ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ମୁକାବିଲା ନିମନ୍ତେ ଜିଲ୍ଲାପାଳଙ୍କ ଜରୁରୀକାଳୀନ ପ୍ରସ୍ତୁତି ବୈଠକ
।
ନୟାଗଡ଼ ( ଇପିଏ ) ନୟାଗଡ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ମୁକାବିଲା ନିମନ୍ତେ ଆଜି ଅପରାହ୍ନରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଆଭାସୀ ମାଧ୍ୟମରେ ୨୬ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗଦେଇ ବାତ୍ୟାର ସମ୍ଭାବ୍ୟ ପ୍ରଭାବର ମୁକାବିଲା ନିମନ୍ତେ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ ।

୨୬ ତାରିଖ ରାତିରେ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଆରାମ୍ଭ ହୋଇଥିବାବେଳେ, ଆଜି ସକାଳୁ ସକାଳୁ (୨୭ ତାରିଖ ) ନୟାଗଡ ଜିଲ୍ଲାରେ ଜୋର୍ ବା୍ଷା ହେବାରୁ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଅଙ୍ଗନାବାଡ଼ି ସ୍କୁଲ କଲେଜକୁ ୨୭ ଓ ୨୮ ଦୁଇଦିନ ଛୁଟି ଘୋଷଣା କରିଛନ୍ତି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
