ପ୍ରିୟରଞ୍ଜନ ମିଶ୍ର ନୟାଗଡ଼ର ଗର୍ବ ଓ ଗୌରବ

ନୟାଗଡ଼ : ନୟାଗଡ଼ ଏନ୍ ଏସି ହାଇସ୍କୁଲର ଛାତ୍ର ପ୍ରିୟରଞ୍ଜନ ମିଶ୍ର ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଓ ସଂସଦୀୟ ବ୍ୟାପାର ବିଭାଗ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଭୁବନେଶ୍ୱରସ୍ତ ରାଜ୍ୟ କୃଷି ଭବନ ପ୍ରାଙ୍ଗଣରେ ରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା – ୨୦୨୫ରେ ଭାଗନେଇ ସାରା ରାଜ୍ୟରେ ଶ୍ରେଷ୍ଠ ୫ରେ କୃତିତ୍ୱ ହାସଲକରି ଆମ ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।
ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୩୦ ଜିଲ୍ଲାରୁ ୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଆମ ନୟାଗଡ଼ ଜିଲ୍ଲାରୁ ଛାତ୍ର ପ୍ରିୟରଞ୍ଜନ ମିଶ୍ର ପ୍ରତିନିଧିତ୍ଵ କରିଥିଲେ ।ଏହି ଯୁବ ସଂସଦ ପ୍ରତିଯୋଗିତାରେ ପ୍ରିୟରଞ୍ଜନ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୂମିକାରେ ନିଖୁଣ ଓ ଚମତ୍କାର ଅଭିନୟ କରି କୃତିତ୍ୱ ଅର୍ଜନ କରି ପୁରସ୍କୃତ ହୋଇଛନ୍ତି । ପ୍ରିୟରଞ୍ଜନ ମିଶ୍ର ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିବାରୁ ତାଙ୍କ ପାଖକୁ ଶୁଭେଚ୍ଛାର ବାର୍ତ୍ତା ଛୁଟିବାରେ ଲାଗିଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।