ମହୁଲପାଲି ପୋଲିସ ପକ୍ଷରୁ ମୋଟରସାଇକେଲ ଚୋର ଦଳ ଗିରଫ,୬ ମୋଟରସାଇକେଲ ଉଦ୍ଧାର (ଫଟୋ)

କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ପକ୍ଷରୁ କୁସୁମୀ ପଡିଆଢିପା ର ଚୋରି ହୋଇଥିବା ୟହମା ମୋଟରସାଇକେଲ ତଦନ୍ତ କରି ସମ୍ବଲପୁର,ସୁନ୍ଦରଗଡ,ଦେବଗଡ ତିନୋଟି ଜିଲ୍ଲାର ୮ ଜଣ ଯୁବକ କୁ ଗିରଫ କରି ତାଙ୍କ ଠାରୁ ବିଭିନ୍ନ ସ୍ଥାନରୁ ଚୋରି କରିଥିବା ୬ ମୋଟରସାଇକେଲ ଜବତ କରିଛନ୍ତି। ଘଟଣା ରୁ ପ୍ରକାଶ ଯେ ଗତ ଡିସେମ୍ବର ୧୨ ତାରିଖ ମହୂଲପାଲି ଥାନା ପଣ୍ଡିଆଢିପା ଗ୍ରାମ ର ଜଣେ ବ୍ୟକ୍ତି ତାଙ୍କ ନୂତନ ୟହମା ବାଇକ ଓଆର ୧୫ ୟାଇ ୦୪୦୮ ଘର ପୋଟିକୋ ରେ ଲକ କରି ଶୋଇଥିବା ସମୟରେ ୧୫ ତାରିଖ ବାଇକ ଘର ସମ୍ମୁଖରେ ନଥିଲା ଘଟଣା ମହୁଲପାଲି ଥାନା ରେ ଅଭିଯୋଗ ପରେ ମହୁଲପାଲି ପୋଲିସ ଥାନା ମୋକଦ୍ଦମା ନଂ ୧୯୪-୧୪ /୧୨ ରେ ରୁଜ୍ଜୁ କରି ଘଟଣା ର ତଦନ୍ତ କରି ବିଭିନ୍ନ ସ୍ଥାନ ଚଢ଼ାଉ କରିଥିଲେ।ଏହି ଘଟଣା ରେ ପୋଲିସ ଜମନକିରା ଥାନା ଟିକିଲିପଡା ଗ୍ରାମର ଅନ୍ତରଜାମୀ ସେଠ ୨୨ ବର୍ଷ, କୁଚିଣ୍ଡା ଥାନା ଚନ୍ଦନିମାଲ ଗ୍ରାମର ଲବଣୀ ଖଡିଆ ୨୪ ବର୍ଷ, ଦେବଗଡ ଜିଲ୍ଲା ଦୁଧିଆନାଳି ଗ୍ରାମ ର ଦେବାଶିଷ କୁଜୁର ୧୯,ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ରାମପୁର ର; ସଞ୍ଜିବ ଟପ୍ପୋ ୧୯,ବିଶାଲ ମାଝୀ ୨୨ ଓ ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ସାଗୋବାହାଲ ରସିଦ୍ଧାର୍ଥ ଲାକ୍ରା ୨୪ ଙ୍କୁ ଗିରଫ କରିଛନ୍ତି ତାଙ୍କ ଠାରୁ ଚାରୋଟି ୟହମା ଏମଟି ୧୫, ଗୋଟିଏ ଆରଟିଆର ୨୦୦ ଓ ଗୋଟିଏ ସିଟି ୧୦୦ ଜବତ କରିଥିବା ଜଣାପଡିଛି। ଘଟଣାରେ ସଂପୃକ୍ତଥିବା ଆଠ ଜଣ ଆସାମୀ ଙ୍କୁ ଆଜି ଭାରତୀୟ ବିଏନଏସ ଧାରା ୨୦୩(୨୦/୬୧(୨)/୧୧୧(୪))୩(୫) ରେକୋର୍ଟ ଚାଲାଣ କରାଯାଉଥିବା ଏସଡିପିଓ ଅମିତାଭ ପଣ୍ଡା ପୋଲିସ ର ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।