ବନ ବିଭାଗ ତରଫରୁ ପକ୍ଷୀ ଗଣନା କାର୍ଯ୍ୟକ୍ରମ

ବରଗଡ଼ : ଆସନ୍ତା 18/1/25 ରିଖ ଶନିବାର ଦିନ ବନ ବିଭାଗ ତରଫରୁ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ବ ହେବ l ଶୀତ ଋତୁ ଆରମ୍ବ ହୋଇଥିବା ବେଳେ ବିଭିନ୍ନ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ l ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନ ବିଭାଗ ତରଫରୁ ପକ୍ଷୀ ଗଣନା ଆରମ୍ବ ହୁଏ l ସେଥିପାଇଁ ଆଜି ବରଗଡ଼ ବନଖଣ୍ଡ ଅଧିକାରୀ ଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବନଖଣ୍ଡ ଅଧିକାରି ବିକ୍ରମଦେବ ପଟନାୟକ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ସହକାରୀ ବନ ସଂରକ୍ଷକ ହରମୋହନ ରଥ ଓ ରାଜେନ୍ଦ୍ର କୁମାର ଭୋଇଙ୍କ ସହ ସମ୍ମାନିତ ଅତିଥି ଭାବେ ପଂଚାୟତ କଲେଜର ଅଧ୍ୟାପକ ମାନସ ରଞ୍ଜନ ଭୋଇ ଯୋଗ ଦେଇଥିଲେ l ଆସନ୍ତା ଶନିବାର ଦିନ ଜିଲ୍ଲାର ବିଭିନ୍ନ ମହକୁମାରେ ଭିନ୍ନ ଭିନ୍ନ ପ୍ରଜାତିର ପକ୍ଷୀ ଗଣନା କାର୍ଯ୍ୟକ୍ରମ ଥିବାବେଳେ ଏକୁ ନେଇ ଆଜି ବନଖଣ୍ଡ ଅଧିକାରୀ ଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ପକ୍ଷୀ ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ସମସ୍ତ ବନାଞ୍ଚଳ ଅଧିକାରୀ ଓ ପଞ୍ଚାୟତ କଲେଜ ର ଯିବ ବିଜ୍ଞାନ ଛାତ୍ର ଛାତ୍ରି ଙ୍କ ସମେତ ବନଖଣ୍ଡ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ସଦର ବନାଞ୍ଚଳ ଅଧିକାରୀ ଆରତୀ ନେଗୀ ଧନ୍ୟବାଦ ଅର୍ପଣ କରିଥିଲେ l
ବରଗଡ଼ ରୁ ସୁବାସ ଦୋରାଙ୍କ ରିପୋର୍ଟ