May 15, 2025
Home » ସୁବର୍ଣ୍ଣପୁରର ବିଭିନ୍ନ ସମସ୍ୟାକୁ ନେଇ ଉପ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ସୋନାଲି ବିଶି

ସୁବର୍ଣ୍ଣପୁରର ବିଭିନ୍ନ ସମସ୍ୟାକୁ ନେଇ ଉପ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ସୋନାଲି ବିଶି

0
WhatsApp Image 2024-09-02 at 11.11.09 AM

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ନେତ୍ରୀ ସୋନାଲି ବିଶି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କୁ ସାକ୍ଷାତ କରିବା ସହ ଏକ ଦାବି ପତ୍ର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ୨୪ ବର୍ଷ ର ପୁରୁଣା ସରକାର ଙ୍କ ଦୁରଦୃଷ୍ଟି ଅଭାବରୁ ସୁବର୍ଣ୍ଣପୁର ଜିଲ୍ଲା ଅବହେଳିତ ତଥା ଶ୍ରୀହୀନ ହୋଇ ପଡ଼ିଛି। ସୁବର୍ଣ୍ଣପୁର କୁ ମନ୍ଦିର ମାଳିନୀ ସହର ତଥା ଦ୍ଵିତୀୟ ବାରାଣାସୀ କୁହାଯାଏ l କାରଣ ଏଠାରେ ବହୁ ପୁରାତନ ମନ୍ଦିର ରହିଛି। ଏଠାରେ ପାତାଳୀ ଶ୍ରୀକ୍ଷେତ୍ରରେ ମହାପ୍ରଭୂ ଶ୍ରୀ ଜଗନ୍ନାଥ ୧୪୪ ବର୍ଷ ପାତାଳୀ ହୋଇଥିବା ଇତିହାସ ରୁ ଜଣାପଡେ। କିନ୍ତୁ ଏହି ପ୍ରମୁଖ ପୀଠ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅବହେଳିତ ହୋଇ ରହିଛି l ବିଖ୍ୟାତ ମା ମେଟାକାନୀ ଙ୍କ ପୀଠ ଅବହେଳିତ। ଦୂର ଦୁରାନ୍ତରରୁ ଆସୁଥିବା ଭକ୍ତ ସାମାନ୍ୟ ବର୍ଷା ହେଲେ ରହିବାକୁ ସ୍ଥାନ ନାହିଁ। ସେହିପରି ପ୍ରସିଦ୍ଧ ନବମ ଶତାଦ୍ଧି ର ବୈଦ୍ୟନାଥ ମନ୍ଦିର ର ରକ୍ଷଣାବେକ୍ଷଣ ସହ ସୁରକ୍ଷା ଦାବି କରିଛନ୍ତି l ସେ ତାଙ୍କ ଦାବି ପତ୍ର ରେ ପୁରୁଣା ସରକାର ରାଜନୈତିକ ଉଦ୍ଦେଶ୍ୟ ନେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ସୋନପୁର ତଳ ମୁଣ୍ଡ ମହାନଦୀରେ ବ୍ୟାରେଜ୍ ନିର୍ମାଣ l ଏହି ଵ୍ୟାରେଜ୍ ହେଲେ ଚାଷୀଙ୍କ ଜମି କୁ ପାଣି ଓ ମାଛ ଉତ୍ପାଦନ ସହ କୈବର୍ତ୍ତ ମାନେ ଚିର ଉପକୃତ ହେବା ସହିତ ଜଳକ୍ରୀଡା ଓ ପର୍ଯ୍ୟଟନ ର ବ୍ୟାପକ ସୁଯୋଗ ସୃଷ୍ଟି ହୁଅନ୍ତା। ସୋନପୁର ସହରର ସମସ୍ତ ପ୍ରାଚୀନ ମନ୍ଦିର ର ପୁନରୁଦ୍ଧାର ସହ ଆକର୍ଷଣୀୟ କରାଯିବା। ପାତାଳୀ ଶ୍ରୀକ୍ଷେତ୍ର ପାଇଁ ଆସିଥିବା ରାଶି କୁ ବୃଦ୍ଧି କରି ଏକ ବଡ ପ୍ୟାକେଜ ଘୋଷଣା ସହ ରୋପ ୱେ, ପାର୍କ ସହ ଶିଶୁ ଖେଳନା ଟ୍ରେନ ବ୍ୟବସ୍ଥା ଏବଂ ପ୍ରତିଦିନ ଠେଙ୍ଗୋ ଡ୍ୟାମ୍ ଓ ପାତାଳୀ ଶ୍ରୀକ୍ଷେତ୍ର କୁ ସୋନପୁର ସହର ଓ ବୀରମହାରାଜପୁର ରୁ ବସ ସେବା ପ୍ରଦାନ ପ୍ରମୁଖ ଦାବି ଉପସ୍ଥାପନା କରିଛନ୍ତି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed