February 21, 2026
Home » ରଶ୍ମି ରଞ୍ଜନ ପାଇବେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ସମ୍ମାନ

ରଶ୍ମି ରଞ୍ଜନ ପାଇବେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ସମ୍ମାନ

0
WhatsApp Image 2024-09-02 at 11.23.51 AM

 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ରଶ୍ମିରଞ୍ଜନ ରଣା ପାଇବେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି ସମ୍ମାନ ।ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ପତ୍ର ସଂଖ୍ୟା ୨୫୪୮୨ ତା ୩୧/୮/୨୪ ମାଧ୍ୟମରେ ସର୍ବମୋଟ ୩୨ଜଣ ଦଶମ ଶ୍ରେଣୀ ଛାତ୍ର ଙ୍କ ନାମ ଘୋଷଣା କରିଛନ୍ତି ।କଳାହାଣ୍ଡି ରୁ ଜଣେ ମାତ୍ର ଛାତ୍ର ରଶ୍ମିରଂଜନ ରଣା ମନୋନୀତ ହୋଇଥିବାରୁ ସବୁ ମହଲରୁ ତାଙ୍କୁ ପ୍ରଶଂସା କରାଯାଇଛି। ସେ ବେହେରା ଗ୍ରାମର ସ୍ୱର୍ଗୀୟ ମଧୁରଣା ଓ ଯଶୋଦା ରଣା ଙ୍କ ପୁଅ।ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି ସମ୍ମାନ ପାଇ ତାଙ୍କ ନାମ ଘୋଷଣା ହେବାରୁ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରୂପେନ୍ଦ୍ର ବାଣୁଆ ଓ ଅନ୍ୟାନ୍ୟ ଶିକ୍ଷକ, ଛାତ୍ରୀ ଛାତ୍ର, ବରିଷ୍ଠ ଶିକ୍ଷକ ହୁକିମ୍ ଚନ୍ଦ୍ର ନାଏକ,ବେହେରା ସରପଞ୍ଚ କୁମୁଦିନୀ ଗଇନ୍ତା,ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ, ପ୍ରଶାନ୍ତ ତିୱାରୀ,ବଳରାମ ପୁଝାରୀ,ଘନଶ୍ୟାମ ପଟେଲ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

 

କଳାହାଣ୍ଡି ଜିଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *