September 15, 2024
Home » ବିଶିଷ୍ଟ ସେବା ପଦକ ପ୍ରଦାନ

ବିଶିଷ୍ଟ ସେବା ପଦକ ପ୍ରଦାନ

0

ବେସାମାରିକ ପ୍ରତିରକ୍ଷା ସଂଗଠନ ଭୁବନେଶ୍ୱରର ଶ୍ରୀ ଜ୍ୟୋତି ରଞ୍ଜନ ମହାପାତ୍ର ଦୀର୍ଘ 1995 ମସିହାରୁ ଆଜି ପର୍ଯ୍ୟନ୍ତ ନିରବଛୀର୍ଣ୍ଣ ଭାବେ ନିସ୍ଵାର୍ଥପର ସେବାପାଇଁ ବିଶିଷ୍ଟ ସେବା ପଦକ ପାଇଛନ୍ତି l ଶ୍ରୀ ମହାପାତ୍ର ଏହି ସଂଗଠନରେ ଯୋଗ ଦେବା ପରଠାରୁ ପ୍ରତେକ ବିପର୍ଯୟ ଯଥା 1999 ମସିହା ମହାବାତ୍ୟା, 2013 ମସିହା ଫାଇଲିନ, 2014 ମସିହା ହୁଡହୁଡ ଏବଂ 2019 ମସିହା ଫନି ବାତ୍ୟା ଓ ତାର ପରବର୍ତ୍ତୀ ସମୟରେ ଲୋକମାନଙ୍କୁ ଉଦ୍ଧlର, ରିଲିଫ କାର୍ଯ୍ୟରେ ତାଙ୍କର ପ୍ରତିବଦ୍ଧତା ଏବଂ ଉସ୍ଥାର୍ଗୀକୃତ ସେବା ସମାଜରେ ଉଚ୍ଚ ପ୍ରସଂସିତ ହୋଇ ପାରିଥିଲା. ଏତଦବ୍ୟତୀତ କୋଭିଡ-19 ମହାମାରୀର ନିରାକରଣ ଓ ଲୋକମାନଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ତାଙ୍କର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ଅଟେ. ଏ ମଧ୍ୟ ଜଣେ ଉଚ୍ଚକୋଟୀର ତାଲିମ୍ ଦାତା ଅଟନ୍ତି l
ତାଙ୍କର ଏତାଦୃଶ ସେବା ପାଇଁ ଭାରତର ମାନ୍ୟବର ରାଷ୍ଟ୍ରପତି ମହୋଦୟା ତାଙ୍କୁ 2024 ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତିଙ୍କ “ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବିଶିଷ୍ଟ ସେବା ମେଡାଲ ” ପ୍ରଦାନ କରିଛନ୍ତି. ରାଜ୍ୟ ସରକାର ମଧ୍ୟ ପ୍ରୋତ୍ସାହନ ସ୍ୱରୂପ ତାଙ୍କୁ 15,000/- ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି l
ଏଠାରେ କହି ରଖୁଛୁ କି ଶ୍ରୀ ମହାପାତ୍ର ଓଡିଶା ବିପର୍ଯୟ ପରିଚାଳନା କତୃପକ୍ଷ ଏବଂ କେନ୍ଦ୍ର ବିପର୍ଯୟ ପରିଚାଳନା କତୃପକ୍ଷ ଙ୍କ ଦ୍ୱାରା ମନୋନୀତ ହୋଇଥିବା ଜଣେ ତାଲିମ୍ ଦାତା ଏବଂ OSDMA ପ୍ରତିଷ୍ଠା ପରଠାରୁ ନିରବଛିନ୍ନ ଭାବେ ବିପର୍ଯୟ ପ୍ରବଣ ଅଞ୍ଚଳ ମାନଙ୍କରେ ତାଲିମ୍ ପ୍ରଦାନ କରିବା ସହିତ ଲୋକଙ୍କ ଧନ ଜୀବନ ବଞ୍ଚାଇବାରେ ବ୍ରତୀ ଅଛନ୍ତି l ଆଗରୁ ଅନେକ ପୁରସ୍କାରର ଅଧିକାରୀ ହୋଇଥିବା ଶ୍ରୀ ମହାପାତ୍ରଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ଡେଲାଙ୍ଗ ଏବଂ ସେ ଏବେ ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳ ରେ ପରିବାର ସହିତ ବାସ କରୁଛନ୍ତି l

 

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *