November 13, 2025
Home » ରେଡିଓ ଆଉଟରିଚର ଶ୍ରୋତା ସମ୍ମିଳନୀ

ରେଡିଓ ଆଉଟରିଚର ଶ୍ରୋତା ସମ୍ମିଳନୀ

0
WhatsApp Image 2024-12-28 at 9.33.06 PM

ଜଗତସିଂହପୁର/ତିର୍ତୋଲ : ସରିଆସୁଥିବା ବର୍ଷକୁ ବିଦାୟ ଦେବା ସହ ନୂଆ ବର୍ଷକୁ ମିଳିମିଶି ସ୍ୱାଗତ କରିଛନ୍ତି ରେଡିଓ ଆଉଟରିଚର ଶ୍ରୋତା. ଶନିବାର ଅପରାହ୍ନରେ ତିର୍ତ୍ତୋଲ ବ୍ଲକ ସ୍ଥିତ ଶ୍ରୀରାମପୁରରେ ଅବସ୍ଥିତ ରେଡିଓ ଆଉଟରିଚ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି ଏକ ଶ୍ରୋତା ସମ୍ମିଳନୀ. ଏଥିରେ ରେଡିଓ ଆଉଟରିଚର ଅନେକ ଶ୍ରୋତା ସାମିଲ ହୋଇ ବିଦାୟୀ ବର୍ଷରେ ପ୍ରସାରିତ କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ମତାମତ ଦେଇଥିଲେ. ଏହା ସହ ଆଗାମୀ ବର୍ଷ ପାଇଁ ବିଭିନ୍ନ ନୂଆ କାର୍ଯ୍ୟକ୍ରମ ପ୍ରସାରଣ ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ. ରେଡିଓ ଆଉଟରିଚର କେନ୍ଦ୍ର ନିର୍ଦ୍ଦେଶକ ସୁବ୍ରତ କୁମାର ପତି ଶ୍ରୋତାମାନଙ୍କ ମତାମତ ଶୁଣିବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେଇଥିଲେ. ଏହି ଅବସରରେ ରେଡିଓ ଆଉଟରିଚର ନୂଆ ବର୍ଷ କ୍ୟାଲେଣ୍ଡର ଉନ୍ମୋଚନ କରାଯିବା ସହ ଶ୍ରୋତାମାନଙ୍କୁ ବଣ୍ଟାଯାଇଥିଲା. ଆଉଟରିଚର ଟ୍ରଷ୍ଟି ସ୍ମୃତି ପ୍ରିୟଦର୍ଶିନୀ, ସଦସ୍ୟ ଦୁଷ୍ମନ୍ତ ଜେନା, ରାହୁଲ ଶର୍ମା ଓ ରେଡିଓ ଆଉଟରିଚର କାର୍ଯ୍ୟକ୍ରମ ନିଷ୍ପାଦକ ସତ୍ୟବ୍ରତ ପତି, ସାମ୍ବାଦିକ ଶ୍ରୀବତ୍ସ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *