ପ୍ରଶାସନ ଦେଇଥିବା ପ୍ରତିଶୃତି ପୂରଣ ହେଲା ନାହିଁ : ସାରସମାଳ ମଣ୍ଡିରୁ ଧାନ ଉଠୁ ନ ଥିବାରୁ ପୁଣି ଚାଷୀ ଙ୍କ ରାସ୍ତା ଅବରୋଧ l

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାରସମାଳ ମଣ୍ଡି ରୁ ଧାନ ଉଠୁ ନ ଥିବାରୁ ଶତାଧିକ ପୁରୁଷ ଓ ମହିଳା ଚାଷୀ ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି l ସୂଚନା ଯୋଗ୍ୟ ଯେ ଗତ ୧୦ ତାରିଖ ରୁ ସାରସମାଲ ରେ ଧାନ ମଣ୍ଡି ଖୋଲି ଥିଲେ ସୁଦ୍ଧା ୧୪ ଦିନ ଧରି ଚାଷୀ ଙ୍କ ଧାନ ମଣ୍ଡି ରେ ପଡ଼ିରହିଥିଲା l ଫଳରେ ୨୪ ତାରିଖ ମଙ୍ଗଳବାର ଦିନ ସାରସମାଲ ଗ୍ରାମର ଶତାଧିକ ଚାଷୀ ରାମପୁର – ବରପାଲି ମୁଖ୍ୟ ରାସ୍ତାର ସାରସମାଲ ଛକ ଠାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ l ଖବର ପାଇ ସୋନପୁର ଉପଜିଲ୍ଲାପାଳ ଡ. ସୌମ୍ୟାରୁପl ରଥ, ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ, ରାମପୁର ତହସିଲଦାର ବିମଳ କିଶୋର ପାତ୍ର, ଅତିରିକ୍ତ ତହସିଲଦାର ଆନନ୍ଦ ଚନ୍ଦ୍ର ଦାସ ଆନ୍ଦୋଳନ ସ୍ଥଳକୁ ପହଞ୍ଚି ଚାଷୀ ଙ୍କ ସହ ଆଲୋଚନl କରିଥିଲେ l ଆଲୋଚନା ବେଳେ ଚାଷୀ ମାନେ ବିନା କଟନି ଛଟନି ରେ ଧାନ ବିକ୍ରି କରିବାକୁ ଉପଜିଲ୍ଲାପାଳ ଙ୍କୁ କହିଥିଲେ l ପରେ ଉପଜିଲ୍ଲାପାଳ ମିଲରର୍ସ ଙ୍କ ସହ ଯୋଗାଯୋଗ କରି ଗାଡ଼ି ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ l ପରେ ମିଲରର୍ସ ଙ୍କ ଠାରୁ ଗାଡ଼ି ପହଞ୍ଚି ୨ ଜଣ ଚାଷୀ ଙ୍କ ୩୧୧ ପ୍ୟାକେଟ ଧାନ ଉଠାଇ ଥିବା ବେଳେ ଆଜି ପର୍ଯ୍ୟନ୍ତ ୭୮ ଜଣ ଚାଷୀ ଙ୍କ ୮୧୬୪ ପ୍ୟାକେଟ ଧାନ ମଣ୍ଡି ରେ ପଡ଼ିରହିଛି l ଫଳରେ ଶତାଧିକ ଚାଷୀ ଙ୍କ ସମେତ ମହିଳା ମାନେ ଗତକାଲି ଠାରୁ ସାରସମାଲ ଛକ ଠାରେ ଧାନବସ୍ତl ରଖି ଆନ୍ଦୋଳନ କରିଛନ୍ତି l ପରେ ଉପଜିଲ୍ଲାପାଳ ଡ. ସୌମ୍ୟାରୂପା ରଥ ପହଞ୍ଚି ଚାଷୀ ଙ୍କ ସହ ଆଲୋଚନା କରିଥିଲେ l ଆଲୋଚନା ବେଳେ ପୁଣି ଚାଷୀମାନେ ବିନା କଟନି ଛଟନି ରେ ମିଲରର୍ସ ମଣ୍ଡି ରୁ ଧାନ ନେବାକୁ ଉପ ଜିଲ୍ଲାପାଳ ଙ୍କୁ କହିଥିଲେ l ପରେ ମିଲରର୍ସ ଙ୍କ ସହ ଉପଜିଲ୍ଲାପାଳ ଆଲୋଚନl କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନ ଥିଲା l ମଧ୍ୟାହ୍ନ ଭୋଜନ ପରେ ଚାଷୀମାନେ ଗିନି ମୃଦୁଙ୍ଗ ବଜାଇ (କୀର୍ତ୍ତନ କରି) ଆନ୍ଦୋଳନ ଜାରି ରଖିଥିଲେ l ପରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ମାଝୀ ଆସି ଥିଲେ ମଧ୍ୟ ସମାଧାନ ହୋଇପାରି ନ ଥିଲା l ଫଳରେ ପ୍ରଶାସନ ଫେଲ ମାରିଥିବା ଚାଷୀ ମାନେ କହୁଛନ୍ତି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର