December 26, 2024
Home » ମାଛଚାଷ କରି ମହିଳାଙ୍କୁ ସ୍ୱାବଲମ୍ୱନଶୀଳ କରାଇବାରେ ଆଇ.ଆର୍.ଇ.ଏଲ୍.(ଇଣ୍ଡିଆ) ର ପ୍ରୟାସ

ମାଛଚାଷ କରି ମହିଳାଙ୍କୁ ସ୍ୱାବଲମ୍ୱନଶୀଳ କରାଇବାରେ ଆଇ.ଆର୍.ଇ.ଏଲ୍.(ଇଣ୍ଡିଆ) ର ପ୍ରୟାସ

0

ମାଛଚାଷ କରି ମହିଳାଙ୍କୁ ସ୍ୱାବଲମ୍ୱନଶୀଳ କରାଇବାରେ ଆଇ.ଆର୍.ଇ.ଏଲ୍.(ଇଣ୍ଡିଆ) ର ପ୍ରୟାସ

ଛତ୍ରପୁର : ମାଛଚାଷ କରି ମହିଳାମାନଙ୍କୁ ସ୍ୱାବଲମ୍ବନଶୀଳ କରାଇବା ଦିଗରେ ଆଇ.ଆର୍.ଇ.ଏଲ୍.(ଇଣ୍ଡିଆ) ବିହିତ ପଦକ୍ଷେପ ଗ୍ରହଣ କରିଆସିଛନ୍ତି । ଚଳିତ ବର୍ଷ ଅନୁକୂଳ ବାତାବରଣ ମଧ୍ୟରେ ଆସିଥିବା ଅସରାଏ ବର୍ଷା ର ଆଗମନ କୁ ଭିତ୍ତି କରି ଆଇ.ଆର୍.ଇ.ଏଲ୍.(ଇଣ୍ଡିଆ) କର୍ତ୍ତୃପକ୍ଷ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କାଳୀପଲ୍ଲୀ ଗ୍ରାମ ପଞ୍ଚାୟତର ବାସନାପୁଟି, କାଳୀପଲ୍ଲୀ, ପି.ଲକ୍ଷ୍ମୀପୁର, ଭଗିନୀପେଟ୍ଟା, ବଡ଼ପୁଟି, ଗ୍ରାମର ଦୁଇଟି ଲେଖାଏଁ ପୋଖରୀ ଏବଂ ହରି ପୁର ଗ୍ରାମର ଦୁଇଟି ପୋଖରୀରେ ମାଛ ଜାଆଁଳା ବିତରଣ, ମାଛ ଛାଡ଼ିବା କାର୍ଯ୍ଯ ଆରମ୍ଭ କରିଛନ୍ତି ।
ବୁଧବାର ଅନୁଷ୍ଠିତ ଏ ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମରେ ଆଇ.ଆର୍.ଇ.ଏଲ୍.(ଇଣ୍ଡିଆ) କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ସି.ଏସ୍.ଆର୍. ଆଣ୍ଡ ରିସର୍ଚ୍ଚ ବରିଷ୍ଠ ମ୍ୟାନେଜର ଦୀପକ୍ ମିଶ୍ର ଙ୍କ ସମେତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସଂଗଠନ ତରଫରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ମାଛ ଜାଆଁଳା, ମାଛ ଛାଡ଼ିବା ବ୍ୟତୀତ ମାଛମାନଙ୍କୁ ଖାଇବାକୁ ଦିଆଯାଉଥିବା ଦାନା ମଧ୍ୟ ପ୍ରଦାନ କରାଯାଇଛି । ମହିଳା ଏସ.ଏଚ.ଜି. ଗ୍ରୁପ୍ ଏବଂ ଗ୍ରାମରେ ଥିବା ସମବାୟ ସଂସ୍ଥା ର ସୋସାଇଟି ସଂଗଠନ କୁ ବୁଧବାର ଆଇ.ଆର୍.ଇ.ଏଲ୍.(ଇଣ୍ଡିଆ) କର୍ତ୍ତୃପକ୍ଷ ପ୍ରଦାନ କରିଛନ୍ତି ।
ବିଶେଷ କରି ଗ୍ରାମୀଣ ମହିଳାମାନଙ୍କୁ ଅଧିକା ରୋଜଗାର କ୍ଷମ ହେବା ସାଂଗକୁ ମହିଳାମାନେ ଯେପରିକି ଗୁଜୁରାଣ ମେଣ୍ଟାଇବା ନିମନ୍ତେ ସହଜ ସାଧ୍ୟ ହେବେ ଏବଂ ନିଜ ଗ୍ରାମ ପଞ୍ଚାୟତରେ ଆର୍ଥିକ ଉନ୍ନତି ଓ ବିକାଶ ଦିଗରେ ଅଗ୍ରଗତି କରିବେ ସେ କ୍ଷେତ୍ରରେ ଆଇ.ଆର୍.ଇ.ଏଲ୍.(ଇଣ୍ଡିଆ) କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ଗ୍ରହଣ କରି ଏକ ଅଭିନବ ପ୍ରୟାସ ଜାରି ରଖି ଆସିଛନ୍ତି । ଏଥିପାଇଁ ଆଖ ପାଖ ଗ୍ରାମର ଲୋକେ ଆଇ.ଆର୍.ଇ.ଏଲ୍.(ଇଣ୍ଡିଆ) କର୍ତ୍ତୃପକ୍ଷ ଙ୍କୁ ଭୂରି ଭୂରି ପ୍ରଶଂସା କରି ଖୁସିବ୍ୟକ୍ତ କରିଛନ୍ତି ।।

 

ଛତ୍ରପୁର ଈପିଏରୁ ମୁନା ବେହେରା ଙ୍କ ରିପୋର୍ଟ…..
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *