July 1, 2025
Home » ହିନ୍ଦ ମଜଦୁର ସଭା ର ୭୭ ତମ ପ୍ରତିଷ୍ଠା ଦିବସ

ହିନ୍ଦ ମଜଦୁର ସଭା ର ୭୭ ତମ ପ୍ରତିଷ୍ଠା ଦିବସ

0
WhatsApp Image 2024-12-31 at 4.26.00 PM

ବ୍ରହ୍ମପୁର, କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ହିନ୍ଦ ମଜଦୁର ସଭା ର ୭୭ତମ ପ୍ରତିଷ୍ଠା ଦିବସ ରାଜ୍ୟ ସମ୍ପାଦକ ସାଥୀ ସତ୍ୟନାରାୟଣ ତ୍ରିପାଠୀଙ୍କ ସଭାପତିତ୍ୱ ରେ ଆସ୍କା ରୋଡ଼ ତାଲୁକା ସ୍ଥିତ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଦେଶର ପ୍ରଗତିରେ ମେରୁଦଣ୍ଡ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଠିକ ସମୟରେ ସମାଧାନ ନ ହେବା ଶ୍ରମିକ ମାନଙ୍କ ଶିକ୍ଷା ଓ ସଚେତନତା ଅଭାବରୁ ବହୁ ଶିଳ୍ପପତି ଓ ମାଲିକମାନେ ଶ୍ରମିକ ମାନଙ୍କୁ କିପରି ଅଧିକ ସମୟ କାମ କରାଇ କମ ଦରମା ଦେଉଛନ୍ତି। ସରକାର ମଧ୍ୟ ଶିଳ୍ପପତି ମାନଙ୍କୁ ସୁହାଇଲା ଭଳି ଆଇନ ଆଣିବା ଶ୍ରମିକମାନଙ୍କୁ ଶକ୍ତ ଧକ୍କା ବୋଲି କହିଥିଲେ। ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ ସରକାର ସବୁବେଳେ ଶ୍ରମିକମାନଙ୍କ ସହ ଅଛନ୍ତି ବୋଲି କହିବା ସହ ନିର୍ମାଣ ଶ୍ରମିକଙ୍କ ମୃତ୍ୟ କାଳୀନ ସହାୟତା ଦୁଇ ଲକ୍ଷ ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ ସରକାର ତାହାକୁ ତିନି ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବାରୁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟବକ୍ତା ଭାବେ ଆଇନଜୀବୀ ପ୍ରଭାତ କୁମାର ମିଶ୍ର ଯୋଗଦେଇ ଶ୍ରମିକ ମାନଙ୍କ ଉଦ୍ଦେଶ୍ୟ ରେ ଦିଆଯାଉଥିବା ସାଇକେଲ, ଯନ୍ତ୍ରପାତି ଉପକରଣ ଓ ପେନସନ ଭଳି ସହାୟତା ପୁନଃ ଚାଲୁ କରିବା ପାଇଁ ସରକାରଙ୍କ ପାଖରେ ଦୃଢଦାବି କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ରେ ନିରଞ୍ଜନ ଜେନା, ଏମ କାଶୀନାଥ, ନରସିଂହ ସାହୁ, କୋମଳ ପାତ୍ର ଓ ରାମ ହରି ଖଣ୍ଡୁଆଳ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିବା ବେଳେ ଶିବଶଙ୍କର ବୈଶାଖୀ, ଏନ ନରେଶ ଆଚାରୀ, ଯୁଧିଷ୍ଠିର ସାହୁ ସଭା ପରିଚାଳନା ରେ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ନିର୍ମାଣ ଶ୍ରମିକ ଓ ଅଣ ସଂଗଠିତ ଶ୍ରମିକ ମାନେ ଯୋଗଦେଇଥିଲେ ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *