ପାରଳାଖେମୁଣ୍ଡିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା
ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ଗଜପତି ଜିଲ୍ଲା ପ୍ରମୁଖ ବାଳକୃଷ୍ଣ ଜେନାଙ୍କ ନେତୃତ୍ୱରେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରୁ ଏହି ଶୋଭାଯାତ୍ରା ବାହାରିଥିଲା । ଏହାକୁ ଆନ୍ତର୍ଜାତୀୟ କ୍ରୀଡାବିତ କିଶୋର ଚନ୍ଦ୍ର ରଥ ଓ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
୧୫୦ମିଟର ଲମ୍ବା ତ୍ରିରଙ୍ଗାଟିକୁ ବିଭିନ୍ନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଧରି ସହର ପରିକ୍ରମା କରିଥିଲେ । ତ୍ରିରଙ୍ଗା ଶୋଭାଯାତ୍ରା କରିବାର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଦେଶପ୍ରେମକୁ ଉଜାଗର କରିବା ରାଷ୍ଟ୍ରଗଠନରେ ସେମାନଙ୍କ ଭୂମିକା ବିଷୟରେ ସଚେତନତା କରିବା ଅଟେ ବୋଲି ଜିଲ୍ଲା ପ୍ରମୁଖ ଶ୍ରୀ ଜେନା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଜିଲ୍ଲା ବିସ୍ତାରକ ଶୁଭ ପ୍ରସାଦ ଶର୍ମା, ଜିଲ୍ଲା ସହପ୍ରମୁଖ ସମୀର କୁମାର ପାଣିଗ୍ରାହୀଙ୍କ ସମେତ ବହୁ ସଦସ୍ୟ ଓ କର୍ମକର୍ତ୍ତା ସାମିଲ ହୋଇଥିଲେ ।
ଗଜପତି ଜିଲା ଈପିଏରୁ ଦିଲୀପ ଶତପଥି ଙ୍କ ରିପୋର୍ଟ…..
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )