July 1, 2025
Home » ବ୍ରହ୍ମପୁରରେ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫”

ବ୍ରହ୍ମପୁରରେ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫”

0
trade-

ବ୍ରହ୍ମପୁର ୟୁସିପି ଇଞ୍ଜିଡିଅର ସ୍କୁଲ ପଡ଼ିଆ ଠାରେ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଜିତ କୁମାର ଗୁପ୍ତା ଏବଂ ଶ୍ରୀମତୀ ପାୟଲ ଆଚାର୍ଯ୍ୟ ଗୁପ୍ତା ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଛନ୍ତି ଯେ, ଦ୍ବିତୀୟ ଥର ପାଇଁ ବ୍ରହ୍ମପୁରରେ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫” ଚଳିତ ମାସ ଆସନ୍ତା ୧୩ ତାରିଖରୁ ଜୁନ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ଏମଏସଏମଇ ସହ ଜଡିତ ଥିବା ସହ ଏହା ମଲ୍ଟି ସେକ୍ଟର ବିଟୁବି ଏବଂ ବିଟୁସି ପ୍ରଦର୍ଶନୀ ଭୁବନେଶ୍ବରରେ ଏକ ମାଇଲଖୁଣ୍ଟ ଇଭେଣ୍ଟ ଅଟେ, ଯାହା ୨୧ଟି ରାଜ୍ୟ ଏବଂ ୧୦ଟି ଦେଶରୁ ଅଂଶ ଗ୍ରହଣ କରିଛନ୍ତି।

ଏହା ଏକ ବୃହତ ଇଭେଣ୍ଟ ହୋଇଥିବା ସହ ଏଥିରେ ୧ ଲକ୍ଷରୁ ଅଧିକ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରଡକ୍ଟ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଅଂଶ ଗ୍ରହଣ କରୁଥିବା ଶ୍ରୀ ଗୁପ୍ତା କହିଛନ୍ତି। ଦ୍ୱିତୀୟ ଦିନ ଉଦ୍ଘାଟନୀ ଉଚ୍ଚବରେ ଅତିଥି ଭାବେ। ସ୍ଥାନୀୟ କର୍ପୋରେଟର ମଳୟ ବିଷୋୟୀ, ସମାଜ ସେବୀ ସୁଶାନ୍ତ ସାବତ, ବଶିଷ୍ଠ ସାମ୍ୱାଦିକ ଅଶୋକ ବ୍ରହ୍ମା, ସମୀର ଆଚାର୍ଯ୍ୟ, ସୁଦିପ କୁମାର ସାହୁ, ନାରାୟଣ ମହାଙ୍କୁଡ଼, ବିଶ୍ଵନାଥ ପଟ୍ଟନାୟକ, ଅନନ୍ତ ପ୍ରଧାନ, ପ୍ରମୁଖ ମଞ୍ଚା ସିନ ଥିଲେ ଏହି ମେଳାର ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପାରମ୍ପରିକ ନୃତ୍ୟ କଳା ମଞ୍ଚରେ ପରିବେଷିତ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମକୁ ଆକାଶ, ଆଦିତ୍ୟ, ଅରୂପ, ବର୍ଷା, ମଧୁ, ଜ୍ୟୋତ୍ସା, ଶକ୍ତି ପ୍ରମୁଖ ଉପସ୍ଥିତ ରହି ପରିଚାଳନରେ ସହ‌ଯୋଗ କରିଥିଲେ;

ବ୍ରହ୍ମପୁରରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *