May 28, 2026
Home » ଉପାନ୍ତ ଅଞ୍ଚଳ ରେ ରେନ ଫେଡ଼ ଏରିଆ ଉନ୍ନତିକରଣ ନାମରେ ହରିଲୁଟ ଅଭିଯୋଗ

ଉପାନ୍ତ ଅଞ୍ଚଳ ରେ ରେନ ଫେଡ଼ ଏରିଆ ଉନ୍ନତିକରଣ ନାମରେ ହରିଲୁଟ ଅଭିଯୋଗ

0
WhatsApp Image 2026-05-28 at 12.27.21 PM

ସୁବର୍ଣ୍ଣପୁର —-ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଅଣ ଜଳସେଚିତ ଅଞ୍ଚଳ ର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରି ଯୋଜନା ଗୁଡିକ ବିଭିନ୍ନ ବିଭାଗ ମଧ୍ୟରେ ସଫଳ ରୂପାୟନ ପାଇଁ ଚେଷ୍ଟା କରୁଥିବା ବେଳେ କେତେକ କ୍ଷେତ୍ରରେ ଠିକ ଭାବେ ତଦାରଖ ନ ହେବା ଫଳ ରେ କିଛି ଦୁର୍ନୀତି ଖୋର କର୍ମଚାରୀ ଙ୍କ ପାଇଁ ସରକାର ଙ୍କ ମହତ ଉଦ୍ଦେଶ୍ୟ ସାଧିତ ହୋଇ ପାରୁ ନ ଥିବା ଅଭିଯୋଗ ହେଉଛି l ସୂଚନା ଅନୁସାରେ ନ୍ୟାସନାଲ ମିଶନ ଫର ସ୍ଥାୟୀ କୃଷି (NMSA) ଅଧୀନରେ କାର୍ଯ୍ୟ କରୁଥିବା ରେନ ଫେଡ଼ ଏରିଆ ବିକାଶ (RAD) ହେଉଛି ଏକ ବିକାଶ କାର୍ଯ୍ୟକ୍ରମ | ଏହା ଦୁର୍ବଳ ବର୍ଷା ନିର୍ଭରଶୀଳ ଅଞ୍ଚଳରେ ଫସଲକୁ ଉଦ୍ୟାନ କୃଷି, ପଶୁପାଳନ, କୃଷି, ଏବଂ ମତ୍ସ୍ୟଚାଷ ଆଦି ମିଳିତ କାର୍ଯ୍ୟକଳାପ ସହିତ ଏକତ୍ର କରି ଚାଷର ଲାଭକୁ ବୃଦ୍ଧି କରିବା ଏବଂ ଜଳବାୟୁ ବିପଦକୁ ହ୍ରାସ କରିବା ପାଇଁ ପ୍ରୋତ୍ସାହିତ କରିଥାଏ | ଏହି ଯୋଜନା ମାଧ୍ୟମରେ ବ୍ଲକ ର ଦୁର୍ଜନତୈଲା ପଞ୍ଚାୟତ ର ମସିଣାପାଲି, ମସିଣାପାଲି ଜଙ୍ଗଲ, ବରଘାଟ ଦାଦର, ବ୍ରାହ୍ମଣୀପାଲି ଓ ସଦର ଦୁର୍ଜନତୈଳା ଗ୍ରାମ ରେ ପ୍ରାୟ 200 ଜଣ ହିତାଧିକାରୀ ଙ୍କ ପାଇଁ ଜିଆ ଖତ, ଫାର୍ମପଣ୍ଡ, ଗୋପାଳନ, ଛେଳି, ମେଣ୍ଢା, କୁକୁଡ଼ା ଆଦି ଚାଷ ସହିତ ମାଣ୍ଡିଆ, ମିଲେଟ ଆଦି ଅନେକ ଆର ଏ ଡି ଅଞ୍ଚଳ ରେ ହିତାଧିକାରୀ ଙ୍କ ଆୟ ବୃଦ୍ଧି ପାଇଁ ସରକାର ପ୍ରୋତ୍ସାହନ ଦେଇଥାନ୍ତି କିନ୍ତୁ ବୀରମହାରାଜପୁର ବ୍ଲକ ରେ ସେ ସବୁ ଅନୁଦାନ କୁ ବାଟମାରଣା ହୋଇଥିବା ଅଭିଯୋଗ ହେଉଛି l କୁଆଡେ ଏହି ଯୋଜନା ରେ ସାମିଲ ହେବା ପାଇଁ ପୂର୍ବରୁ ବିଭାଗ ତରଫରୁ କିଏ ଉପଯୁକ୍ତ ଏବଂ ହକଦାର ସେ ନେଇ ବିଭାଗୀୟ କର୍ମଚାରୀ ମାନେ ସର୍ଭେ କରି ରିପୋର୍ଟ ଦେବା ପରେ ତାଙ୍କ ପାଇଁ ଅନୁଦାନ ଖର୍ଚ୍ଚ ପାଇଁ ଆସିଥିବା ବେଳେ ତାଙ୍କୁ ଉକ୍ତ କାର୍ଯ୍ୟ କରିବାକୁ ଦେବା ପୂର୍ବରୁ ତାଙ୍କ ଠାରୁ ସମ୍ପୃକ୍ତ ଅଧିକାରୀ ଅର୍ଥ ପ୍ରଥମେ ଆଦାୟ କରିନେବା ପରେ ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତି (ଠିକାଦାର)ଙ୍କ ମାଧ୍ୟମ ରେ କାମ କରାଯାଇଛି l ଯେଉଁ ଠାରେ କାମ କଲେ ତାହା ପୁଣି ଅତି ନିମ୍ନ ମାନ ର କାମ ହୋଇଥିବା ବେଳେ ଅନେକ କ୍ଷେତ୍ରରେ ହିତାଧିକାରୀଙ୍କ ସହିତ ଅଧା ଅଧା ଭାଗ ରେ କାମ ଦର୍ଶା ଯାଇଛି l ଏଥିରେ ସରକାର ଅନଲାଇନ ମାଧ୍ୟମ ରେ ହିତାଧିକାରୀ ଙ୍କ ଖାତା ରେ ଅର୍ଥ ପୈଠ କରୁଥିବାରୁ ଅଧିକାରୀ ମୋର ଅସୁବିଧା ନାହିଁ ଆଳ ରେ ମୋଟା ଅର୍ଥ ଆଦାୟ କରି ଲୁଟି ନେଇଥିବା ଅଭିଯୋଗ ହୋଇଛି ଓ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିବା ଦର୍ଶାଇ ବିଲ କରିଛନ୍ତି l କାମଟି ପୁର୍ବ ସରକାର ଙ୍କ 2023-24 ବର୍ଷ ର l ସରକାର ପରିବର୍ତ୍ତନ ପରେ କିଏ ତଦାରଖ କରୁଛି ସେ ଆଳ ରେ ବିଭାଗୀୟ ଅଧିକାରୀ ସବୁ ଖାଇ ଯାଇଥିବା ଅଭିଯୋଗ ହେଉଛି l ଏ ନେଇ ଭାରପ୍ରାପ୍ତ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ଅଧିକାରୀ ଶ୍ରୀଯୁକ୍ତ ବେହେରା ଙ୍କ ସହ କେତେକ ଗଣମାଧ୍ୟମ ପ୍ରତିନିଧି ଯୋଗାଯୋଗ କରି ମତାମତ ଚାହିଁବାରୁ ସେ କହିଥିଲେ କି ମୁଁ ଆସିବା ଦିନ ଠୁଁ କୌଣସି କାମ ହୋଇନି ପୁର୍ବ ରୂ କଣ ହୋଇଥିବ କହିପାରିବି ନାହିଁ ବୋଲି ପ୍ରକାଶ କରିଥିଲେ l ଅଣ ଜଳସେଚିତ ଅଞ୍ଚଳ ର ହିତାଧିକାରୀ ଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥ କୁ ସିଧାସଳଖ ବାଟ ମାରଣା କରିଥିବା ଅଧିକାରୀଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଙ୍କ ଠାରେ ବୁଦ୍ଧିଜୀବୀ ମହଲ ରେ ଦାବି ହେଉଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *