ନୂଆପଡା ରେ ଜିଲ୍ଲାସ୍ତରୀୟ 78 ତମ ସ୍ଵାଧୀନତା ଦିବସ ମହାସମାରୋହ ରେ ପାଳିତ
ନୂଆପଡା କୁ ଏକ ବିକଶିତ ଜିଲ୍ଳାରେ ପରିଣତ କରିବା ପାଇଁ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଙ୍କ ଆହ୍ୱାନ
ନୂଆପଡା ଜିଲ୍ଲା ସଦର ମହକୁମା ରେ ଜିଲ୍ଲାସ୍ତରୀୟ 78 ତମ ସ୍ଵାଧୀନତା ଦିବସ ଅତ୍ୟନ୍ତ ଆନନ୍ଦ ଉଲ୍ଲ୍ଲାସର ସହିତ ପାଳିତ ହୋଇଯାଇଛି l
ଏହି ଜାତୀୟ ଦିବସ ପାଳନ ଉପଲକ୍ଷେ ଓଡିଶା ର ମାନ୍ୟବର ଉପମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ସକାଳ 09 ଘଟିକା ସମୟରେ ପ୍ରଥମେ ଜାତିର ପିତା ମହାତ୍ମାଗାନ୍ଧୀ ଏବଂ ମାଟିର ବରପୁତ୍ର ଘାସିରାମ ମାଝୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ପରେ ସ୍ଥାନୀୟ ମିନି ଷ୍ଟାଡିୟମ ରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି 34 ଟି ଦଳର ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେl ନିଜ ବକ୍ତବ୍ୟ ରେ ସେ ନୂଆପଡା ମାଟିର ଅମର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।ନିଜର ଅଭିଭାଷଣ ରେ ମନ୍ତ୍ରୀ କହିଲେଯେ ଉଭୟ କେନ୍ଦ୍ର ଓ ରାଜ୍ୟରେ ସମାନ ସରକାର ଥିବାରୁ ଦେଶ ତଥା ରାଜ୍ୟ ଏବେ ଦ୍ରୁତ ପ୍ରଗତି ପଥରେ ଆଗେଇ ଯାଉଛି l ଜନସାଧାରଣଙ୍କୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ମୋହନ ସରକାର ସମସ୍ତ ଉନ୍ନତି ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି l ଏହି ଅବସରରେ ସେ କହିଲେଯେ ନୂଆପଡା ଜିଲ୍କା ପ୍ରତି ତାଙ୍କର ସ୍ୱତନ୍ତ୍ର ଦରଦ ରହିଛି l ସମସ୍ତେ ମିଳିମିଶି ଏହି ଉପାନ୍ତ ଅଂଚଳକୁ ଏକ ବିକଶିତ ଜିଲ୍ଲାରେ ପରିଣତ କରିବା ପାଇଁ ଉପମୁଖ୍ୟ ମନ୍ତ୍ରୀ ଆହ୍ୱାନ ଦେଇଥିଲେ l ଜିଲ୍ଲାପାଳ ମଧୁସୂଦନ ଦାଶ ଏବଂ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ମଧ୍ୟ ସମ୍ମାନିତ ଅତିଥି ହିସାବରେ ମଞ୍ଚରେ ଅଭିବାଦନ ଗ୍ରହଣ କରିଥିଲେ l ପ୍ୟାରେଡ ରେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ଦଳ ମାନଙ୍କୁ ସୁଦୃଶ୍ୟ ଟ୍ରଫି ପ୍ରଦାନ କରାଯାଇଥିଲା l ସ୍ବାଧୀନତା ଦିବସ ପରିପ୍ରେକ୍ଷିରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l ଖେଳ କ୍ଷେତ୍ର ରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା କିକବକ୍ସିଙ୍ଗ ର ତାନ୍ୟା ଶ୍ରୀବସ୍ତାବ ଏବଂ ଭିନ୍ନକ୍ଷମ ସନ୍ତରଣକାରି ଆକାଶ ବନଛୋର ଙ୍କ ପ୍ରତିନିଧିଙ୍କୁ ମଞ୍ଚ ରେ ପୁରସ୍କୃତ କରାଯାଇଥିଲା l
ରିଜର୍ଭ ଇନିସ୍ପେକଟର ଚିତ୍ତ ରଞ୍ଜନ ନାୟକ ପେରେଡ଼ କମାଣ୍ଡର ହିସାବରେ ପେରେଡ ପରିଚାଳନା କରିଥିଲେ l ସମାରୋହପରେ ଉପମୁଖ୍ୟ ମନ୍ତ୍ରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ରୋଗୀ ମାନଙ୍କୁ ଏବଂ ଉପକାରାଗାରରେ ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ l ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଗହଣରେ କିଛି ସମୟ ବିତାଇ ସେମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ ଓ ପରିସରରେ ବୃକ୍ଷ ରୋପଣ କରିଥିଲେ l ଦିବସ ଉପଲକ୍ଷେ ଭୋର 05 ଘ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ସହରରେ ରାମଧୂନ ଆୟୋଜନ କରାଯାଇଥିଲା l ପରେ ପରେ ନେସନାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ପ୍ରଭାତ ଫେରି ରେ ରାମଧୂନ ଓ ଦେଶପ୍ରେମ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ l ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ lଅପରାହ୍ନ ରେ ଜିଲ୍ଲପାଳ ଙ୍କ ଉଦ୍ୟମ କ୍ରମେ ମିନି ଷ୍ଟାଡ଼ିଅମ ଠାରେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲାପାଳ ଏକାଦଶ ପ୍ରେସ ଏକାଦଶ କୁ 2-1 ଗୋଲରେ ପରାସ୍ତ କରିଥିଲେ l ସନ୍ଧ୍ୟା ରେ ଜିଲ୍ଳାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଏକ ସାଂସ୍କୃତିକ ସନ୍ଧ୍ୟା ର ଆୟୋଜନ କରାଯାଇଥିଲା l ମୁଖ୍ୟ ସମାରୋହ କାର୍ଯ୍ୟକ୍ରମ ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଙ୍କ ତତ୍ୱାବଧାନରେ ରେ ସମ୍ପାଦିତ ହୋଇଥିଲା l କଳାକାର ବିଭୁ ପ୍ରସାଦ ମିଶ୍ର, ସମାଜ ସାମ୍ବାଦିକ ସିମାଞ୍ଚଳ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ l ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଦିବସର ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲାର ଜନସାଧାରଣପୂର୍ଣ୍ଣ ମାତ୍ରାରେ ଉପଭୋଗ କରିଥିଲେ l
ନୂଆପଡା ଈପିଏରୁ ଡେନିସ ରାୟ ଙ୍କ ରିପୋର୍ଟ…..
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )