July 1, 2025
Home » ପ୍ରତାପପୁର ଉ.ପ୍ରା.ବିଦ୍ୟାଳୟରେ ଶ୍ରୀ ଗଣେଶ ପୂଜନୋତ୍ସବ ଅବସରରେ ପୂଜକଙ୍କ ମହାନତା

ପ୍ରତାପପୁର ଉ.ପ୍ରା.ବିଦ୍ୟାଳୟରେ ଶ୍ରୀ ଗଣେଶ ପୂଜନୋତ୍ସବ ଅବସରରେ ପୂଜକଙ୍କ ମହାନତା

0
WhatsApp Image 2024-09-08 at 3.38.16 PM

 

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ଅନ୍ତର୍ଗତ ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜନୋତ୍ସବ ଗତକାଲି ମହା ସମାରୋହରେ ପାଳିତ ହୋଇଯାଇଛି । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ବିଦ୍ୟାଳୟର ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶ୍ରୀ ଗଣନାଥଙ୍କ ପୂଜନୋତ୍ସବ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଯାଇଛି। ଏଥିରେ ବିଦ୍ୟାଳୟର ଅନେକ ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇ ସାହାର୍ଯ୍ୟ କରିଥିବା ବେଳେ ପୂଜକ ଭାବରେ ଯୋଗଦେଇଥିଲେ ବୌଦ୍ଧ ଜିଲ୍ଲାର ଜହ୍ନାପଙ୍କ ହାଇ ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ଚାନ୍ଦ ।

ଛାତ୍ରଛାତ୍ରୀମାନେ ତାଙ୍କୁ ସମ୍ମାନର ସହ ପାଛୋଟି ଆଣିଥିଲେ । ପୂଜାକାର୍ଯ୍ୟ ସମାପ୍ତ ହେବା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋଷିନୀ ନନ୍ଦଙ୍କ ସମେତ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ପୂଜାରେ ବସିଥିବା ଛାତ୍ରଛାତ୍ରୀମାନେ ତାଙ୍କୁ ଯଥାଶକ୍ତି ଦକ୍ଷିଣା ପ୍ରଦାନ କରିଥିଲେ। ମାତ୍ର ପ୍ରଶଂସନୀୟ ବିଷୟ ଏହିକି, ସେଇ ସମସ୍ତ ଦକ୍ଷିଣା ରାଶି ପୂଜକ ମହାଶୟ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ଦାନ କରିଦେଇଥିଲେ । ଏହି ସମ୍ବାଦ ଶୁଣି ସମସ୍ତେ ତାଙ୍କୁ ତାଙ୍କ ମହାନତା ପାଇଁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ପ୍ରକାଶ ଥାଉକି, ୟା ପୂର୍ବରୁ ଆହୁରି ଚାରି ପାଞ୍ଚ ଥର ଶ୍ରୀଯୁକ୍ତ ଚାନ୍ଦ ଏହି ଦକ୍ଷିଣା ରାଶି ବିଦ୍ୟାଳୟକୁ ଦାନ କରିସାରିଛନ୍ତି। ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଗୋପେଶ ପଣ୍ଡା ପୂଜାର୍ଚ୍ଚନାରେ ସହାୟତା କରିଥିବା ବେଳେ, ଶିକ୍ଷକ ଅକ୍ଷୟ କୁମାର ଜେନା ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ଓ ଶିକ୍ଷୟିତ୍ରୀ ମହେନ୍ଦ୍ରୀ ପଣ୍ଡା ଭୋଜିଭାତର ତଦାରଖ କରିଥିଲେ। ବିଦ୍ୟାଳୟର ସହଯୋଗୀ ଶିକ୍ଷୟିତ୍ରୀ ରବିନା ସେଠୀ ଓ ସହଯୋଗୀ ଶିକ୍ଷକ ଅମନ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *