July 1, 2025
Home » ଜିଲ୍ଲା ସ୍ତରୀୟ ରେଡକ୍ରସ୍ ଶିକ୍ଷା ଓ ତାଲିମ୍ ଶିବିର ଉଦ୍ଘାଟିତ

ଜିଲ୍ଲା ସ୍ତରୀୟ ରେଡକ୍ରସ୍ ଶିକ୍ଷା ଓ ତାଲିମ୍ ଶିବିର ଉଦ୍ଘାଟିତ

0
WhatsApp Image 2025-01-08 at 7.27.17 PM

ନବରଙ୍ଗପୁର ସହରସ୍ଥିତ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ଠାରେ ସପ୍ତମ ଜିଲ୍ଲା ସ୍ତରୀୟ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁଙ୍କ ସଭାପତିତ୍ବରେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ବିଧାୟକ ଡ଼ାବୁଗାଁ ମନୋହର ରନ୍ଧାରି, କ୍ରୀଡା ଓ ଶାରୀରିକ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ପଟ୍ଟନାୟକ, ଆର ସି ଡ଼ି ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରୀୟା ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ ରେଶମ ଲାଲ୍ ନାୟକ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଚିତ୍ତ ରଞ୍ଜନ ପଟ୍ଟନାୟକ, ସୁବାସ ରାୟ, ଗୋଷ୍ଠି ଶିକ୍ଷା ଅଧିକାରୀ ନବରଙ୍ଗପୁର ସମରେନ୍ଦ୍ର ଭୌମିକ, ଗୋଷ୍ଠି ଶିକ୍ଷା ଅଧିକାରୀ, ପାପଡ଼ାହାଣ୍ଡି, ଜିଲ୍ଲା ରେଡ୍କ୍ରସ ଅଧିକାରୀ ପ୍ରକାସିନି ଚୌଧୁରୀ ଉପସ୍ଥିତ ଥିଲେ। ସର୍ବ ପ୍ରଥମେ ରେଡକ୍ରୋସ ପତାକା ଉତ୍ତୋଳନ ପରେ ଧୂପ ଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ ପୂର୍ବକ ଅତିଥିଗଣ ମଞ୍ଚାସୀନ ହେଲେ।
ଅତିଥିଗଣ ରେଡକ୍ରସ ସ୍ଥାପନର ଉଦ୍ଦେଶ୍ୟ ଓ ଆମ ସମସ୍ତଙ୍କ ଦାୟିତ୍ଵ ତଥା ସ୍ବାସ୍ଥ୍ୟ ସେବା ଓ ବିଶ୍ୱ ବନ୍ଧୁତା ବିଷୟରେ ଆଲୋଚନା ରଖିଥିଲେ। ପରବର୍ତ୍ତୀ ସମୟରେ ରେଡକ୍ରସର ଇତିହାସ ଓ ଜୁନିଅର ରେଡ୍ କ୍ରସ ବିଷୟରେ ବଶିଷ୍ଠ କାଉନସିଲର ଶ୍ରୀ ନଳିନୀ କାନ୍ତ ପାତ୍ର ବିଶଦ ଆଲୋଚନା ରଖିଥିଲେ। ମଧ୍ୟାହ୍ନ ଅନ୍ତେ ଜିଲ୍ଲା ଅଗ୍ନିଶମ ବାହିନୀର ଅଧିକାରୀ ମାନଙ୍କ ଦ୍ୱାରା ନିଆଁର ପ୍ରକାର,ଆୟତ୍ତ କୌଶଳ ତଥା ଅନ୍ୟାନ୍ୟ ଜରୁରୀ କାଳୀନ ସେବା ଉପରେ ଏକ ସଫଳ ମୋକଡ୍ରିଲ ହୋଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ଯକ୍ରମ ହୋଇଥଲା। ତିନିଦିନ ଧରି ହେବାକୁ ଥିବା ଏହି ଶିବିରରେ ସ୍ଵଚ୍ଛତା, ରକ୍ତଦାନ , ଏଚ ଆଇ ଭି ଏଡ୍ସ, ସଡ଼କ ନିରାପତ୍ତା, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଆଦି ବିଷୟରେ ସଚେତନତା କାର୍ଯ୍ୟକ୍ରମ ରହିଛି ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *