ନାରାୟଣୀ ସାଂସ୍କୃତିକ ପରିଷଦ ପକ୍ଷରୁ 76 ତମ ସାଧାରଣ ତନ୍ତ୍ର ଦିବସ ପାଳିତ

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ହରଡ଼ଖୋଲ ଗ୍ରାମପଞ୍ଚାୟତ ର ଲକର୍ମା ଗ୍ରାମ ର ନାରାୟଣୀ ସାଂସ୍କୃତିକ ପରିଷଦ ତରଫରୁ 76 ତମ ସାଧରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ହରଡଖୋଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ମୋହନ କର୍ମୀ, ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟ ଶ୍ରୀଯୁକ୍ତ ମନୁରାଜ କର୍ମୀ, ଲକର୍ମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀଧର ବେହେରା ଯୋଗ ଦେଇଥିଲେ l ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ବିଶିଷ୍ଠ କ୍ରୀଡ଼ାବିତ ଶ୍ରୀଯୁକ୍ତ ବିଷିକେଶନ ବାଘ ସମ୍ବିଧାନର ବୈଶିଷ୍ଠ ଓ ଭୀମରାଓ ଆମ୍ବେଦକରଙ୍କ ସର୍ବବୃହତ ଲିଖିତ ସମ୍ବିଧାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ଏଥିରେ ମନୋଜ ରଣା, ଚୁମକି ବଗର୍ତ୍ତୀ , ମକରନ୍ଦ ଶଙ୍ଖୁଆ, ଝାଗୁଡୁ ବଗର୍ତି, ସନ୍ତୋଷିନୀ ରଣା, ଜାନକୀ ହାତୀ, ଯୋଶବନ୍ତି ବାଘ, ଗୋବର୍ଦ୍ଧନ ହାତୀ, ମହେନ୍ଦ୍ର ହାତୀ ପ୍ରମୁଖ ଯୋଗ ଦେଇଥିଲେ l ଶେଷରେ ମିଷ୍ଟନ୍ନ ବଣ୍ଟନ କରାଯାଇଥିଲା l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର