December 21, 2025
Home » ପୋଟେରୁ କେନାଲ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ପୋଟେରୁ କେନାଲ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

0
WhatsApp Image 2024-12-22 at 8.29.29 PM

ମାଲକାନଗିରି, ପୋଟେରୁ କେନାଲ ବିଭାଜନ ଏମଭି ୭୯ କାର୍ୟାଳୟ ଠାରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅନୁଷ୍ଠିତ ହୋଇଯାଇଛି। ପୋଟେରୁ କେନାଲ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ସନୋଜ କୁମାର ସାହୂ ଏହି ସଭାରେ ସଭାପତିତ୍ଵ କରିଥିଲେ।

ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ସୁଭାସିନି ସୋଢି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୃଷକ ବନ୍ଧୁଙ୍କୁ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ଏବଂ ପୋଟେରୁ କେନାଲ ବିଭାଜନର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ନିମାଇ ପାଲ ଯୋଗ ଦେଇ ମାଲକାନଗିରି ପାଣି ପଞ୍ଚାୟତର ଉଦ୍ଦେଶ୍ୟ, ଆଭିମୁଖ୍ୟ ଓ ଏହାକୁ ସୁଦୃଢ କରିବା ପାଇଁ କୃଷକ ମାନଙ୍କ ଭୂମିକା ବିଷୟରେ କୃଷକ ଭାଇ ମାନଙ୍କୁ ଅବଗତ କରାଇଥିଲେ। ଏହି ସଭାରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଅପର୍ଣ୍ଣା ମଣ୍ଡଳ,ପୂର୍ବତନ ବିଧାୟକ ମୁକୁନ୍ଦ ସୋଢି, ମାଲକାନଗିରି ବିଧାୟକ ପ୍ରତିନିଧି ନିହାର ରାୟ,ହର ବିଳାସ ମଣ୍ଡଳ ପ୍ରମୁଖ ଯୋଗ ଦେଇ ପାଣି ପଞ୍ଚାୟତ ପକ୍ଷ ପାଳନର ବିଶେଷତ୍ଵ ଓ ଗୁରୁତ୍ୱ ବିଷୟରେ ଆଲୋକପାତ କରାଇଥିଲେ ।

ସମସ୍ତ ଅତିଥି ଗଣ ସମସ୍ତ ପାଣି ପଞ୍ଚାୟତର ସଭ୍ୟ ଓ ସଭ୍ୟା ମାନଙ୍କୁ ସୁଚାରୁ ରୂପେ ପାଣିର ସୁବଣ୍ଟନ କରିବା ସହିତ ଜଳବାୟୁ ପରିବର୍ତ୍ତନ ଅନୁସାରେ ଚାଷ କରିବା ପାଇଁ ଅନୁରୋଧ କରିଥଲେ।ଏହି ସଭାରେ ସରକାରୀ ଉଚ୍ଚ ବିଦ୍ୟାଳୟ, କାଲିମେଳା ଠାରେ ଅନୁଷ୍ଠିତ ହୋଇଥିବା ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସଭା ପରିଶେଷରେ ପୋଟେରୁ କେନାଲ ଉପ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁନୀତା ପ୍ରଧାନ ମଞ୍ଚ ସଞ୍ଚାଳନ ଏବଂ ଧନ୍ୟବାଦ ଅର୍ପଣ କରି ସଭାଟିକୁ ସମାପନ ଘୋଷଣା କରିଥିଲେ ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *