September 24, 2026
Home » ପାରାଦ୍ଵୀପ ପୌର ପ୍ରଶାସନ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହା ଆଡ଼ମ୍ବର ପାଳିତ

ପାରାଦ୍ଵୀପ ପୌର ପ୍ରଶାସନ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହା ଆଡ଼ମ୍ବର ପାଳିତ

0
WhatsApp Image 2026-09-01 at 1.30.35 PM (1)

 

ପାରାଦୀପ ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହା ଆଡମ୍ବରରେ ପାଳିତ l ପାରାଦୀପ ର ବିଭିନ୍ନ ୱାର୍ଡ ରେ ଜନ ଉପକାରୀ ବିଭିନ୍ନ ପ୍ରକଳ୍ପ ମାନ ଶୁଭ ଉଦଘାଟନ କରାଯାଇ ଥିବା ଦେଖିବାକୁ ମିଳିଥିଲା l ଏଥିରେ ପାନୀୟ ଜଳ ପ୍ରକଳ୍ପ , ପାରାଦୀପ ପରିବା ବ୍ୟବସାୟୀ ମାନଙ୍କ ପାଇଁ କରାଯାଇ ଥିବା ଗୃହ ପ୍ରଭୁତି ବିଭିନ୍ନ କାର୍ଯ୍ୟ ଶୁଭ ଉଦଘାଟନ କରାଯାଇ ଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ପାରାଦୀପ ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ଓଡ଼ିଶା ସରକାର୍ ଙ୍କ ମାନ୍ୟବର ଶିଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗ ଦେଇ ଥିବା ବେଳେ, ପାରାଦୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହରନାଦ, ଯୋଗ ଦେଇ ଥିବା ଦେଖିବାକୁ ମିଳିଥିଲା l

ଏଥିରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ବସନ୍ତ କୁମାର ବିଶ୍ଵାଳ, ପାରାଦୀପ ପୌର ପରିଷଦ ଉପାଧ୍ୟକ୍ଷ ଛବିରାଣି ରାଉତ୍, ପାରାଦୀପ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ପ୍ରମୁଖ ଯୋଗ ଦେଇ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l ଏହି ଉତ୍ସବ୍ ରେ ପାରାଦୀପ ପୌର ପରିଷଦ ଅଧୀନରେ ଥିବା ୧୯ ୱାର୍ଡ ର ପାରିସଦ ମାନେ ଯୋଗ ଦେଇ ଥିବା ବେଳେ ବିଭିନ୍ନ ୱାର୍ଡ ରୁ ସହ ସହ ମହିଳା, ଯୁବ ଗୋଷ୍ଟି,ବୁଦ୍ଧିଜୀବି ଓ ବିଭିନ୍ନ ସ୍ୱୋଛା ସେବୀ ସଙ୍ଗଠନ ର ବହୁ ବରିଷ୍ଟ ସଂଗଠକ, ବହୁ ସ୍ୱୟଂ ସହାୟକ ଗୋଷ୍ଠୀ ସ୍ୱଛ ସାଥୀ ବିଭିନ୍ନ ସ୍କୁଲ୍ କଲେଜର ବହୁ ଛାତ୍ର ଛାତ୍ରୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା l ଏହି ଅବସରରେ ସ୍ୱାୟତ୍ତ ଶାସନ ଦିବସ ର ମୂଳ ଲକ୍ଷ୍ୟ କୁ ନେଇ ଉପସ୍ଥିତ ମଞ୍ଚାସିନ ଅତିଥି ମାନେ ନିଜ ନିଜର ଅଭିଭାଷଣ ରଖିଥିବା ବେଳେ ଏହି ସଭାକୁ ପରିଚାଳନା କରିଥିଲେ ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ଵାଳ l ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ୧୦ଦିନ ପୂର୍ବରୁ କରାଯାଇ ଥିବା ପ୍ରତି ଯୋଗିତାରେ ଭାଗ ନେଇଥିବା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ସଭା ମଞ୍ଚରେ ପୁରସ୍କୃତ କରାଯାଇଥିବା ବେଳେ ବିଭିନ୍ନ ସ୍ୱଛା ସେବୀ ଅନୁଷ୍ଠାନ ମାନଙ୍କର ସୁନ୍ଦର କାର୍ଯ୍ୟ କଳାପ କୁ ନେଇ ପୁରସ୍କୃତ୍ କରାଯାଇ ଥିବା ସହ ସ୍ୱଛ ସାଥୀ ଏସେଜି ଗ୍ରୁପ ମାନଙ୍କ ର କାର୍ଯ୍ୟ କଳାପ ଓ ଡ୍ରଗ୍ସ ନିଶା ନିବାରଣ ୱାଡା ଗ୍ରୁପର ସଦସ୍ୟ ମାନଙ୍କର ପାରିଦର୍ସିତl କୁ ନେଇ ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇ ଥିଲା

Leave a Reply

Your email address will not be published. Required fields are marked *