July 5, 2025
Home » ସାମାଜିକ ସମୀକ୍ଷକ ମାନଙ୍କ ଏକ ଦିବାସୀୟ ତାଲିମ ଶିବିର ଅନୁଷ୍ଠିତ

ସାମାଜିକ ସମୀକ୍ଷକ ମାନଙ୍କ ଏକ ଦିବାସୀୟ ତାଲିମ ଶିବିର ଅନୁଷ୍ଠିତ

0
WhatsApp Image 2024-12-31 at 11.52.59 AM (2)

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟୀତ୍ୱ ଓ ସ୍ୱଚ୍ଛତା ସମିତି ଓ ପଂଚାୟତିରାଜ ପାନୀୟଜଳ ବିଭାଗ ଓଡିଶା ସରକାର ତରଫରୁ ଆଜି ଏକ ଦିବସୀୟ ସମଗ୍ର ଶିକ୍ଷା ସମ୍ୱନ୍ଧୀୟ କ୍ଲଷ୍ଟର ସାମାଜିକ ସମୀକ୍ଷକ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ୍ ଅନୁଷ୍ଠିତ ହୋଇଯାଇଛି l ଏହାକୁ ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଲ୍ଲବୀରାଣୀ ରାଜ ଯୋଗ ଦେଇ ଉଦଘାଟନ କରିଥିଲେ l ଜିଲ୍ଲା ସାମାଜିକ ସମୀକ୍ଷକ ହୃଷିକେଶ ମହାକୁର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ lତାଲିମଦାତା ଭାବରେ ସମଗ୍ର ଶିକ୍ଷା ଆଇ ଇ ଡ଼ି ସଂଯୋଯକ ସଚ୍ଚିଦାନନ୍ଦ ସାହୁ, ବ୍ଲକ ସାମାଜିକ ସମୀକ୍ଷକ ମନୋଜ ସେଠୀ , ସଂଜୟ ବଡ଼ମାଳୀ, ସୁଦାମ ଗାଈଗରିଆ, ଗୋପକୃଷ୍ଣ ରାଉତ ଯୋଗ ଦେଇ ସମଗ୍ର ଶିକ୍ଷା ଯୋଜନା ଉପରେ ଆଲୋଚନା କରିଥିଲେ l ଏଥିରେ ଜିଲ୍ଲା ର ସମସ୍ତ ବ୍ଲକ ରୁ 40 ଜଣ ଗ୍ରାମ ସମ୍ବଳ କର୍ମୀ ଯୋଗ ଦେଇ ତାଲିମ୍ ଗ୍ରହଣ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *