May 15, 2025
Home » ପୁଣି ଶ୍ରୀମନ୍ଦିର ଭିତର ଫୋଟୋ ଭାରାଲ୍

ପୁଣି ଶ୍ରୀମନ୍ଦିର ଭିତର ଫୋଟୋ ଭାରାଲ୍

0
WhatsApp Image 2024-07-18 at 2.08.24 PM

ଶ୍ରୀମନ୍ଦିର ଭିତରେ ସେଲ୍ ଫି ଉଠାଇ ସୋସିଆଲ ମିଡିଆରେ ଫଟୋ ଭାଇରାଲ୍ କରିଛନ୍ତି ଜଣେ ବ୍ୟକ୍ତି। ଫୋଟୋ ଭାଇରାଲ୍ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାଜା ସାକାର। ନିଜ ସୋସିଆଲ ମିଡିଆରେ ରାଜା ଏହି ଫୋଟୋ ଭାଇରାଲ୍ କରିଥିବା ବେଳେ ଏହାକୁ ନେଇ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ତେବେ ଶ୍ରୀମନ୍ଦିର ବାହାରେ ଓ ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ବ୍ୟକ୍ତି ଜଣକ କିଭଳି ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ନେଲେ ଏବଂ ସେଲ୍ ଫି ଉଠାଇବାକୁ ସାହାସ୍ କଲେ ସେନେଇ ପ୍ରଶ୍ନ ଉଠିଛି। ଏହି ଫୋଟୋ କେବେ ଉଠିଛି ତାହା ସ୍ପଷ୍ଟ ହୋଇନାହିଁ। ସେପଟେ ଶ୍ରୀମନ୍ଦିର ଭିତରେ ବାରମ୍ବାର ଏଭଳି ଫଟୋ ଏବଂ ଭିଡିଓ ଭାଇରାଲ ହେଉଥିବାରୁ ଏହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ତୁରନ୍ତ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି। ଏଥିସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଅବହେଳା କରୁଥିବା ସୁରକ୍ଷା କର୍ମୀଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed