ସାମ୍ବାଦିକା ଙ୍କୁ ର୍ଦୁବ୍ୟବହାର ସମ୍ପର୍କରେ ଅଭିଯୋଗ।

ବ୍ରହ୍ମପୁର ଏମକେସିଜି ଶିଶୁ ବିଭାଗର ମୁଖ୍ୟ ଡାକ୍ତରଙ୍କ ଦ୍ଵାରା ସାମ୍ବାଦିକା ଙ୍କୁ ଦୁର୍ବ୍ୟବହାର ସମ୍ପର୍କରେ ଅଭିଯୋଗ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କୁ ସ୍ମାରକପତ୍ର ପ୍ରଦାନ କଲା ପ୍ରେସ କ୍ଳବ ଵ୍ରହ୍ମପୁର । ସୂଚନାଯୋଗ୍ୟ ଶନିବାର ରାତିରେ ଅସ୍ଥିଶଲ୍ୟ ବିଭାଗର ଜଣେ ବରିଷ୍ଠ ଡାକ୍ତରଙ୍କ ବନ୍ଧୁଙ୍କ ଶିଶୁ ହଠାତ ଅସୁସ୍ଥ ହୋଇ ପଡିଥିଲେ। ଶିଶୁଟିର ଚିକିତ୍ସା ନିମନ୍ତେ ଏମକେସିଜି ମେଡ଼ିକାଲ ଶିଶୁ ବିଭାଗର ଆଶୁ ଚିକିତ୍ସା ବିଭାଗକୁ ବରିଷ୍ଠ ଡ଼ାକ୍ତର ଓ ତାଙ୍କ ବନ୍ଧୁ ଜଣକ ଆସିଥିଲେ। ଏହି ସମୟରେ ଗୁରୁତର ଶିଶୁଙ୍କୁ ବିଭାଗରେ ଉପଯୁକ୍ତ ଚିକିତ୍ସା ମଳି ନଥିବା ବେଳେ, ସେଠାରେ କେହି ବରିଷ୍ଠ ଡାକ୍ତର ମଧ୍ୟ ଉପସ୍ଥିତ ନ ଥିଲେ । ଯାହାକୁ ନେଇ ଅସ୍ଥିଶଲ୍ୟ ବିଭାଗର ବରିଷ୍ଠ ଡାକ୍ତର କାର୍ଯ୍ୟରେ ଥିବା ପିଜି ଡାକ୍ତରଙ୍କୁ ପଚାରିବା ସହ ଚିକିତ୍ସାରେ ଦେଖାଯାଇଥିବା ସମସ୍ୟା ସମ୍ପର୍କରେ କହିଥିଲେ । ଏହାପରେ ପିଜି ଛାତ୍ର ଜଣକ ବରିଷ୍ଠ ଡାକ୍ତରଙ୍କୁ ଦୁର୍ବ୍ଯବହାର କରିବାକୁ ପଛାଇ ନଥିଲେ। ଏଭଳି ଘଟଣା ପରେ ବରିଷ୍ଠ ଡାକ୍ତର ଜଣକ ନିଜର ପରିଚୟ ଦେଇଥିବା ପରେ ବି ପିଜି ଛାତ୍ରଙ୍କ ଦୁର୍ବ୍ଯବହାରର ଶିକାର ହୋଇଥିଲେ । ଯାହାକୁ ନେଇ ବରିଷ୍ଠ ଡାକ୍ତର ଜଣକ ଶିଶୁ ବିଭାଗର ମୁଖ୍ୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରିବା ସହ ଏମକେସିଳି ମେଡିକାଲର ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଏନେଇ ସେ ସାମ୍ବାଦିକ ମାନଙ୍କ ସହଯୋଗ ଆବଶ୍ୟକ କରିଥିଲେ। ଅଭିଯୋଗ ପାଇବା ପରେ ଜଣେ ମହିଳା ସାମ୍ବାଦିକା ଉକ୍ତ ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା କରି ସତ୍ୟତା ଜାଣିବା ଫୋନ୍ ରେ ଯୋଗାଯୋଗ କରିଥିଲେ। ତେବେ ଉକ୍ତ ଡାକ୍ତର ଜଣକ ପ୍ରତି ଉତ୍ତରରେ ସାମ୍ବାଦିକ ଜଣଙ୍କୁ ଦୁର୍ବ୍ୟବହାର କରି କହିଛନ୍ତି ଯେ, “ତୁମ ସାମ୍ବାଦିକ ମାନଙ୍କୁ ସବୁ କଥା କାହିଁକି ପଡ଼ିଛି, ଆମ ମେଡିକାଲରେ କଣ ହେଲା ନ ହେଲେ ତାହା ଆମେ ବୁଝିବୁ, ତୁମେ ସବୁ କାହିଁକି ଏହି ଭିତରେ ମୁଣ୍ଡ ଖେଳାଉଛ” ବୋଲି କହିଥିଲେ। ତେବେ ଜଣେ ବରିଷ୍ଠ ଡ଼ାକ୍ତର ହୋଇ ଜଣେ ସାମ୍ବାଦିକଙ୍କୁ ଏହି ଭଳି କହିବା ଓ ଘଟଣା ସମ୍ପର୍କରେ ପ୍ରଶ୍ନ କରିଥିବା ବେଳେ, “ତୁମ ହାତରେ କଣ ହବ କର – ଆଇ ଡୋଣ୍ଟ କେୟାର” ବୋଲି କହିଥିଲେ। ବ୍ରହ୍ମପୁର ଏମକେସିଜି ମେଡିକାଲ୍ ରେ ଏଭଳି ପରିସ୍ଥିତି ବାରମ୍ବାର ଘଟୁଥିବା ଵେଳେ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି କରିଛି ବ୍ରହ୍ମପୁର ପ୍ରେସ କ୍ଳଵର ସମସ୍ତ ସଦସ୍ୟ, ସଦସ୍ୟା ।ଏହି ପରିପ୍ରେକ୍ଷୀରେ ରଶ୍ମିତା ପାଣିଗ୍ରାହୀ, ବିକେ ବିଶାରଦ, ସାରା ମିଶ୍ର, ଗୋପାଳ ରେଡ୍ଡୀ (ଯୁଗ୍ମ ସମ୍ପାଦକ ପିସିବି), ଜଗନ୍ନାଥ ପାଣିଗ୍ରାହୀ, ପ୍ରଶାନ୍ତ ଦାସ, ମନୋରଞ୍ଜନ ଦଳାଇ, ଶକ୍ତିଧର ରାଜଗୁରୁ, ଶୁଭେନ୍ଦୁ ଦାସ, ମନୋଜ ପଣ୍ଡା, ଅଭୟ ପାଢ଼ୀ (ଉପ ସଭାପତି ପିସିବି), ମୃତୁଞ୍ଜୟ ସାହୁ, ଲୀକୁ ଡାକୁଆ, ଜଗନ୍ନାଥ ପଣ୍ଡା, ଅଭିଜିତ କର, ନରସିଂହ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )