May 28, 2026
Home » CHCDS ଯୋଜନାରେ କଟକ ଜିଲ୍ଲାର ଟେରାକୋଟା ହସ୍ତଶିଳ୍ପ କାରିଗରଙ୍କୁ ଆଧୁନିକ ଯନ୍ତ୍ରପାତି ବଣ୍ଟନ

CHCDS ଯୋଜନାରେ କଟକ ଜିଲ୍ଲାର ଟେରାକୋଟା ହସ୍ତଶିଳ୍ପ କାରିଗରଙ୍କୁ ଆଧୁନିକ ଯନ୍ତ୍ରପାତି ବଣ୍ଟନ

0
WhatsApp Image 2026-05-28 at 6.58.42 AM

କଟକ: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡିଶା ସରକାରଙ୍କ ଅଧୀନସ୍ଥ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟ, କଟକ ତରଫରୁ କମ୍ପେହେନ୍ସିଭ ହାଣ୍ଡିକ୍ରାଫ୍ଟସ କ୍ଲଷ୍ଟର ଡେଭଲପମେଣ୍ଟ ସ୍କିମ (CHCDS) ଯୋଜନା ଅନ୍ତର୍ଗତ କଟକ ଜିଲ୍ଲାର ବିଭିନ୍ନ ବ୍ଲକ ର ଟେରାକୋଟା ହସ୍ତଶିଳ୍ପ କାରିଗରମାନଙ୍କ ଉନ୍ନତି ଓ ଆର୍ଥିକ ସଶକ୍ତିକରଣ ଉଦ୍ଦେଶ୍ୟରେ ନିଶ୍ଚିତକୋଇଲି ବ୍ଲକର ଗଡ଼ମା ଠାରେ ଏକ ଆଧୁନିକ ଯନ୍ତ୍ରପାତି ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ଟେରାକୋଟା କାରିଗରମାନଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି, ଉତ୍ପାଦିତ ସାମଗ୍ରୀର ଗୁଣାତ୍ମକ ମାନ ସୁଦୃଢ଼ କରିବା ସହ ଆଧୁନିକ ପ୍ରଯୁକ୍ତି ସହ ସମନ୍ୱୟ ସୃଷ୍ଟି କରିବା ଲକ୍ଷ୍ୟରେ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା ।

 

ଏହା ଦ୍ୱାରା କାରିଗରମାନେ ନିଜ ଉତ୍ପାଦନକୁ ଅଧିକ ସୁନିୟୋଜିତ ଓ ବଜାର ଉପଯୋଗୀ କରିପାରିବେ ବୋଲି ଆଶା ପ୍ରକାଶ ପାଇଛି ।ଏହି କାର୍ଯ୍ୟକ୍ରମ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟ, କଟକର ସହକାରୀ ନିର୍ଦେଶକ (ହସ୍ତଶିଳ୍ପ) ଶ୍ରୀ ସୁଶାନ୍ତ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟ, କଟକର ହସ୍ତଶିଳ୍ପ ବିକାଶ ଅଧିକାରୀ ଶ୍ରୀ ମାନସ ରଞ୍ଜନ ସେଠୀ, ଶ୍ରୀମତୀ ଦୀପ୍ତିମୟୀ ପ୍ରଧାନ ଓ ସୁଶ୍ରୀ ସ୍ୱାଗତିକା ନାୟକଙ୍କ ସମେତ ଡିସି, ହ୍ୟାଣ୍ଡିକ୍ରାଫ୍ଟସ୍‌, ଭୁବନେଶ୍ୱରର ହସ୍ତଶିଳ୍ପ ବିକାଶ ଅଧିକାରୀମାନେ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ଉପସ୍ଥିତ କାରିଗରମାନେ ସରକାରଙ୍କ ଏହି ଲୋକାଭିମୁଖୀ ପଦକ୍ଷେପକୁ ସ୍ୱାଗତ କରିବା ସହ ଏହା ତାଙ୍କର କାର୍ଯ୍ୟଦକ୍ଷତା, ଉତ୍ପାଦନ ମାନ ଓ ଆୟ ବୃଦ୍ଧିରେ ଦୂରଗାମୀ ପ୍ରଭାବ ପକାଇବ ବୋଲି ମତ ପ୍ରକାଶ କରିଥିଲେ ।

 

cuttack ru lalita das nka report

Leave a Reply

Your email address will not be published. Required fields are marked *