ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ସୁଡ଼ଙ୍ଗ ନିର୍ମାଣ କ୍ଷେତ୍ରରେ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ l

ସୁବର୍ଣ୍ଣପୁର — ଖୋର୍ଦ୍ଧା – ବଲାଙ୍ଗୀର ରେଳ ଲାଇନ କାର୍ଯ୍ୟ ରେ ଆଉ ଏକ ସଫଳତା l ନୟାଗଡ଼ ଜିଲ୍ଲାର ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର T3 ର ଖନନ କାର୍ଯ୍ୟ ସଫଳତା ସହିତ ଶେଷ ହୋଇଛି ଯାହାକି ଖୋର୍ଦ୍ଧା ରୋଡ୍ – ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ଦ୍ୱାରା ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। 2620 ମିଟର ଦୈର୍ଘ୍ୟ ଏବଂ 2-ଡିଗ୍ରୀ କର୍ଭ ବିଶିଷ୍ଟ ଏହି ସୁଡ଼ଙ୍ଗ ଖନନ କାର୍ଯ୍ୟ ବର୍ତ୍ତମାନ ନୂତନ ଜ୍ଞାନକୌଶଳ ପଦ୍ଧତି ଦ୍ୱାରା କାର୍ଯ୍ୟ ସମାପ୍ତ ହୋଇଛି। ଏହି ସଫଳତା ବ୍ରେକ ଥ୍ରୂ ବା “ଦିବାଲୋକ”, 13 ଜାନୁଆରୀ 2025 ରେ ସଫଳତାର ସହ ହାସଲ କରାଯାଇଥିଲା, ଯାହା ଏହି ରେଳ ଲାଇନ ପ୍ରକଳ୍ପ ନିର୍ମାଣରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ଚାଲୁରହିଥିବା ସମଗ୍ର ରେଳ ଲାଇନ ପ୍ରକଳ୍ପରେ ସୁଡ଼ଙ୍ଗ ନମ୍ବର T3 ହେଉଛି ନୟାଗଡ଼ ଜିଲ୍ଲାର ସବୁଠାରୁ ଲମ୍ବା ସୁଡ଼ଙ୍ଗ ଏବଂ ଏହି ପ୍ରକଳ୍ପର ଦ୍ୱିତୀୟ ଲମ୍ବା ସୁଡ଼ଙ୍ଗ। ସୁଡ଼ଙ୍ଗର ଖନନରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ମେସିନ୍ ନିୟୋଜିତ କରାଯାଇଥିଲା, ଯାହା ପୂର୍ବ ଘାଟର ଚ୍ୟାଲେଞ୍ଜିଂ ଏବଂ ଦୁର୍ଗମ ଭୂଖଣ୍ଡକୁ ନେଭିଗେଟ୍ କରିବା ପାଇଁ ଡିଜାଇନ୍ କରାଯାଇଥିଲା। ଏହି ଐତିହାସିକ ସଫଳତା ଓଡ଼ିଶାର ଉପକୂଳ ଅଞ୍ଚଳ ସହିତ ପଶ୍ଚିମାଞ୍ଚଳକୁ ସଂଯୋଗ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଏହି ଅଞ୍ଚଳର ପରିବହନ ଏବଂ ଆର୍ଥିକ ସମ୍ଭାବନାକୁ ବୃଦ୍ଧି କରିବ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର