରି ବିଧାୟକ ପ୍ରତିନିଧି ଏସ୍ ମହେଶ୍ୱର,ସରପଞ୍ଚ, ଦେବା ମଡ଼କାମି ଓ ମାଧବ ମାଡ଼ି ଏବଂ ସହକାରୀ ଯନ୍ତ୍ରୀ,ଉଦ୍ୟାନ କୃଷି ବିଭାଗ, ଦିଗାମ୍ବର ମାଡକାମୀ, ନିରଂଜନ ମଲ୍ଲ ଏଵଂ ଶିବ ଦତ୍ତ ସାହୂ ପ୍ରମୁଖ ଯୋଗ ଦେଇ ପାଣି ପଞ୍ଚାୟତ ପକ୍ଷ ପାଳନର ବିଶେଷତ୍ଵ ଓ ଗୁରୁତ୍ୱ ବିଷୟରେ ଆଲୋକପାତ କରାଇଥିଲେ ।

ସମସ୍ତ ଅତିଥି ଗଣ ସମସ୍ତ ପାଣି ପଞ୍ଚାୟତର ସଭ୍ୟ ଓ ସଭ୍ୟାମାନଙ୍କୁ ସୁଚାରୁ ରୂପେ ପାଣିର ସୁବଣ୍ଟନ କରିବା ସହିତ ଜଳବାୟୁ ପରିବର୍ତ୍ତନ ଅନୁସାରେ ଚାଷ କରିବା ପାଇଁ ଅନୁରୋଧ କରିଥଲେ।ଏହି ସଭାରେ ବାଲିମେଳା ଠାରେ ଅନୁଷ୍ଠିତ ହୋଇଥିବା ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ସଭାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ବିଟନ ଗୁରୁଜୀ ଗ୍ରୁପ ଦ୍ଵାରା ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା । ସଭା ପରିଶେଷରେ ପୋଟେରୁ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଇଂ.ଅଭିମନ୍ୟୁ ପ୍ରଧାନ ଧନ୍ୟବାଦ ଅର୍ପଣ ସହିତ ସଭାଟିକୁ ସମାପନ ଘୋଷଣା କରିଥିଲେ ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *