July 5, 2025
Home » ଗୋଖିବାବାଙ୍କ ମକରମେଳା ଗୀତାଯଜ୍ଞ ସହ ଆଧ୍ୟାତ୍ମିକ ପରିବେଶ ରେ ଶ୍ରଦ୍ଧାଳୁ ଆକର୍ଷିତ

ଗୋଖିବାବାଙ୍କ ମକରମେଳା ଗୀତାଯଜ୍ଞ ସହ ଆଧ୍ୟାତ୍ମିକ ପରିବେଶ ରେ ଶ୍ରଦ୍ଧାଳୁ ଆକର୍ଷିତ

0
WhatsApp Image 2025-01-15 at 4.07.49 PM (1)

ସୁନ୍ଦରପଦା ସ୍ଥିତ ଠାକୁର ଗୋଖିବାବାଙ୍କ ପୀଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମକରମେଳା ୧୩ ତାରିଖ ଠାରୁ ଆରମ୍ଭ ହୋଇଛି। ଏହି ମେଳା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଗୋଖିବାବା ପୀଠର ମହିମା ଅନେକ। ବାବାଙ୍କ ପୀଠରେ ଯାହା ମାନସିକ ତାହା ପୂରଣ ହେଉଥିବାରୁ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ।

ଶ୍ରଦ୍ଧାଳୁମାନେ ନାରୀକେଳ ଦାନ କରନ୍ତି । ବିଶେଷକରି ମକରସଂକ୍ରାନ୍ତି ଅବସରରେ ଦୀର୍ଘ ୧୦ ଦିନ ଧରି ଏହି ମେଳା ଆୟୋଜିତ ହେବା ସହ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ଚଳିତ ବର୍ଷ ପୀଠରେ ଭାଗବତ ସପ୍ତାହ, ପାରାୟଣ ପ୍ରବଚନ ଓ ଗୀଜାଯଜ୍ଞ ସହ ନଗରକୀର୍ତ୍ତନ ଏବଂ ବାଲ୍ୟଲୀଳା କରାଯାଉଛି। ଏଥିସହିତ ଗୋଖିବାବା ସାଂସ୍କୃତିକ ପରିବେଶ ଦ୍ୱାରା ସାମାଜିକ ନାଟକ ” ରାତି ଭିଜିଗଲା ଆଖି ଲୁହରେ’ ମଞ୍ଚସ୍ଥ ହେବ। ବାବାଙ୍କ ମହିମା ଯୋଗୁଁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବାରୁ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି।

ପଣ୍ଡିତ କୃପାସିନ୍ଧୁ ମିଶ୍ର, ତ୍ରିଦର୍ଶୀ ସ୍ୱାମୀ ଭକ୍ତି ଗୌରବ ସଚ୍ଚିଦାନନ୍ଦ ମହାରାଜ, ପଣ୍ଡିତ ଗୋପାଳ ରାଜଗୁରୁ, ଡ ଗଣେଶ୍ୱର ସ୍ୱାଇଁ ପ୍ରମୁଖ ପ୍ରବଚନ ଦେବେ। ଏଥିସହିତ ଉଦ୍‌ଯାପନୀ ଦିବସରେ ସ୍ଥାନୀୟ ବିଧାୟକ ବାବୁ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ସମ୍ମାନୀୟ ଅତିଥି ଭାବେ ମହନ୍ତ ରାମକୃଷ୍ଣ ଦାସ ମହାରାଜ, ଗୁରୁ ଗୌରାଙ୍ଗ ଦାସ ମହାରାଜ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାର ଠାକୁର ଗୋଖିବାବା ମେଳା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

madhusudan sahu nka report

Leave a Reply

Your email address will not be published. Required fields are marked *