July 5, 2025
Home » ଉଠା ଦୋକାନୀମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର

ଉଠା ଦୋକାନୀମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର

0
puri

ବଡ ଦାଣ୍ଡ ରେ ଧାରଣା ରେ ବସିଥିବା ଉଠା ଦୋକାନୀ ନିଜର ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ତେବେ ପ୍ରଶାସନ ପକ୍ଷରୁ ବଡ ଦାଣ୍ଡ ରେ ଥାଇଥାନ ନେଇ କୌଣସି ସହଯୋଗ ନ ମିଳିବାରୁ ବଡ ଦାଣ୍ଡ ମିଳିତ ଉଠା ଦୋକାନୀ ସଂଘ ଆଇନଗତ ଲଢେଇ ପାଇଁ ହାଇକୋର୍ଟ ଙ୍କ ଦ୍ବାରସ୍ଥ ହୋଇଛନ୍ତି । ଯେହେତୁ ମାମଲା ହାଇକୋର୍ଟ ରେ ପହଞ୍ଚିଛି ହାଇକୋର୍ଟ ଙ୍କୁ ସମ୍ମାନ ଦେଇ ଉଠା ଦୋକାନୀ ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଚନ୍ତି। ତେବେ ପୁରୀ ଜିଲାପାଳ ଉଠା ଦୋକାନୀ ଙ୍କୁ ଥଇଥାନ ଦିଗରେ ପ୍ରତାରଣା କରିଚନ୍ତି ।ଏହାର ପ୍ରତିବାଦ ଆସନ୍ତା ସୋମବାର ଦିନ ପୁରୀ ଜିଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିବେ ମିଳିତ ଉଠା ଦୋକାନୀ ସଂଘ। ତେବେ ଦୀର୍ଘ 77 ଦିନ ହେବ ବଡ ଦାଣ୍ଡ ରେ ଥଇଥାନ ଦାବି ଧାରଣା ଦେଇଥିଲେ ଉଠା ଦୋକାନୀ। ତେବେ ଗତ ତିନି ଦିନ ହେବ ଆମରଣ ଅନଶନ ଆରମ୍ଭ କରିଥିଲେ ଉଠା ଦୋକାନୀ। ଫଳରେ 20 ରୁ ଅଧିକ ଉଠା ଦୋକାନୀ ଅସୁସ୍ଥ ହୋଇ ପୁରୀ ମେଡିକାଲ ରେ ଭର୍ତ୍ତି ହୋଇଥିଲେ। ତେବେ ଗରିବ ଉଠା ଦୋକାନୀ ଙ୍କୁ ପ୍ରଶାସନ ଉଚ୍ଛେଦ କରି ନିଘୋଡ଼ ନିଦ ରେ ଶୋଇବା କୁ ନେଇ ଉଠା ଦୋକାନୀ ପୁରୀ ଜିଲାପାଳ ଙ୍କୁ କଡା ସମାଲୋଚନା କରିଚନ୍ତି। ପୁରୀ ଜିଲ୍ଲାପାଳ ଉଠା ଦୋକାନୀ ଙ୍କ ଥଇଥାନ ନେଇ ନୀରବ ରହିବା ଘଟଣା କୁ ଉଠା ଦୋକାନୀ ସମାଲୋଚନା କରିଚନ୍ତି।
ବଡ ଦାଣ୍ଡ ରେ ଥଇଥାନ ଦାବି ନେଇ ଆନ୍ଦୋଳନ ରେ ସାମିଲ ଥିବା ଜଣେ ଉଠା ଦୋକାନୀ ହରେକୃଷ୍ଣ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି, ବଡ ଦାଣ୍ଡ ରୁ ଉଚ୍ଛେଦ ଉଠା ଦୋକାନୀ ଙ୍କ ଥାଇଥାନ ନେଇ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆମେ ଉଠା ଦୋକାନୀ ମାନେ 77 ଦିନ ହେବ ବଡ ଦାଣ୍ଡ ରେ ଧାରଣା ଦେଲୁ। ହେଲେ ଦୁଃଖ ର ବିଷୟ ପ୍ରଶାସନ ର ନିଦ ଭାଙ୍ଗିଲା ନାହିଁ। ଆମର ତିନୋଟି ଦାବି ରହିଛି। ବନ୍ଦ ରହିଥିବା ମାସିକ ସହାୟତା ରାଶି କୁ ଦେବା, ଯେଉଁ ସ୍ଥାନ ରେ ବ୍ୟବସାୟ ହୋଇ ପାରିବ ସେହି ସ୍ଥାନ ରେ ଆମକୁ ଥାଇଥାନ କରାଯାଉ, ଯେଉଁ ସ୍ଥାନ ରେ ଆମକୁ ଥଇଥାନ ପାଇଁ କୁହାଯାଇଛି ଉକ୍ତ ସ୍ଥାନ ରେ ଭିତ୍ତିଭୂମି ଉନ୍ନତି ନ ହେଲା ଯାଏ ଆମକୁ ବଡ ଦାଣ୍ଡ ରେ ବ୍ୟବସାୟ ନେଇ ସୁଯୋଗ ଦିଆଯାଉ। ଶ୍ରୀ ସେତୁ ତଳେ ଆମକୁ ଯେଉଁ ବ୍ୟବସାୟ ପାଇଁ କୁହାଯାଇଛି ସେଠାରେ ବ୍ୟବସାୟ ସମ୍ଭବ ନୁହେ। ସେଠାକୁ ଲୋକ ଙ୍କ ଚଳ ପ୍ରଚଳ ନାହିଁ। ଆମେ ସେଠାକୁ ଗଲେ କିଭଳି ବ୍ୟବସାୟ କରିବି। ଆମର ଦାବି ହେଉଛି ଆମକୁ ସହାୟତା ରାଶି ଯେଉଁ ଦିଆଯାଇଥିଲା ତାହା ଗତ ଅଗଷ୍ଟ ମାସରୁ ବକେୟା ସବୁ ଦିଆଯାଉ । ଯେଉଁ ସ୍ଥାନ କୁ ଭକ୍ତ ଓ ସାଧାରଣ ଲୋକ ଙ୍କ ଯାତାୟାତ ଥିବ ସେହି ସ୍ଥାନକୁ ଅମକୁ ବ୍ୟବସାୟ ପାଇଁ ବ୍ୟବସ୍ଥା କରାଯାଉ ।
ଉଠା ଦୋକାନୀ ସଂଘ ର ନେତା ପ୍ରିୟ ଦର୍ଶନ ପଟନାୟକ କହିଛନ୍ତି, ବଡ଼ ଦାଣ୍ଡ ଗତ 4 ଦିନ ହେବ ଉଠା ଦୋକାନୀ ମାନେ ଆମରଣ ଅନଶନ ରେ ବସିଲେ। ହେଲେ ଉଠା ଦୋକାନୀ ଙ୍କ ଦୁଃଖ ପ୍ରଶାସନ ଶୁଣିଲା ନାହିଁ। ପ୍ରଶାସନ ଠାରୁ କୌଣସି ସହଯୋଗ ମିଳିବା ସମ୍ଭାବନା ନ ଥିବାରୁ ଆମେ ହାଇକୋର୍ଟ ଙ୍କ ଦ୍ବାରସ୍ଥ ହୋଇଚୁ। କୋର୍ଟ କୁ ମାମଲା ଯାଇଥିବାରୁ କୋର୍ଟ ଙ୍କ ଉପରେ ଆମର ବିଶ୍ବାସ ରହିଛି। ଏଣୁ କୋର୍ଟ ଙ୍କୁ ସମ୍ମାନ ଜଣାଇ ଆମେ ଆନ୍ଦୋଳନ ପ୍ରତ୍ୟାହାର କଲୁ। ହେଲେ କିନ୍ତୁ ପ୍ରଶାସନ ଓ ନେତା ଙ୍କ ବିରୋଧ ରେ ରାଜ୍ ରାସ୍ତା ରେ ଲଢେଇ ହେବ । ଆଗାମୀ ସୋମବାର ପିରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ ହେବ। ଦାବି ପୂରଣ ପାଇଁ ବ୍ୟାପକ ଆନ୍ଦୋଳନ ହେବ। ଆମକୁ 2 ମାସ ଭିତରେ ଥଇଥାନ ପାଇଁ କହି 14 ମାସ ସମୟ ନେଲେ। ହେଲେ ଏ ପର୍ଯ୍ୟନ୍ତ କାହାରିକୁ ଥଇଥାନ କରାଗଲା ନାହିଁ। ଯେଉଁ ସ୍ଥାନ ରେ ଥଇଥାନ ପାଇଁ କୁହାଯାଇଥିଲା ସେଠାରେ ଭିତ୍ତିଭୂମି ନାହିଁ। ତେବେ ଥଇଥାନ ହେବା ଯାଏ ପ୍ରତିମାସ ଦିଆଯାଉଥିବା ଆର୍ଥିକ ସହାୟତା ରାଶି କୁ ବନ୍ଦ କରାଯାଇଥିବା ବେଳେ ବକେୟା ଟଙ୍କା ତୁରନ୍ତ ପ୍ରଦାନ କରୁ ପ୍ରଶାସନ। ନ ହେଲେ ଗରିବ ଉଠା ଦୋକାନୀ ମାନେ ବିରାଟ ଆନ୍ଦୋଳନ କୁ ଓହ୍ଲାଇବେ। ଦାବି ପୂରଣ ପାଇଁ ଆମେ ପ୍ରଶାସନ ର ନିଦ ହଜେଇ ଦବୁ।

ଶ୍ରୀ ମନ୍ଦିର କୁ ଭକ୍ତ ଙ୍କ ଆଗମନ ବଢ଼ି ଚାଲିଥିବା ବେଳେ ବଡ଼ ଦାଣ୍ଡ ରେ ଉଠା ଦୋକାନୀ ଙ୍କ ଦ୍ଵାରା ରାସ୍ତା ସଙ୍କୁଚିତ ହୋଇ ଯାଇଥିଲା। ତେବେ ବଡ ଦାଣ୍ଡ ରେ ଭିଡ ନିୟନ୍ତ୍ରଣ, ଯାତ୍ରୀ ଯାତାୟାତ ସୁଗମ, ଟ୍ରାଫିକ ନିୟନ୍ତ୍ରଣ ପାଇଁ ଶ୍ରୀ ମନ୍ଦିର ଠାରୁ ମେଡିକାଲ ଛକ ଯାଏ ଉଠା ଦୋକାନୀ ଙ୍କୁ ଉଚ୍ଛେଦ କରିଥିଲେ ତତ୍କାଳୀନ ବିଜେଡି ସରକାର। ଶ୍ରୀ ସେତୁ ତଳେ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇ ସେଠାରେ ଉଚ୍ଛେଦ ଉଠା ଦୋକାନୀ ଙ୍କୁ ଥାଇଥାନ ପାଇଁ କୁହାଯାଇଥିଲା। ଥାଇଥାନ୍ ନ ହେବା ଯାଏ ଉଠା ଦୋକାନୀ ଙ୍କୁ ମାସିକ 15 ହଜାର ଟଙ୍କା ସରକାର ଙ୍କ ପକ୍ଷରୁ ଦିଆଯାଉଥିଲା। ଦୋକାନ ଖୋଲିବା ପାଇଁ 50 ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବାର ବ୍ୟବସ୍ଥା ହୋଇଥିଲା ସରକାର ଙ୍କ ପକ୍ଷରୁ। 12 ଶହ ଉଠା ଦୋକାନୀ ବଡ ଦାଣ୍ଡ ରୁ ଉଚ୍ଛେଦ ହୋଇଥିଲେ। ତେବେ ଇତି ମଧ୍ୟ ରେ ନୂଆ ସରକାର ଗଠନ ହୋଇଥିବା ବେଳେ ବଡ଼ ଦାଣ୍ଡ ରୁ ଉଚ୍ଛେଦଉଠା ଦୋକାନୀ ଙ୍କ ପାଇଁ ଶ୍ରୀ ସେତୁ ନିକଟରେ କୌଣସି ଭିତ୍ତିଭୂମି ବ୍ୟବସ୍ଥା ହୋଇନଥିବା ଉଠା ଦୋକାନୀ ଅଭିଯୋଗ କରିଛନ୍ତି। ଏଣୁ ଆମେ ଗତ 6 ମାସ ହେବ ବିନା ରୋଜଗାର ରେ ଅଛୁ। ଆମେ ଆମ ପିଲାଙ୍କୁ କିଭଳି ପାଠ ପଢା ସହ ବୃଦ୍ଧ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା , ବ୍ୟବସ୍ଥା କରିବୁ ସେ ନେଇ ଆମେ ଚିନ୍ତାରେ ଅଛୁ। ରାଜ୍ୟ ସରକାର ଗରିବ ଉଠା ଦୋକାନୀ ଙ୍କ ସମସ୍ୟା ଦୂର କରିବାକୁ ଆଗେଇ ଆସନ୍ତୁ ବୋଲି ଉଠା ଦୋକାନୀ କହିଛନ୍ତି।
ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ନିଜ ପ୍ରତିକ୍ରିୟାରେ କହିଛନ୍ତି, ବଡ ଦାଣ୍ଡ ରୁ ଉଚ୍ଛେଦ ହୋଇଥିବା 12 ଶହ ଉଠା ଦୋକାନୀ ଙ୍କ ଥଇଥାନ ଶ୍ରୀ ସେତୁ ତଳେ ହେବ। ତେବେ 8 ଶହ ଉଠା ଦୋକାନୀ ପ୍ରଶାସନ ଓ ସରକାର ଙ୍କ ଆର୍ଥିକ ସହାୟତା ରାଶି ରେ ନେଇ ସାରିଲେଣି। ଶ୍ରୀ ସେତୁ ତଳେ ବିଭିନ୍ନ ବ୍ୟବସାୟ ପାଇଁ 8 ଶହ ରୁ ଅଧିକ ବ୍ୟବସାୟୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ଅଳ୍ପ କିଛି ଉଠା ଦୋକାନୀ ବଡ ଦାଣ୍ଡ ରେ ବସିବା ପାଇଁ ଜିଦ୍ ଧରିଛନ୍ତି। ଯାହାକି ସମ୍ଭବ ନୁହେ। ତାଙ୍କୁ ବୁଝାଇବା ପାଇଁ ପ୍ରଶାସନ ପକ୍ଷରୁ ଯୋଗାଯୋଗ କରାଯାଇଛି । ସବୁ ବକେୟା ରାଶି ପ୍ରଦାନ କରାଯିବ। ଯାହା ପୂର୍ବରୁ ନିଷ୍ପତ୍ତି ହୋଇଥିଲା ତାହା ଉଠା ଦୋକାନୀ ଭାଇ ମାନେ ମାନିନେବା ଉଚିତ୍ l ପୁରୀ ଗସ୍ତ ରେ ଆସିଥିବା ଆଇନମନ୍ତ୍ରୀ ପୃଥିବୀରାଜ୍ ହରିଚନ୍ଦନ କହିଛନ୍ତି ଉଠା ଦୋକାନୀ ଙ୍କୁ ଥଇଥାନ ପାଇଁ ସବୁ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି। ଦିଲ୍ଲୀ ର ହାଟ ବଜାର ଭଳି ଏକ ବଜାର ପୁରୀ ରେ କରାଯିବ। ସେଠାରେ ସବୁ ପାରମ୍ପରିକ ଜିନିଷ ବିକ୍ରିହେବ। ତେବେ ଧର୍ଯ୍ୟ ରଖିବାକୁ ମୁଁ ବ୍ୟବସାୟୀ ଙ୍କୁ କହୁଚି। ସରକାର ସବୁ ପ୍ରକାର ପଦକ୍ଷେପ ନେବେ ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *