August 27, 2025
Home » ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ଦୁର୍ନୀତିଗ୍ରସ୍ତ ଏଆରଆଇ କମ୍ ଆର ଆଇକୁ ଚଢ଼ାଉ କଲା ଭିଜିଲାନ୍ସ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ଦୁର୍ନୀତିଗ୍ରସ୍ତ ଏଆରଆଇ କମ୍ ଆର ଆଇକୁ ଚଢ଼ାଉ କଲା ଭିଜିଲାନ୍ସ

0
WhatsApp Image 2024-12-28 at 1.56.04 PM

ମାନ୍ୟବର ସ୍ଵତନ୍ତ୍ର ଜଜ୍, ଭିଜିଲାନ୍ସ, ଜୟପୁର ଦ୍ଵାରା ସର୍ଚ୍ଚ ୱାରେଣ୍ଟ ଆଧାରରେ ଓ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୨୬/୧୨/୨୪ ତାରିଖ ସକାଳୁ କୋରାପୁଟ ଜିଲ୍ଲାର ବୋରିଗୁମା ତହସିଲର କୁମୁଲି ସର୍କଲ ଏ ଅର୍ ଆଇ କମ୍ ଆର ଆଇ ଇନ୍ ଚାର୍ଜ ( ରାଜସ୍ବ ନିରୀକ୍ଷକ) ସୁରେନ୍ଦ୍ର ତନ୍ତିଙ୍କ ଏକ କାଳୀନ କୋରାପୁଟ ଜିଲ୍ଲାର ବୋରିଗୁମା ଠାରେ ଅବସ୍ଥିତ ଦୁଇ ମହଲା କୋଠା,ବୋରିଗୁମାରେ ତାଙ୍କ ଝିଅ ରହୁଥିବା ଭଡା ଘର, ତାଙ୍କ ଜନ୍ମ ଗ୍ରାମ ରଣସପୁରରେ ଥିବା ପୈତୃକ ଘର ,କାମତା ଗ୍ରାମରେ ତାଙ୍କ ସମ୍ପର୍କୀୟଙ୍କ ଘର, ବୋରିଗୁମାରେ ତାଙ୍କ ସମ୍ପର୍କୀୟଙ୍କର ଦୁଇ ମହଲା କୋଠା, ବୋରିଗୁମା ଠାରେ ଦୁଇଟି ମହଲା ବଜାର କମ୍ପ୍ଲେକ୍ସ, ବୋରିଗୁମାରେ ତାଙ୍କର କୋଠା,ବୋରିଗୁମା କୁମୁଲି ଠାରେ ଶ୍ରୀ ତନ୍ତୀଙ୍କ ଅଫିସ୍ ରୁମ୍ ଏକ କାଳୀନ ୦୮ ଟି ସ୍ଥାନରେ ଚଢାଉ କରି ଯାଞ୍ଚ ପ୍ରକ୍ରିୟା ଜାରି ରଖିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀ ସୁରେନ୍ଦ୍ର ତନ୍ତୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଗୃହ ଅନୁସନ୍ଧାନ ସମୟରେ ଏପର୍ଯ୍ୟନ୍ତ ୦୨ଟି (ପ୍ରତିଟି ୨୦୦୦ ବର୍ଗଫୁଟ) ଦୁଇ ମହଲ ବିଶିଷ୍ଟ କୋଠା, ଗୋଟିଏ କୋଠା, ବୋରିଗୁମା ଓ କୋରାପୁଟରେ ୦୮ ଗୋଟି ପ୍ଲଟ୍, ୧୫୨ ଗ୍ରାମ ଓଜନ ବିଶିଷ୍ଟ ସୁନା ଅଳଙ୍କାର,ନଗଦ ୧.୫୫ ଲକ୍ଷ ଟଙ୍କା, ୦୩ (ବୋଲେରୋ, ମହିନ୍ଦ୍ରା ଏସୟୁଭି ଏବଂ ମାରୁତି ଆଲ୍ଟୋ) ଗୋଟି ଚାରି ଚକିଆ ଯାନଏବଂ ଗୋଟିଏ ଦୁଇ ଚକିଆ ଯାନ ଉଦ୍ଧାର କରାଯାଇଛି ।
ଅପରପକ୍ଷରେ ଆରଆଇଙ୍କ ପତ୍ନୀ ନବରଙ୍ଗପୁରରେ ସ୍ତିତ ଏକ ଅର୍ଥ ଯୋଗାଣ ସଂସ୍ଥାର ଏଜେଣ୍ଟ ରୂପେ ନିକଟସ୍ଥ ଗ୍ରାମବାସୀଙ୍କ ନିକଟରୁ ଟଙ୍କା ଆଦାୟ କରି କିଛି ଦିନ ମଧ୍ୟରେ ୨୦-୨୫ ହଜାର ହୋଇଯିବ କହି ଟଙ୍କା ଆଦାୟ ବାବଦରେ ରସିଦ ମଧ୍ୟ ଦେଇଥିଲେ । କିଛି ଦିନ ପରେ ଅର୍ଥ ଯୋଗାଣ ସଂସ୍ଥା ବନ୍ଦ ହୋଇଥିବା ଜଣା ପଡ଼ିବା ପରେ ଗାଁ ଲୋକେ ରସିଦ ଧରି ଆରଆଇଙ୍କ ବାସଭବନ ପହଞ୍ଚି ତାଙ୍କ ସ୍ତ୍ରୀକୁ ଘେରି ଟଙ୍କା ଫେରାଇବାକୁ ଦାବି କରିଥିଲେ। ଗହଳି ମଧ୍ୟରେ ପରିଶେଷରେ ଭିଜିଲାନ୍ସ ବିଭାଗ ବୁଝାସୁଝା କରି ଭିଜିଲାନ୍ସ ତଦନ୍ତ କରିବ କହି ପ୍ରତିଶ୍ରୁତି ଦେବା ପରେ ଉତ୍ୟକ୍ତ ଲୋକେ ଚୁପ୍ ହୋଇଥିଲେ । ଉପରୋକ୍ତ କୋଠା / ପ୍ଲଟଗୁଡିକର ମାପ ଏବଂ ମୂଲ୍ୟାଙ୍କନ / ମୂଲ୍ୟ ଭିଜିଲାନ୍ସ ବୈଷୟିକ ଶାଖା ଦ୍ୱାରା କରାଯାଉଥିବା ବେଳେ ବ୍ୟାଙ୍କ, ବୀମା ଏବଂ ଡାକ ଜମା ଏବଂ ଅନ୍ୟାନ୍ୟ ନିବେଶ ଇତ୍ୟାଦି ଅନୁସନ୍ଧାନ କରାଯାଉଛି ।
ଏହି ଚଢାଉରେ ୦୩ ଡିଏସପି, ୦୭ ଇନ୍ସପେକ୍ଟର, ୦୫ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡିଶା ଭିଜିଲାନ୍ସ ବିଭାଗ ଦ୍ୱାରା ଏକକାଳୀନ ଚଢ଼ଉ କରି ସନ୍ଧାନ ଜାରି ରଖିଛି ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *