October 16, 2024
Home » ବାର ର ଭ୍ରମ ସୃଷ୍ଟି ହେଉଛି ବୌଦ୍ଧ ର ନଟବର ମାର୍କେଟ କମ୍ପ୍ଲେକ୍ସ ସିଡ଼ି ଘର

ବାର ର ଭ୍ରମ ସୃଷ୍ଟି ହେଉଛି ବୌଦ୍ଧ ର ନଟବର ମାର୍କେଟ କମ୍ପ୍ଲେକ୍ସ ସିଡ଼ି ଘର

0

ବୌଦ୍ଧ ଜିଲ୍ଲାର ସର୍ବପ୍ରଥମ ନଟବର ମାର୍କେଟ କମ୍ପ୍ଲେକ୍ସ ରେ ରହିଛି ଏନ ଏ ସି ର କୋଡିଏ ଟି ଷ୍ଟଲ l ତଳ 10 ଟି ଓ ଉପର ମହଲାରେ ଦଶ ଟି ଷ୍ଟଲ l ହେଲେ ଉପର ମହଲା କୁ ଯିବାକୁ ବାଟ ନାହିଁ l ଯଦିବି ଯିବେ ତାହେଲେ ମଦୁଆଙ୍କୁ ଡେଇଁ ପାରହୋଇ ପାରିଲେ ଯାଇହେବ l ସେଥିପାଇଁ ନଟବର ମାର୍କେଟ କମ୍ପ୍ଲେକ୍ସ ଉପର ମହଲାରେ ଦୋକାନ ଗୁଡିକୁ ବର୍ଷ ତମାମ ବନ୍ଦ ରହିଥାଏ l ଦୋକାନ ଏନ ଏ ସି ଠାରୁ ନେଇଛନ୍ତି ସତ ଏମାନଙ୍କ ପାଇଁ ଚାଲେ ନାହିଁ ଦୋକାନ l ଫଳରେ ଏନ ଏ ସି କୁ ଷ୍ଟଲ ଭଡା ଦେବାପାଇଁ ଦୋକାନୀଙ୍କ ପାଖରେ ପଇସା ନାହିଁ l ଏକଥା ଦୋକାନୀ ମାନେ ବାରମ୍ବାର ଏନଏସିକୁ ତଥା ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ, ସ୍ଥାନୀୟ ପୋଲିସ କୁ , ଡିଆଇଜି ଅଫିସକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ l ତେଣୁ ଏହାର ପ୍ରତିକାର ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ସାଧାରଣ ରେ ଦାବି ହେଉଛି l ଦେଖାଯାଉ ଏହାର ପ୍ରତିକାର ହେଉଛି କି ନାହିଁ l

ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *