July 6, 2025
Home » ବୌଦ୍ଧ ଜିଲ୍ଲା S.E.M. କର୍ମଚାରୀ ସଂଘ ର ପାଞ୍ଚ ଦଫା ଦାବିପତ୍ର ପ୍ରଦାନ

ବୌଦ୍ଧ ଜିଲ୍ଲା S.E.M. କର୍ମଚାରୀ ସଂଘ ର ପାଞ୍ଚ ଦଫା ଦାବିପତ୍ର ପ୍ରଦାନ

0
WhatsApp Image 2024-12-25 at 6.42.51 PM

l ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା ସ୍ୱାବଲମ୍ବୀ କାରିଗର ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରାଯାଇଛି l ବୌଦ୍ଧ ଜିଲ୍ଲା ରେ ନିଯୁକ୍ତିପ୍ରାପ୍ତ ସମସ୍ତ ସ୍ୱାବଲମ୍ବୀ କାରିଗର ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ, ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତ ରେ ନୂତନ ନିଯୁକ୍ତି ବନ୍ଦକରି ପୁରୁଣା ନିଯୁକ୍ତି ପ୍ରାପ୍ତ ସ୍ୱାବଲମ୍ବୀ କାରିଗର ଙ୍କୁ ନିଯୁକ୍ତି ଦେବା, ସମସ୍ତ ସ୍ୱାବଲମ୍ବୀ କାରିଗର ଙ୍କୁ କୁଶଳୀ କାରିଗର ଭାବରେ ସର୍ବନିମ୍ନ ମଜୁରି ଦେବାର ଗ୍ୟାରେଣ୍ଟି ଦେବା, ସ୍ୱାବଲମ୍ବୀ କାରିଗର ଙ୍କ ସମସ୍ତ ବକେୟା ପ୍ରାପ୍ୟ 15 ଦିନ ମଧ୍ୟରେ କାରିଗର ମାନଙ୍କୁ ପ୍ରଦାନ କରିବା ସହ ପ୍ରତିମାସ ର 10 ତାରିଖ ମଧ୍ୟରେ ନିଜର ପ୍ରାପ୍ୟ ପ୍ରଦାନ କରିବା ଓ ପ୍ରତ୍ୟେକ ତାଲିମ ପ୍ରାପ୍ତ ସ୍ୱାବଲମ୍ବୀ କାରିଗର ଙ୍କୁ ନିଯୁକ୍ତି ର ଗ୍ୟାରେଣ୍ଟି ଦେବା ଭଳି ପାଞ୍ଚ ଦଫା ଦାବି ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି l ଦୀର୍ଘ 20 ବର୍ଷ ରୁ ଉର୍ଦ୍ଧ୍ୱ ହେବ ଜନସାଧାରଣ ଙ୍କ ଜଳ ଯୋଗାଣ ସେବା ଯୋଗାଇ ଆସୁଥିବା ସ୍ୱାବଲମ୍ବୀ କାରିଗର ବର୍ତ୍ତମାନ ଅବହେଳିତ ହୋଇଥିବା ଜଣାଯାଏ l ତାଲିମ ପ୍ରାପ୍ତ ସ୍ୱାବଲମ୍ବୀ କାରିଗର ମାନଙ୍କୁ ବିଭାଗୀୟ ଅଧିକାରୀ ତଥା କନିଷ୍ଠ ଯନ୍ତ୍ରୀ ମାନେ ବୌଦ୍ଧ ଜିଲ୍ଲା କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକ ରେ ହଇରାଣ ହରକତ କରୁଥିବା ଅଭିଯୋଗ ହେଉଛି l ଏମାନେ ତାଲିମ ପ୍ରାପ୍ତ ହୋଇଥିଲେ ସୁଦ୍ଧା ଜଳ ଯୋଗାଣ କାର୍ଯ୍ୟରେ ଏମାନଙ୍କୁ ନିୟୋଜିତ ନ କରି ଅନ୍ୟ ଅଣ ତାଲିମ ପ୍ରାପ୍ତ ବ୍ୟକ୍ତି ମାନଙ୍କୁ ମେଘା ଜଳ ଯୋଗାଣ କାର୍ଯ୍ୟ ରେ ନିୟୋଜିତ କରାଯାଉଥିବା ଅଭିଯୋଗ ହେଉଛି l ସ୍ୱାବଲମ୍ବୀ କାରିଗର ମାନଙ୍କ ନଳକୂପ ଓ ଗ୍ରାମ୍ୟ ଜଳ ଯୋଗାଣ ବିଷୟ ରେ ଯଥେଷ୍ଟ ଅଭିଜ୍ଞତା ରହିଥିଲେ ମଧ୍ୟ ଏମାନଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହେଉଛି l ସ୍ୱାବଲମ୍ବୀ କାରିଗର ମାନଙ୍କ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି l ଏହି ଦାବି ପତ୍ର ପ୍ରଦାନ ସମୟ ରେ ସ୍ୱାବଲମ୍ବୀ କାରିଗର ସଂଘ ର କର୍ମକର୍ତ୍ତା ଉପସ୍ଥିତ ଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *