March 15, 2025
Home » ଶ୍ରୀ ସତ୍ୟ ସାଇ ସେବା ସମିତିଙ୍କ ୪୯ ତମ ଓଡିଶାର ରାଜ୍ୟ ସମ୍ମିଳନୀ ରାୟଗଡ଼ରେ ଉଦଯାପିତ

ଶ୍ରୀ ସତ୍ୟ ସାଇ ସେବା ସମିତିଙ୍କ ୪୯ ତମ ଓଡିଶାର ରାଜ୍ୟ ସମ୍ମିଳନୀ ରାୟଗଡ଼ରେ ଉଦଯାପିତ

0

ରାୟଗଡ଼ ତେଜସ୍ୱୀ ହୋଟେଲ ସାମ୍ନା ପଡ଼ିଆରେ ଭଗବାନ ଶ୍ରୀ ସତ୍ୟ ସାଇବାବାଙ୍କ ୪୯ ତମ ଓଡିଶାର ରାଜ୍ୟ ସମ୍ମିଳନୀ ୨୩ ଠାରୁ ୨୫ ଜାନୁଆରୀ ପର୍ଯ୍ୟନ୍ତ ୦୩ ଦିନ ଧରି ଆୟୋଜିତ କାର୍ଯ୍ୟକ୍ରମ ସମପାନି ହୋଇଛି । ଓଡ଼ିଶା ରାଜ୍ୟ ସଂଗଠନ ର ସଭାପତି ଡକ୍ଟର ଶ୍ରୀ ସତ୍ୟ ସ୍ବରୂପ ପଟ୍ଟନାୟକ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ। ଚଳିତ ବର୍ଷ ଭଗଵାନ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ହେତୁ ବିଭିନ୍ନ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମ ହାତକୁ ନେବାର ନିଷ୍ପତି ନିଆଯାଇଥିଲା । ୧୮ ଟି ବିଭିନ୍ନ ଷ୍ଟଲ ସହ ମେଡିକାଲ ଫାଷ୍ଟ ଏଡ୍ ର ସବୁ ବ୍ୟବସ୍ଥା କରାଯାଇଛି। ସଂଗଠନର ଆଧ୍ୟାତ୍ମିକ, ସେବା ଓ ଶିକ୍ଷା (ବାଲ ବିକାଶ) ବିଭାଗର ଉନ୍ନତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଚର୍ଚା କରାଯାଇଥିଲା।
ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡିଶା ରାଜ୍ୟ ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ସଦସ୍ୟମାନଙ୍କୁ ସେବା କାର୍ଯ୍ୟକଳାପ ବିଷୟରେ ଆଲୋଚନା ଏବଂ ଯୋଜନା କରିବା ପାଇଁ ଏକତ୍ରିତ ହେବାର ସୁଯୋଗ ଦେଇଥାଏ । ଏହି କାର୍ଯ୍ୟକଳାପରେ ଖାଦ୍ୟ ବଣ୍ଟନ, ଚିକିତ୍ସା ସେବା ଯୋଗାଇବା ଏବଂ ଲୋକଙ୍କୁ ଶିକ୍ଷା ଅନ୍ତର୍ଭୁକ୍ତ । ରାଜ୍ୟ ସମ୍ମିଳନୀରେ ବିସେଶତଃ ରାଷ୍ଟ୍ରୀୟ ଓ ରାଜ୍ୟ ସ୍ତରୀୟ ପଦାଧିକାରୀଙ୍କ ଦ୍ଵାରା ବିଭିନ୍ନ ରାଜ୍ୟର ପ୍ରତିନିଧୀମାନେ ସେବା କାର୍ଯ୍ୟକଳାପ ବିଷୟରେ ଆଲୋଚନା ସହ ମାର୍ଗଦର୍ଶନ ପ୍ରଦାନ କରଥାନ୍ତି । ଏଥି ସହ କେତେକ ସେବା କାର୍ଯ୍ୟକଳାପ ନେଇ ଆସନ୍ତା ବର୍ଷ ପାଇଁ ଯୋଜନା ପ୍ରସ୍ତୁତ, ଆଧ୍ୟାତ୍ମିକ ଶିକ୍ଷା ସଂସ୍କାର, ସ୍ୱାସ୍ଥ୍ୟଜନିତ ସମସ୍ୟା ନେଇ ଉପଯୁକ୍ତ ଚିକିତ୍ସା ଯୋଗାଇବା ଯୁବପିଢିଙ୍କ ଆଧ୍ୟାତ୍ମିକ ବିକାଶ କ୍ଷେତ୍ରରେ ଧ୍ୟାନ ଦେବା ନେଇ ସଂଗଠନର କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ବ୍ୟକ୍ତି ଯୋଗଦେବାକୁ ଜାତି, ଧର୍ମ, ଧର୍ମ କିମ୍ବା ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ସଦସ୍ୟତା ସ୍ୱେଚ୍ଛାକୃତ ଏବଂ ସମସ୍ତଙ୍କୁ ସ୍ୱାଗତ କରିବା ପାଇ ଅନୁଷ୍ଠାନ ଦ୍ଵାରା ପ୍ରୋତ୍ସାହନ କରାଯାଇଥାଏ।
ସମ୍ମିଳନୀର ପ୍ରଥମ ଦିବସରେ ଓମକାରାମ, ଶୁପ୍ରଭାତମ୍,ଜ୍ୟୋତି ଆବାହନ ଭଜନ, ବେଦ ପଠନ,ଡିପିଏସ, ରାଜ୍ୟ ସଂଯୋଜକ, ରାଜ୍ୟ ଇନଚାର୍ଜ ଏବଂ ଟ୍ରଷ୍ଟ ସଦସ୍ୟ ବେଦମ ପାଠକଙ୍କ ବୈଠକ , ନୂତନ କମିଟିର କନଭିନୋରଙ୍କୁ ପ୍ରଶାନ୍ତି ପତାକା ହସ୍ତାନ୍ତର “ଉତ୍କଳ- ଶ୍ରୀ ସାଥୀ ସାଇ ମାର୍ଗ” – ସତସଙ୍ଗ , ସାଇ ୟୁଭା – ଶତବାର୍ଷିକୀ ଉତ୍ସବର ହରବିଙ୍ଗର୍ | ଜାତୀୟ ଶତାବ୍ଦୀ ପଦକ୍ଷେପଗୁଡ଼ିକର ସମୀକ୍ଷା , ସାଇ ସଂଯୋଗ ମାଧ୍ୟମରେ ସଂଯୋଗ ଏବଂ ଯୋଗାଯୋଗ,ଶ୍ରୀ ସାଥୀ ସାଇ ଦିବ୍ୟ ପାଦୁକା ଯାତ୍ରାର ସିଦ୍ଧାନ୍ତ ନେଇ ଏକ ପ୍ୟାନେଲ୍ ଆଲୋଚନା ହୋଇଥିଲା ।
ଦ୍ଵିତୀୟ ଦିବସରେ ଓମକାରାମ, ଶୁପ୍ରଭାତମ୍,ଜ୍ୟୋତି ଆବାହନ,ନଗର ସଙ୍କୀର୍ତ୍ତନ ,ଭଜନ, ବେଦ ପଠନ ପରେ ପରେ ରାଜ୍ୟ ଦଳ ସହିତ ମୁଖ୍ୟାଳୟ ସମିତିର ସମିତ ସଂଯୋଜକଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ , ଈଶ୍ୱରୀୟ ବାର୍ତ୍ତା ସଠିକ ଭାବେ ପାଳନ କରିବା ନେଇ ଆଲୋଚନା ହୋଇଥିଲା । ପ୍ରାରମ୍ଭିକ ଅଧିବେଶନର ଓଡ଼ିଶାର ରାଜ୍ୟ ସଭାପତି ସତ୍ୟ ସ୍ୱରୂପ ପଟ୍ଟନାୟକଙ୍କ ରାଜ୍ୟ ସମ୍ମିଳନୀର ସ୍ବାଗତ ଭାଷଣ ରଖିଥିଲେ । ୪୯ତମ ରାଜ୍ୟ ସମ୍ମିଳନୀର ମୁଖ୍ୟ “ପ୍ରସଙ୍ଗର ପରିଚୟ” ନେଇ ସତ୍ୟସାଇ ସଂଘଟନର ଜାତୀୟ ପୂର୍ବ ଅଞ୍ଚଳର ସଭାପତି ଶ୍ରୀ ନାରାୟଣ ପ୍ରସାଦ ସର ତାଙ୍କ ସମ୍ଭାଷଣ ରଖିଥିଲେ । ଏହି ପବିତ୍ର ଈସ୍ୱରୀୟ କାର୍ଯ୍ୟକ୍ରମ ଅବସରରେ ଅଲ ଇଣ୍ଡିଆର ସଭାପତି ଶ୍ରୀ ନିମିଶ ପାଣ୍ଡ୍ୟା ସତ୍ୟସାଇ ସଂଘଟଣର ଲକ୍ଷ୍ୟ,ଆଧ୍ୟାତ୍ମିକତା ମଧ୍ୟରେ ଆଜିକାର ଯୁବସମଜର ଭୂମିକା, ସଂଗଠନର ଦୃଢ଼ୀଭୂତ ପାଇଁ ସଂଗଠନର ପଦାଧିକାରୀଙ୍କ କର୍ତ୍ତବ୍ୟ, ରାଜ୍ୟ ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ୟ ନେଇ ନିଜ ଅଭିବାଦନ ରଖିବା ସହ ଓଡିଶାର ପୂର୍ବତନ ରାଜ୍ୟ ସଭାପତି, ପ୍ରଫେସର ହରେକୃଷ୍ଣ ଦାଶ ନିଜର ମହତ୍ଵମୟ ଇଶ୍ୱରୀୟ ବାର୍ତ୍ତା ନେଇ ପ୍ରଦାନ କରିଥିଲେ । ରାଜ୍ୟ ଆଧ୍ୟାତ୍ମିକ ସଂଯୋଜକ ଭଗବାନଙ୍କ ନାମ ସ୍ମରଣର ମହତ୍ତ୍ଵ ଓ ଉପକାରିତା ନେଇ ଆଧ୍ୟାତ୍ମିକ ସଚେତନତାର ସନ୍ଦେଶ ପ୍ରଦାନ କରିଥିବା ବେଳେ ଭଗବାନଙ୍କ ଈସ୍ୱରୀୟ ସନ୍ଦେଶକୁ ଠିକ୍ ଭବେ ବୁଝି ନିଜ ନୀତି ଦିନିଆ ଜୀବନରେ ଉପଯୋଗ କରିପାରିଲେ ଜୀବନ ଅମୃତମୟ ହୋଇଯିବ ବୋଲି କହିଥିଲେ ରାଜ୍ୟ ଶିକ୍ଷା ସଂଯୋଜକ ଶ୍ରୀ ଆମିୟା ରଂଜନ କାନୁନଗୋ ନିଜ ବକ୍ତବ୍ୟ ରଖିଥିଲେ । ଏଥିସହ ଆଧ୍ୟାତ୍ମିକତାର ମୂଳ ଲକ୍ଷ୍ୟ ବିଷୟ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଜଣାଇଥିଲେ ରାଜ୍ୟ ପୂର୍ବତନ ଉପସଭାପତି ରସରାଜ୍ ଠାକୁର । ବର୍ଷା ତମାମ ସେବା ଉଦ୍ଦେଶ୍ୟରେ କରିଥିବା କାର୍ଯ୍ୟକ୍ରମ ନେ ଆଲୋଚନା , ବାଳ ବିକାଶ ଛାତ୍ର ଓ ସାଇ ୟୁଥ ଙ୍କ ଦ୍ଵାରା ଏକ ବାର୍ତ୍ତା ପ୍ରଦାନ । ଭଗବାନଙ୍କ ଅବତାରର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଶ୍ରୀ ବଳରମଚନ୍ଦ୍ରନଙ୍କ ସନ୍ଦେଶ ପ୍ରଦାନ ସହ ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦ୍ଵିତୀୟ ଦିବସର ସମାବେଶର ସମାପନ ହୋଇଥିଲା ।
ଅନ୍ତିମ ଉଦଯାପନୀ ଉତ୍ସବରେ ସମ୍ମିଳନୀ ସ୍ଥଳରେ ସମ୍ମିଳନୀ ପୂର୍ବ ଆଲୋଚନା, ତ୍ରୟ ରୁଦ୍ରମ୍ ପଠନ,ପ୍ରଦର୍ଶନୀ “କଲ୍ ଅଫ୍ ଦି ସବ୍ଲାଇମ୍” ର ଉଦଘାଟନ, ଡାକ୍ତରୀ ଶିବିରର ଉଦଘାଟନ,ସାଇ ସଂଯୋଗ: ଏକ ବ୍ୟବହାରିକ କର୍ମଶାଳା ,ସମାନ୍ତରାଳ ସ୍ଥାନରେ ମହିଳା ବିଭାଗ ବୈଠକ,ସମାନ୍ତରାଳ ସ୍ଥାନରେ ବିଭିନ୍ନ ଭିଙ୍ଗ ନେଇ “ସଂକଳ୍ପ – ୨୦୨୫” ଅଫର୍ ନେଇ ଆଲୋଚନା ସହ ସମ୍ମିଳନୀ ସମାପ୍ତି ହୋଇଥିଲା ।
ଏହି କାର୍ଯ୍ୟକ୍ରମ ରେ ରାଜ୍ୟର ୩୫ ସତ୍ୟସାଇ ଜିଲ୍ଲାରୁ ଓ ରାଜ୍ୟ ସଂଗଠନର ବିଭିନ୍ନ ପଦସ୍ତ କର୍ମକର୍ତ୍ତା ମିଶି ପ୍ରାୟ ୧୫୦୦ ସଦସ୍ୟ ଓ ସଦସ୍ୟା ଯୋଗଦେଇଛନ୍ତି।ଉକ୍ତ ରାଜ୍ୟ ସମ୍ମିଳନୀକୁ ରାୟଗଡ଼ା ଜିଲ୍ଲାର ସମସ୍ତ ଭକ୍ତବୃନ୍ଦ,ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଭକ୍ତବୃନ୍ଦଙ୍କ ସହଯୋଗିତା ହୋଇଥିବା ବେଳେ ରାଜ୍ୟ ପଦାଧିକାରୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା ।
ରାୟଗଡାର ଜିଲ୍ଲାର ବହୁ ସତ୍ୟ ସାଇ ବାବାଙ୍କ ଭକ୍ତ ଓ ସହର ବାସୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆନନ୍ଦ ଅନୁଭବ କରିପାରିଛନ୍ତି।

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *