September 17, 2024
Home » ଗଜପତି ଜିଲ୍ଲାରୁ ଅନୁପ୍ରବେଶକାରୀଙ୍କୁ ବିତାଡିତ କରିବା ସକାଶେ

ଗଜପତି ଜିଲ୍ଲାରୁ ଅନୁପ୍ରବେଶକାରୀଙ୍କୁ ବିତାଡିତ କରିବା ସକାଶେ

0

ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଦାବୀପତ୍ର ପ୍ରଦାନ

ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଗଜପତି ଜିଲ୍ଲାରୁ ଅନୁପ୍ରବେଶକାରୀଙ୍କୁ ବିତାଡିତ କରିବା ଏବଂ ବାଲାଂଦେଶରେ ହିନ୍ଦୁଙ୍କ ଉପରେ କରାଯାଇଥିବା ଅତ୍ୟାଚାରକୁ ବିରୋଧ କରି ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି । ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସମ୍ପାଦକ ଶ୍ୟାମସୁନ୍ଦର ଶବରଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସଦସ୍ୟ ମାନେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଓ ସେମାନଙ୍କ ଧନଜୀବନ ନଷ୍ଠ କରାଯିବା ଘଟଣାକୁ ବିରୋଧ କରି ତୀବ୍ର ପ୍ରତିବାଦ କରିଥିଲେ ।

ଏହାସହ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସମେତ ସମଗ୍ର ଜିଲ୍ଲାରେ ରୋହିଂଗ୍ୟା ଶରଣାର୍ଥୀଙ୍କୁ ବିତାଡିତ କରିବାକୁ ଦାବୀ କରିଥିଲେ । ଫେରିବାଲା ଭାବେ ଜିଲ୍ଲାକୁ ଆସି ବିଭିନ୍ନ ଗ୍ରାମରେ ବିସ୍ଥାପିତ ହେଉଛନ୍ତି ଏବଂ ବିନା ଯାଞ୍ଚରେ ସେମାନଙ୍କୁ ଆଧାର କାର୍ଡ ଓ ରାସନ କାର୍ଡ ପ୍ରଦାନ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଦିନକୁଦିନ ସେହିଭଳି ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିବା ସହ ଆଇନଶୃଙ୍ଖଳା ପରିସ୍ଥିତି ଧିରେ ଧିରେ ବୃଦ୍ଧି ପାଇଛି । ତେଣୁ ସେମାନଙ୍କୁ ତୁରନ୍ତ ଜିଲ୍ଲାରୁ ବିତାଡିତ କରିବା ପାଇଁ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଦାବୀ ଦାବୀ କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଡେପୁଟି କଲେକ୍ଟର ପ୍ରାଣକୃଷ୍ଣ ପାଣିଗ୍ରାହୀ ଦାବୀପତ୍ର ଗ୍ରହଣ କରିଥିଲେ । ଦାବୀପତ୍ର ପ୍ରଦାନ ବେଳେ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା କୋଷାଧ୍ୟକ୍ଷ ହରିମୋହନ ପଟନାୟକ, ପାରଳାଖେମୁଣ୍ଡି ନଗର ସଭାପତି କୈଳାଶ ଚନ୍ଦ୍ର ପଟନାୟକ, ଲୋକନାଥ ମିଶ୍ର, ଏମ୍‌.ଗୋପାଲ ରାଓଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।

ଗଜପତି ଜିଲା ଈପିଏରୁ ଦିଲୀପ ଶତପଥି ଙ୍କ ରିପୋର୍ଟ…..
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *