May 27, 2026
Home » ଅଭୂତପୂର୍ବ ସଫଳତା ସହ ସମ୍ମିଳନୀ ଶେଷ ହୋଇଛି ମେକ୍ ଇନ୍ ଓଡ଼ିଶା କନ୍ କ୍ଲେଭ୍ ୨୦୨୫

ଅଭୂତପୂର୍ବ ସଫଳତା ସହ ସମ୍ମିଳନୀ ଶେଷ ହୋଇଛି ମେକ୍ ଇନ୍ ଓଡ଼ିଶା କନ୍ କ୍ଲେଭ୍ ୨୦୨୫

0
WhatsApp Image 2025-01-29 at 11.15.17 PM

ଭୁବନେଶ୍ଵର : ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ଅଭୂତପୂର୍ବ ସଫଳତାର ସହ ଶେଷ ହୋଇଛି । ଏହି କନକ୍ଲେଭ୍ କୁ ଅତ୍ୟନ୍ତ ଉତ୍ସାହଜନକ ପ୍ରତିକ୍ରିୟା ମିଳିଥିବା ବେଳେ ମୋଟ ୧୪୫ଟି ପୁଞ୍ଜିନିବେଶ ସମ୍ବନ୍ଧୀୟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି , ଯାହା ଓଡ଼ିଶାରେ ପରିବର୍ତ୍ତନକାରୀ ଶିଳ୍ପ ପ୍ରକଳ୍ପ ଏବଂ ଭାଗିଦାରିତା ପାଇଁ ପଥ ପ୍ରଶସ୍ତ କରିଛି ।

ରାସାୟନିକ ଓ ପେଟ୍ରୋକେମିକାଲ୍ସ, ବୟନଶିଳ୍ପ, ଖଣି ଓ ଧାତୁବିଜ୍ଞାନ, ଅକ୍ଷୟ ଶକ୍ତି, ଆଇଟି/ଆଇଟିଇଏସ୍, ପର୍ଯ୍ୟଟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି ବିଭିନ୍ନ କ୍ଷେତ୍ରରେ ୧୨.୮୯ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି । ଏହି ପୁଞ୍ଜିନିବେଶ ଦ୍ୱାରା ୮.୯୪ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ-ଅର୍ଥନୈତିକ ପ୍ରଭାବ ସୃଷ୍ଟି କରିବ ଏବଂ ସମଗ୍ର ରାଜ୍ୟରେ ସାମଗ୍ରିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି । ସ୍ୱାକ୍ଷରିତ ବୁଝାମଣାପତ୍ର ବ୍ୟତୀତ ୪୪୮ ସଂଖ୍ୟକ ୩.୮୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଉଦ୍ଦେଶ୍ୟ ଫର୍ମ ପ୍ରାପ୍ତ ହୋଇଛି, ଯେଉଁଥିରେ ୩.୯୨ ଲକ୍ଷ ନିଯୁକ୍ତି ସମ୍ଭାବନା ରହିଛି ।
ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଏକ ବଡ଼ ସଫଳତା ହାସଲ କରିଛି, ଯେଉଁଥିରେ ରାଜ୍ୟକୁ ୧୬.୭୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ମୋଟ ୫୯୩ଟି ପ୍ରକଳ୍ପ ମିଳିଛି ଏବଂ ୨୦ରୁ ଅଧିକ କ୍ଷେତ୍ରରେ ୧୨.୮୮ ଲକ୍ଷ ନିଯୁକ୍ତି ସମ୍ଭାବନା ରହିଛି ।

କନକ୍ଲେଭର ଉଦଯାପନୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ , “ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍, ୨୦୨୫” ଶେଷ ହେଉଥିବା ବେଳେ ମୁଁ ଅସୀମ ଖୁସି, ଗର୍ବ ଓ କୃତଜ୍ଞତାର ସହ ଏଠାରେ ଛିଡ଼ା ହୋଇଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗତକାଲି ଉଦ୍ ଘାଟନର ସେହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମଠାରୁ ଆଜି ପର୍ଯ୍ୟନ୍ତ ମୁଁ ବ୍ୟବସାୟ ଜଗତର ସବୁଠାରୁ ଦିପ୍ତିମାନ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ପାଇଲି ଏବଂ ମୁଁ ଆଜି ଶାନ୍ତିରେ ଶୋଇପାରିବି, ଯେ ଏହି ଦୁଇ ଦିନରେ ଆମେ ଯେଉଁ ସମୟ ବିନିଯୋଗ କରିଛୁ ତାହା ଭଲ ଭାବରେ ଅତିବାହିତ ହୋଇଛି ।

ମୁଏହି ପ୍ଲାଟଫର୍ମ ମାଧ୍ୟମରେ ମୁଁ ରାଜ୍ୟରେ ବ୍ୟବସାୟ କରିବା ପାଇଁ ଉତ୍ସାହ, ପ୍ରବଳ ଆଗ୍ରହ ବିଷୟରେ ଜାଣିବାକୁ ପାଇଲି ଏବଂ ଏହା ସହିତ ଆପଣମାନଙ୍କ ମଧ୍ୟରୁ କିଛି ଲୋକ ଉଠାଇଥିବା ଚିନ୍ତା ବିଷୟରେ ଜାଣିବାକୁ ପାଇଲି । ନିଶ୍ଚିତ ଭାବରେ ସରକାର ପ୍ରତ୍ୟେକ ପରାମର୍ଶକୁ ଅନୁଧ୍ୟାନ କରିବେ ଏବଂ ଓଡ଼ିଶାରେ ‘ଇଜ୍ ଅଫ୍ ଡୁଇଂ ବିଜନେସ୍’ ହାସଲ କରିବା ଲକ୍ଷ୍ୟରେ ବ୍ୟବସାୟ ଇକୋ-ସିଷ୍ଟମରେ ଆହୁରି ଉନ୍ନତି ଆଣିବା ଦିଗରେ ପ୍ରତିକାରମୂଳକ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି କାର୍ଯ୍ୟକ୍ରମର ସଫଳତା ଉପରେ ଆସ୍ଥା ପ୍ରକଟ କରି ସେ କହିଛନ୍ତି ଯେ, ଏହି କନକ୍ଲେଭ୍ ଏକ ବିଶ୍ୱ ନିବେଶ ସ୍ଥଳ ଭାବେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିଛି । ଏହି ମେଗା କନକ୍ଲେଭରେ ଆମର ସହଯୋଗୀ ଦେଶ ସିଙ୍ଗାପୁର, ମାଲେସିଆ ଓ ଅଷ୍ଟ୍ରେଲିଆ ସମେତ ୧୬ରୁ ଅଧିକ ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି ବୋଲି ସୂଚନା ଦେଇ ସେ କହିଥିଲେ ଯେ, ଓଡ଼ିଶା ଦକ୍ଷିଣ-ପୂର୍ବ ଦେଶମାନଙ୍କର ପ୍ରବେଶ ଦ୍ୱାର ହେବାକୁ ଚାହୁଁଛି । ଓଡ଼ିଶାକୁ ରପ୍ତାନିର ବ୍ୟବସାୟିକ କେନ୍ଦ୍ରରେ ପରିଣତ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ଏହି ସମ୍ମିଳନୀରେ ଅନେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ, ସରକାର ଏକ ବ୍ୟବସ୍ଥା ସ୍ଥାପନ କରିବେ ଯାହା ଏହି ବୁଝାମଣାପତ୍ର ଏବଂ ଆଗ୍ରହକୁ ବାସ୍ତବରୂପ ଦେବା ପାଇଁ ୨୪ ଘଣ୍ଟା କାର୍ଯ୍ୟ କରିବ ।

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ଜାଣିଛି ଯେ ‘କଷ୍ଟ ଆଣ୍ଡ ଟାଇମ୍ ଓଭର ରନ୍’ ଇଣ୍ଡଷ୍ଟ୍ରି ପାଇଁ ଦୁଇଟି ବଡ଼ ଟର୍ଣ୍ଣ ଅଫ୍ । ଆମେ ଏହାର ଯତ୍ନ ନେବୁ ଏବଂ ସୁନିଶ୍ଚିତ କରିବୁ ଯେ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବାରେ ଯେପରି ଅହେତୁକ ବିଳମ୍ବ ନହୁଏ । ମୁଁ ଆପଣଙ୍କୁ ଆଶ୍ୱାସନା ଦେଇପାରିବି ଯେ ମୋ କାର୍ଯ୍ୟାଳୟ ଆପଣଙ୍କ ପାଇଁ ସବୁବେଳେ ସାଥିରେ ରହିଛି । ଏହା ଦ୍ୱାରା ଆପଣଙ୍କୁ ଆବଶ୍ୟକ ସମସ୍ତ ଜିନିଷ ମିଳିବ । ଯାହା ବି ହେଉ ମୁଁ କେବଳ ଏକ ଫୋନ୍ କଲ୍ ଦୂରରେ ଅଛି । ଏଥିପାଇଁ ଆପଣ ନିଶ୍ଚିତ ରହିପାରିବେ ।

ଏହା ରାସ୍ତାର ଶେଷ ନୁହେଁ ବୋଲି କହି ସେ କହିଛନ୍ତି ଯେ ଏହି ପ୍ରକ୍ରିୟା ଜାରି ରହିବ ଏବଂ ଯେ କୌଣସି ସମୟରେ ଆପଣ ରାଜ୍ୟରେ ସୁଯୋଗର ଉନ୍ନତି ପାଇଁ କୌଣସି ନୂତନ ଧାରଣାର ପ୍ରସ୍ତାବ ଦେଇପାରିବେ ଏବଂ ଆମେ ସେହି ଚିନ୍ତାଧାରା ପାଇଁ ଦ୍ୱାର ଉନ୍ମୁକ୍ତ ରଖିବୁ । ‘ମୁଁ ଏହାକୁ ଅପେକ୍ଷା କରିଛି’।

ସ୍କିଲ୍ଡ ଇନ୍ ଓଡ଼ିଶା, ମହିଳା ଉଦ୍ୟୋଗ ଓ ଷ୍ଟାର୍ଟ ଅପ୍ ଓଡ଼ିଶା ସମ୍ପର୍କିତ ଅଧିବେଶନରୁ ସେ ଉପଯୋଗୀ ସୂଚନା ପାଇଥିଲେ । ଏହି ଅଧିବେଶନଗୁଡ଼ିକ କାର୍ଯ୍ୟକ୍ଷମ ରଣନୀତି ଆଣିଛି ଏବଂ ମୂଲ୍ୟବାନ ଭାଗିଦାରୀକୁ ପ୍ରୋତ୍ସାହିତ କରିଛି ବୋଲି ସେ କହିଛନ୍ତି ।

ଏହି ସମ୍ମିଳନୀର ସଫଳତା ନିବେଶକ ଅନୁକୂଳ ପରିବେଶ ଗଠନ ଦିଗରେ ତାଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି କହି ଓଡ଼ିଶାର ଶିଳ୍ପ ନୀତି ସଂକଳ୍ପ, ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା ଏବଂ ଆମ ରାଜ୍ୟରେ ଶିଳ୍ପଗୁଡ଼ିକ ଯେପରି ସମୃଦ୍ଧ ହୋଇପାରିବ ସେଥିପାଇଁ ‘ବ୍ୟବସାୟ କରିବାର ସହଜତା, ଶୀଘ୍ର କରାଯିବା ଏବଂ ଖର୍ଚ୍ଚ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଭିତ୍ତିଭୂମି ଏବଂ ନୀତି ବ୍ୟତୀତ ଆମେ ସବୁଜ ଶକ୍ତି, ସର୍କୁଲାର ଅର୍ଥନୀତି ଅଭ୍ୟାସ ଏବଂ ନବୀକରଣଯୋଗ୍ୟ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହନ ଦେଇ ସ୍ଥାୟିତା ଉପରେ ଗୁରୁତ୍ୱ ଦେଉଛୁ ।

ଅନେକ ଶିଳ୍ପ ଓଡ଼ିଶାରେ ଥିବାରୁ ଖୁସି ବ୍ୟକ୍ତ କରି ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ସମସ୍ତେ ନିଜର ଦିଗନ୍ତ ବିସ୍ତାର କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାରର ଏହା ପ୍ରମାଣ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।
ଭାରତର ଦୃଷ୍ଟିକୋଣ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଉଦୀୟମାନ ଶିଳ୍ପଗୁଡ଼ିକର ଚାହିଦା ପୂରଣ କରୁଥିବା ଏକ ଦକ୍ଷ ଶ୍ରମଶକ୍ତି ସୃଷ୍ଟି କରିବା, ବନ୍ଦରଭିତ୍ତିକ ଶିଳ୍ପ କେନ୍ଦ୍ର ସମେତ ବିଶ୍ୱସ୍ତରୀୟ ଭିତ୍ତିଭୂମିର ବିକାଶ, ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ପାଇଁ ଆମର ବିଶ୍ୱସ୍ତରୀୟ ଭାଗିଦାରୀକୁ ବିସ୍ତାର କରିବା ଏବଂ ତୃଣମୂଳସ୍ତରର ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟୋଗ ଏବଂ ଏମଏସଏମଇ ବିକାଶକୁ ପ୍ରୋତ୍ସାହିତ କରିବା ଉପରେ ଆମର ଧ୍ୟାନ ରହିବ ।

ଯୁବ ଉଦ୍ୟୋଗୀଙ୍କ ସଫଳତା ସମ୍ପର୍କରେ ସେ କହିଥିଲେ, ଆଜି ଆମେ ଗର୍ବର ସହ ୪୦ ବର୍ଷରୁ କମ୍ ବୟସର ୬୦ ଜଣ ଯୁବ ଉଦ୍ୟୋଗୀଙ୍କୁ ସ୍ୱୀକୃତି ଦେଉଛୁ, ଯେଉଁମାନଙ୍କର ଅସାଧାରଣ ସ୍ଥିରତା, ସଂକଳ୍ପ ଓ ଉଦ୍ଭାବନ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି । ସେମାନେ ରୋଲ ମଡେଲ ଭାବେ କାମ କରି ଓଡ଼ିଶାର ଯୁବପିଢ଼ିଙ୍କୁ ଉଦ୍ଭାବନ, ରୋଜଗାର ସୃଷ୍ଟି ଏବଂ ଏକ ଚଳ ଚଂଚଳ ଶିଳ୍ପ ଇକୋସିଷ୍ଟମ ନିର୍ମାଣ ପାଇଁ ପ୍ରେରଣା ଦେଉଛନ୍ତି ।
“ଓଡ଼ିଶା ଭାରତର ପୂର୍ବୋଦୟ ପରିକଳ୍ପନାର ନେତୃତ୍ୱ ନେବାକୁ ପ୍ରସ୍ତୁତ ଏବଂ ମୁଁ ସମସ୍ତ ଅଂଶୀଦାରଙ୍କୁ ଏହି ପରିବର୍ତ୍ତନର ଯାତ୍ରାରେ ଆମ ସହିତ ସାମିଲ ହେବାକୁ ଆମନ୍ତ୍ରଣ କରୁଛି”, ଏହି ଦୃଷ୍ଟିକୋଣକୁ ସମର୍ଥନ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଅର୍ଥନୈତିକ ନୀତିକୁ ପ୍ରଶଂସା କରି ସେ କହିଛନ୍ତି ଯେ, ଆପଣମାନେ ସମସ୍ତେ ଜାଣନ୍ତି ଯେ, ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଏକ ଉନ୍ନତ ଭବିଷ୍ୟତ ଦିଗରେ ନୂତନ ଯାତ୍ରା ଆରମ୍ଭ କରିଛି । ଆମେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପ୍ରବେଶ କରିଛୁ ଏବଂ ଖୁବଶୀଘ୍ର ଆମେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବୁ ।

ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରି ସେ କହିଛନ୍ତି, “ମୁଁ, ମୋ ସରକାର ଏବଂ ଓଡ଼ିଶାବାସୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନିକଟରେ ଅତ୍ୟନ୍ତ କୃତଜ୍ଞ, ଯିଏ କି ତାଙ୍କ ଅତ୍ୟନ୍ତ ବ୍ୟସ୍ତବହୁଳ କାର୍ଯ୍ୟକ୍ରମରୁ ସମୟ ବାହାର କରି ଏଠାରେ ଆମ ସହିତ ଯୋଗଦେଲେ, ଯାହାଙ୍କ ଉପସ୍ଥିତି ଏତେ ପ୍ରେରଣାଦାୟକ ଏବଂ ଆତ୍ମବିଶ୍ୱାସ ସୃଷ୍ଟିକାରୀ ପଦକ୍ଷେପ ଭାବରେ କାର୍ଯ୍ୟ କରୁଛି” । ଏହି କାର୍ଯ୍ୟକ୍ରମକୁ ଅର୍ଥପୂର୍ଣ୍ଣ ଓ ସଫଳ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ବିଭାଗ ଏବଂ ଅନ୍ୟ ସମସ୍ତ ଅଂଶୀଦାରଙ୍କୁ ସେ ଧନ୍ୟବାଦ ଜଣାଇଥିଲେ ।

ଉପସ୍ଥିତ ନିବେଶକ ଓ ଶିଳ୍ପପତିମାନଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଯେ, ଓଡ଼ିଶା ସେମାନଙ୍କୁ ସ୍ୱାଗତ କରିବାକୁ ହାତ ଖୋଲା ରଖି ପ୍ରସ୍ତୁତ ରହିଛି । ଆସନ୍ତୁ ଆମେ ଏହି ପ୍ରତିଶ୍ରୁତିଗୁଡ଼ିକୁ ପରିବର୍ତ୍ତକାରୀ ପ୍ରକଳ୍ପରେ ପରିଣତ କରିବା ପାଇଁ ସହଯୋଗ କରିବା ଯାହା କେବଳ ଓଡ଼ିଶାର ଭବିଷ୍ୟତକୁ ରୂପ ଦେବ ନାହିଁ ବରଂ ଭାରତର ଅଭିବୃଦ୍ଧି କାହାଣୀରେ ମଧ୍ୟ ଯୋଗଦାନ କରିବ ।

ସେ ସମସ୍ତଙ୍କୁ ଆହ୍ୱାନ ଦେଇ କହିଛନ୍ତି, ଆସନ୍ତୁ ସମସ୍ତେ ମିଶି ଓଡ଼ିଶାକୁ ଅସୀମ ସୁଯୋଗର ଦେଶରେ ପରିଣତ କରିବା । ଆସନ୍ତୁ ଏକ ସମୃଦ୍ଧ ଓଡ଼ିଶା ନିର୍ମାଣ କରିବା ଯାହା ପ୍ରତ୍ୟେକ ଓଡ଼ିଆଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରି ବିକଶିତ ଭାରତ ୨୦୪୭ ପାଇଁ ଯୋଗଦାନ ଦେବ । ଏହା ହେଉଛି ସମୟ, ଏହା ହେଉଛି ଉପଯୁକ୍ତ ସମୟ ।

ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶେଷ କରି କହିଲେ “ସବୁ କିଛି ଭଲ ଭାବରେ ଶେଷ ହୋଇଛି । କିନ୍ତୁ ଏହା ଶେଷ ନୁହେଁ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ଅନ୍ତ ଘଟିଛି, କିନ୍ତୁ ବାସ୍ତବରେ ଏହା ଏକ ନୂତନ ଯାତ୍ରାର ଆରମ୍ଭ, ଆଶା, ସମୃଦ୍ଧି ଏବଂ ରାଜ୍ୟ ତଥା ରାଜ୍ୟବାସୀଙ୍କ କଲ୍ୟାଣର ଯାତ୍ରା ହୋଇଛି ।

ଉଦଯାପନୀ ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ଆଗାମୀ ରଥଯାତ୍ରା ରେ ଶ୍ରଦ୍ଧାଳୁ ଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏ ନେଇ ଏକ ସମୀକ୍ଷା ବୈଠକ ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୩୦ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ୮ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅତିରିକ୍ତ ବ୍ୟବସ୍ଥା କରାଯାଉଛି। ଏଥି ସହିତ ୧୦ ଶଯ୍ୟା ବିଶିଷ୍ଟ ୮ ଟି ଅତିରିକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବ। ଏଥିରେ ଅତିରିକ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ନିୟୋଜିତ ରହିବେ। ବଡଦାଣ୍ଡ ସମେତ ପୁରୀ ସହର ର ପ୍ରମୁଖ ସ୍ଥାନ ଗୁଡିକରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ।୫୦ ରୁ ଅଧିକ ଆମ୍ବୁଲାନ୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ। ବିଭିନ୍ନ ସ୍ୱେଚ୍ଛାସେବି ସଂଗଠନ ଙ୍କ ସହାୟତା ନିଆଯିବ। ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବାର ତଦାରଖ କରିବେ। ଆଇ ସି ୟୁ, ଟ୍ରମା କେୟାର କେନ୍ଦ୍ର ପ୍ରସ୍ତୁତ କରି ରଖାଯିବ। ପୁରୀ ରେ ଥିବା ସବୁ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରସ୍ତୁତ ରଖାଯିବ। ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବ। ଗୁରୁତର ରୋଗୀ ଙ୍କୁ କଟକ, ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଆମ୍ବୁଲାନ୍ସ ଗୁଡ଼ିକ ଯେଭଳି ସୁରୁଖୁରୁରେ ଯାତାୟାତ କରିପାରିବ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ରଥଯାତ୍ରା ସମୟରେ ଲୋକ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୨ ଶହ ଡାକ୍ତର ଙ୍କୁ ନିୟୋଜିତ କରାଯିବ। ଅପମିଶ୍ରିତ ଓ ବାସୀ ଖାଦ୍ୟ ବିକ୍ରି ବନ୍ଦ ପାଇଁ ଖାଦ୍ୟ ନିରାପତ୍ତା ଅଧିକାରୀ ମାନେ ଯାଞ୍ଜ କରିବେ। ରଥଯାତ୍ରା ସ୍ୱାସ୍ଥ୍ୟ ସେବାକୁ ଶୃଙ୍ଖଳିତ କରିବା ପାଇଁ ଅନୁଷ୍ଠିତ ହୋଇଥିବା ବୈଠକ ରେ ପୁରୀ ମହାନଗର ନିଗମ ର କମିଶନର, ଅତିରିକ୍ତ ଜିଲ୍ଲାପାଳ, ଏସପି, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସାମିଲ ହୋଇଥିଲେ। ରଥଯାତ୍ରା ର ଭକ୍ତ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ସ୍ୱେଚ୍ଛାସେବୀ ଦେବାଶିଶ ମିଶ୍ର କୁହନ୍ତି, ରଥଯାତ୍ରା ଭିଡ଼ରେ ବଡ ଆମ୍ବୁଲାନ୍ସ ଯାତାୟାତ ରେ ବହୁତ୍ ସମସ୍ୟା ସୃଷ୍ଟି କରୁଛି। ଏଣୁ ଆମେ ଜିଲାପାଳ ଙ୍କୁ ପ୍ରସ୍ତାବ ଦେଲୁ କିଛି ଛୋଟ ଆମ୍ବୁଲାନ୍ସ ନିୟୋଜିତ କରାଯାଉ। ଏହା ଦ୍ଵାରା ଆମ୍ବୁଲାନ୍ସ ଯାତାୟାତ ରେ ସୁବିଧା ହେବା ସହ ଲୋକ ମାନେ ତ୍ୱରିତ ଚିକିତ୍ସା ସେବା ପାଇପାରିବେ। ଆଉ ଏକ ପ୍ରସ୍ତାବ ରହିଚି ବଡ ଦାଣ୍ଡ ରେ ଅଧିକ ଶୀତତାପ ନିୟନ୍ତ୍ରିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଉ। ଏହା ଦ୍ଵାରା ଅଯଥା ରେ ଲୋକ ଙ୍କୁ ମୁଖ୍ୟ ଚିକିତ୍ସାଳୟ କୁ ନିଆନଯାଇ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ତ୍ୱରିତ ଚିକିତ୍ସା ସେବା ଯୋଗାଇ ହେବ । ଆମେ ଜିଲାପାଳ ଙ୍କୁ ଅନୁରୋଧ କରିଛୁ ଗୁଣ୍ଡିଚା ମନ୍ଦିର ନିକଟ ରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବା ନେଇ ଅନୁମତି ଦିଆଯାଉ। ଏହା ହେଲେ ମନ୍ଦିର ଭିତରେ ଅବା ବାହାରେ କିଛି ଅଘଟଣ ଘଟିଲେ ସଙ୍ଗେ ସଙ୍ଗେ ଚିକିତ୍ସା ସେବା ଲୋକ ଙ୍କୁ ଓ ସେବାୟତ ଙ୍କୁ ଚିକିତ୍ସା ସେବା ଦେଇହେବ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଚଳିତ ରଥଯାତ୍ରା ରେ ଲୋକ ଙ୍କୁ କିଭଳି ତ୍ୱରିତ ଚିକିତ୍ସା ସେବା ଯୋଗାଇ ହେବ ସେ ନେଇ ଏକ ମାର୍ଗଦର୍ଶିକା କରାଯାଇଛି। ବଡଦାଣ୍ଡ ସମେତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ୮ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବ । ମୋଟ ୮୦ ବେଡ ବିଶିଷ୍ଟ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସବୁ ପ୍ରକାର ଚିକିତ୍ସା ସେବା ବ୍ୟବସ୍ଥା ରହିବ। ସବୁ ପ୍ରକାର ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଉପକରଣ ଓ ସ୍ପେଶଲିଷ୍ଟ ଡାକ୍ତର ରହିବେ। ଏ ନେଇ ଆଜିର ବୈଠକ ରେ ଆଲୋଚୋନା ହେଲା। ଆମ୍ବୁଲାନ୍ସ କିଭଳି ଯାତାୟାତ କରିବ, ସ୍ୱେଚ୍ଛାସେବୀ ଙ୍କୁ ତାଲିମ ପ୍ରଦାନ ସେ ନେଇ ସବିଶେଷ ଆଲୋଚନା ହୋଇଛି। ମାର୍ଗଦର୍ଶିକା ଅନୁଯାୟୀ ରଥଯାତ୍ରା, ସୁନାବେଶ, ବାହୁଡ଼ା ରେ ସ୍ୱାସ୍ଥ୍ୟ ସେବା ଲୋକ ଙ୍କୁ ଯୋଗାଇ ଦିଆଯିବ। ଆଗାମୀ ଜୁନ ୨୯ ରେ ମହାପ୍ରଭୁ ଙ୍କ ସ୍ନାନଯାତ୍ରା ଓ ଜୁଲାଇ ୧୬ ରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ଦୁଇ ଯାତ୍ରାରେ ଦଇତାପତି ସେବକ ଙ୍କ ଗୁରୁ ଦାୟିତ୍ୱ ରହିଛି । ଦଇତାପତି ସେବକମାନେ ମହାପ୍ରଭୁ ଙ୍କୁ ସ୍ନାନଯାତ୍ରାରେ ରତ୍ନସିଂହାସନ ରୁ ପହଣ୍ଡି ରେ ଆଣି ସ୍ନାନ ବେଦୀ କୁ ଆଣିବେ। ସେହିପରି ଆଗାମୀ ରଥଯାତ୍ରାରେ ମଧ୍ୟ ଦଇତାପତି ସେବକ ମାନେ ମହାପ୍ରଭୁ ଙ୍କୁ ପହଣ୍ଡି ଆଣି ରଥ ଉପରେ ଠାକୁର ଙ୍କୁ ବିରାଜମାନ କରାଇବେ। ତେବେ ଠାକୁର ଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଢଙ୍ଗରେ ହୋଇ ପାରିବ ସେ ନେଇ ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟପ୍ରଶାସକ ଦିବ୍ୟଜ୍ୟୋତି ପରିଡା। ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ବୈଠକ ରେ ଶ୍ରୀମନ୍ଦିର ଦଇତାପତି ନିଯୋଗ ର କର୍ମକର୍ତ୍ତା ଯୋଗ ଦେଇଥିଲେ।୨୦୨୪ ରଥଯାତ୍ରା ରେ ଆଡ଼ପ ମଣ୍ଡପ ବିଜେ ବେଳେ ବଡ ଠାକୁର ଶ୍ରୀବଳଭଦ୍ର ରଥ ରୁ ଚାରମାଳ କୁ ଖସି ପଡ଼ିଥିଲେ। ଏଣୁ ଏଭଳି ଅଘଟଣ କିଭଳି ଆଗାମୀ ଦିନରେ ହେବ ନାହିଁ ଏବଂ ଶୃଙ୍ଖଳିତ ଢଙ୍ଗରେ ପହଣ୍ଡି କାର୍ଯ୍ୟ ସମାପନ ହେବ ସେ ନେଇ ଜିଲ୍ଲାପାଳ ଆଲୋଚନା କରିଥିଲେ। ପହଣ୍ଡି ପାଇଁ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସଂଖ୍ୟାରୁ ଯେଭଳି ଅଧିକ ସେବକ ନ ରହିବେ ସେ ନେଇ ଆଲୋଚନା ହୋଇଥିଲା। ସେହିପରି ନିର୍ଦ୍ଧାରିତ ସମୟ ଅନୁସାରେ ସମସ୍ତ ନୀତି ଯେଭଳି ପାଳନ ହେବ ସେ ନେଇ ମଧ୍ୟ ଆଲୋଚାନା ହୋଇଛି। ତେବେ ମହାପ୍ରଭୁ ସ୍ନାନଯାତ୍ରା, ଅଣସର, ନବଯୌବନ, ନେତ୍ରୋତ୍ସବ ସମସ୍ତ ନୀତି ଶୃଙ୍ଖଳିତ କରିବାକୁ ବାଡଗ୍ରାହୀ ସେବକ ମତ ରଖିଛନ୍ତି। ଦଇତାପତି ସେବକ ଭବାନୀ ଦାସ ମହାପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ଆଗାମୀ ରଥଯାତ୍ରା ରେ କିଭଳି ମହାପ୍ରଭୁ ଙ୍କ ସମସ୍ତ ନିତିକାନ୍ତି, ଭକ୍ତ ଙ୍କ ଦର୍ଶନ ସୁରୁଖୁରୁରେ ଶୃଙ୍ଖଳିତ ଭାବରେ ହୋଇପାରିବ ସେ ନେଇ ଜିଲ୍ଲାପାଳ ଙ୍କ ସହ ଆଲୋଚନା ହୋଇଛି। ସେବାୟତ ଙ୍କ ମଧ୍ୟରେ ଯେଭଳି ଏକ ସମନ୍ଵୟ ରହିବ ସେ ନେଇ ଆଲୋଚନା ହୋଇଥିଲା। ମହାପ୍ରଭୂ ଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ଢଙ୍ଗରେ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ତେବେ ମହାପ୍ରଭୁ ଙ୍କ କାର୍ଯ୍ଯ କୁ ଶୃଙ୍ଖଳିତ ଭାବରେ କରିବା ପାଇଁ ଦଇତାପତି ସେବକ ସମ୍ପୂର୍ଣ ପ୍ରସ୍ତୁତ ରହିଚନ୍ତି। ଏହି ଭରସା ଆମେ ପ୍ରଶାସନ କୁ ଦେଇଛୁ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ ଭାବେ ଆୟୋଜନ ନେଇ ସବୁ ସେବାୟତ ବିଯୋଗ ସହ ଆଲୋଚନା କରାଯାଉଛି। ମହାପ୍ରଭୁ ଙ୍କ ଶୃଙ୍ଖଳିତ ନୀତି କାନ୍ତି ଓ ପହଣ୍ଡି ପ୍ରସଙ୍ଗ ରେ ମଧ୍ୟ ଦଇତାପତି ସେବକ ଙ୍କ ସହ ଆଲୋଚନା ହୋଇଛି। ଆମର ଆଶା ରହିଛି ମହାପ୍ରଭୁ ଙ୍କ କୃପାରୁ ରଥଯାତ୍ରା ସୁରୁଖୁରୁରେ ସମାପନ ହେବ।

Leave a Reply

Your email address will not be published. Required fields are marked *

You may have missed